ଫାଶିକୁ ନେଇ ଛାନିଆ ପୁଞ୍ଜିଲାଲ୍
ଫାଶିକୁ_ଛାନିଆ_ପୁଞ୍ଜିଲାଲ୍ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ବୋମା ଭିଡ଼ା ଭିଡିଓକୁ ନେଇ ଥମୁନି ଚର୍ଚ୍ଚା। ତଦନ୍ତକାରୀ ଟିମ୍ ଆଗରେ ଅଭିଯୁକ୍ତ ବଖାଣଥିବା ବୋମା ତିଆରି ତରିକାର ଭିଡିଓ ଗତକାଲି ଓଟିଭିରେ ଏକ୍ସକ୍ଲୁସିଭ୍ ପ୍ରସାରଣ ପରେ ଆଜି ଏହାର ଆଉ କିଛି ଅଂଶ ହସ୍ତଗତ ହୋଇଛି। ଯେଉଁଥିରେ ଫାଶୀଦଣ୍ଡକୁ ନେଇ ଛାନିଆ ହୋଇଛି ହତ୍ୟା ଅଭିଯୁକ୍ତ ପୁଞ୍ଜିଲାଲ। ଆଉ ଏପଟେ କୋର୍ଟ ରୁମରେ ଏହି ଭିଡିଓ ପ୍ରସାରଣ ବେଳେ କିଭଳି ଥିଲା ମୃତ ସୌମ୍ୟଶେଖରଙ୍କ ବାପାଙ୍କ ପ୍ରତିକ୍ରିୟା, ସେ ସମ୍ପର୍କୀତ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ମଧ୍ୟ ହସ୍ତଗତ ହୋଇଛି।