ଫାର୍ମହାଉସ୍‌ରେ ଖଣ୍ଡା ପିସ୍ତଲ ଦେଖାଇ ବଟି ମାଗି ହତ୍ୟା ଧମକ ଦେଇଥିଲେ, ୪ଙ୍କୁ କୋର୍ଟ ଚାଲାଣ କଲା…

ଗୋପାଳପୁର,୨୫ା୬(ନବୀନ ରାଜ ଆଚାରୀ)-ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ନିକଟସ୍ଥ ମହୁରୀଗଡ଼ରେ ଥିବା ଏକ ଫାର୍ମ ହାଉସରେ ବଟି ପାଇଁ ଖଣ୍ଡା ପିସ୍ତଲ ଦେଖାଇ ଭୟଭୀତ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ବୁଧବାର ୪ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଚାଞ୍ଚଡ଼ାପଲ୍ଲୀ ଅଞ୍ଚଳରେ ପାଣ୍ଡା ଗୌଡ଼, ଚେରୁ ଗୌଡ଼ ଓରଫ ଦେବେନ୍ଦ୍ର, ନୀଳମାଧବ ଗୌଡ଼, ନୀତିକେସନ ବିଷୋୟୀ ଓରଫ ନିତିନ। ଅଭିଯୁକ୍ତ ଠାରୁ ୪ […] The post ଫାର୍ମହାଉସ୍‌ରେ ଖଣ୍ଡା ପିସ୍ତଲ ଦେଖାଇ ବଟି ମାଗି ହତ୍ୟା ଧମକ ଦେଇଥିଲେ, ୪ଙ୍କୁ କୋର୍ଟ ଚାଲାଣ କଲା… appeared first on Dharitri Odia News.

ଫାର୍ମହାଉସ୍‌ରେ ଖଣ୍ଡା ପିସ୍ତଲ ଦେଖାଇ ବଟି ମାଗି ହତ୍ୟା ଧମକ ଦେଇଥିଲେ, ୪ଙ୍କୁ କୋର୍ଟ ଚାଲାଣ କଲା…

ଗୋପାଳପୁର,୨୫ା୬(ନବୀନ ରାଜ ଆଚାରୀ)-ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ନିକଟସ୍ଥ ମହୁରୀଗଡ଼ରେ ଥିବା ଏକ ଫାର୍ମ ହାଉସରେ ବଟି ପାଇଁ ଖଣ୍ଡା ପିସ୍ତଲ ଦେଖାଇ ଭୟଭୀତ କରିବା ଓ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ବୁଧବାର ୪ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଚାଞ୍ଚଡ଼ାପଲ୍ଲୀ ଅଞ୍ଚଳରେ ପାଣ୍ଡା ଗୌଡ଼, ଚେରୁ ଗୌଡ଼ ଓରଫ ଦେବେନ୍ଦ୍ର, ନୀଳମାଧବ ଗୌଡ଼, ନୀତିକେସନ ବିଷୋୟୀ ଓରଫ ନିତିନ। ଅଭିଯୁକ୍ତ ଠାରୁ ୪ ଟି ମୋବାଇଲ ଫୋନ୍‌, ୨ଟି ଖଣ୍ଡା ଓ ଗୋଟିଏ ମୋଟର ସାଇକେଲକୁ ପୋଲିସ ଜବତ କରିଥିବା ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ କହିଛନ୍ତି।

ବ୍ରହ୍ମପୁର ଶରଧାବାଲି ତୃତୀୟ ଗଳିର ରମେଶ ଚନ୍ଦ୍ର ଦାଶ ୩ ବର୍ଷ ପୂର୍ବେ ରମେଶ ଓ ତାଙ୍କ ସ୍ତ୍ରୀ ମହୁରୀଗଡ଼ ଅଞ୍ଚଳରେ ଏକ ଜମି କିଣି ସେଠାରେ ଫାର୍ମ ହାଉସ କରିଥିଲେ। ସେଠାରେ ଆମ୍ବ ଓ ଲେମ୍ଭୁ ଆଦି ଚାଷ ହେଉଥିବାରୁ ଏକ ପରିବାରକୁ ଯତ୍ନ ନେବା ପାଇଁ ନିୟୋଜିତ କରିଥିଲେ। ଜୁନ ୧୦ ତାରିଖ ସନ୍ଧ୍ୟାରେ କେତେଜଣ ଯୁବକ ଫାର୍ମ ହାଉସରେ ପଶି ତାଙ୍କୁ ପିସ୍ତଲ ଓ ଖଣ୍ଡା ଦେଖାଇ ମାଲିକକୁ କହିବ ୬ ଲକ୍ଷ ଟଙ୍କା ବଟି ଦେବ ନଚେତ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଚାଲି ଯାଇଥିଲେ। ଏ ନେଇ ଫାର୍ମ ହାଉସରେ କାମ କରୁଥିବା ଦମ୍ପତି ମାଲିକ ରମେଶଙ୍କୁ ଜଣେଇଥିଲେ। ଗତ ମଙ୍ଗଳବାର ରମେଶ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ନଂ ୨୭୧/୨୫ରେ ପ୍ରକାରେ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ପୋଲିସ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ସମ୍ପୃକ୍ତ ୪ ଜଣଙ୍କୁ ଉଠେଇ ନେଇ ଥିଲା। ଅଭିଯୁକ୍ତ ଦେବେନ୍ଦ୍ରଙ୍କ ନାଁରେ ଗୋଟିଏ, ନୀଳମାଧବ ନାଁରେ ୨ଟି, ନୀତିକେସନ ନାଁରେ ୨ଟି ଓ ପାଣ୍ଡା ନାଁରେ ଗୋଟିଏ ମାମଲା ବ୍ରହ୍ମପୁର ପୋଲିସ ଜିଲା ଓ ବିଭିନ୍ନ ଥାନାରେ ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

The post ଫାର୍ମହାଉସ୍‌ରେ ଖଣ୍ଡା ପିସ୍ତଲ ଦେଖାଇ ବଟି ମାଗି ହତ୍ୟା ଧମକ ଦେଇଥିଲେ, ୪ଙ୍କୁ କୋର୍ଟ ଚାଲାଣ କଲା… appeared first on Dharitri Odia News.