ଫିକା ପଡିବ ବାଲେଶ୍ଵର ସହରର ମହରମ ପର୍ବ, ଶୋଭାଯାତ୍ରା ମନା
ବାଲେଶ୍ଵର: ଏଥର ଫିକା ପଡିବ ବାଲେଶ୍ଵର ସହରର ମହରମ ପର୍ବ। କୌଣସି ସାହି ବସ୍ତିରୁ ବାହାରିବ ନାହିଁ ଶୋଭାଯାତ୍ରା। ମହରମ ପର୍ବରେ ବାଡି ଖେଳ ହେବ ନାହିଁ କି ଶୋଭା ଯାତ୍ରା ବାହାରିବ ନାହିଁ। ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ପ୍ରସ୍ତୁତ ଥିବା ବେଳେ କୌଣସି ସାହି ବସ୍ତିରୁ କେହି ଅନୁମତି ନେଇନାହାନ୍ତି। ତେବେ ଶାନ୍ତି ଶୃଙ୍ଖଳାରେ ମହରମ ପାଳନ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ବାଲେଶ୍ଵର: ଏଥର ଫିକା ପଡିବ ବାଲେଶ୍ଵର ସହରର ମହରମ ପର୍ବ। କୌଣସି ସାହି ବସ୍ତିରୁ ବାହାରିବ ନାହିଁ ଶୋଭାଯାତ୍ରା। ମହରମ ପର୍ବରେ ବାଡି ଖେଳ ହେବ ନାହିଁ କି ଶୋଭା ଯାତ୍ରା ବାହାରିବ ନାହିଁ।
ଶୋଭାଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ପ୍ରସ୍ତୁତ ଥିବା ବେଳେ କୌଣସି ସାହି ବସ୍ତିରୁ କେହି ଅନୁମତି ନେଇନାହାନ୍ତି। ତେବେ ଶାନ୍ତି ଶୃଙ୍ଖଳାରେ ମହରମ ପାଳନ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ବୋଲି ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।