ଫିଜିଓଥେରାପି ଦୂର କରେ ଫ୍ରୋଜନ୍‌ ସୋଲଡର

୪୦ରୁ ୬୦ ବର୍ଷର ଲୋକଙ୍କ ମଧ୍ୟରେ ଅଧିକ କାନ୍ଧଖଞ୍ଜା ଯନ୍ତ୍ରଣା ଦେଖାଦେଇଥାଏ। ଏହାଦ୍ୱାରା କାନ୍ଧଖଞ୍ଜା ଫୁଲିବା, କାନ୍ଧକୁ ହଲାଇବା ଦ୍ୱାରା ଯନ୍ତ୍ରଣା ହୋଇଥାଏ। ତେବେ କାନ୍ଧଖଞ୍ଜାରେ ଯନ୍ତ୍ରଣା ହେବାକୁ ଡାକ୍ତରୀ ଭାଷାରେ ‘ଫ୍ରୋଜନ ସୋଲଡର’ କିମ୍ବା ଏଡିହେସିବ୍‌ କ୍ୟାପସୁଲାଇଟିସ୍ କୁହାଯାଏ। ଏହଦ୍ବାରା କାନ୍ଧଖଞ୍ଜାର ଗତିଶୀଳତା କମ୍ ହୋଇଯାଏ। ତେଣୁ ଫିଜିଓଥେରାପି ଜରିଆରେ ଫ୍ରୋଜନ ସୋଲଡର ଦୂର କରିହେବ। ଅନେକ ବ୍ୟକ୍ତି କାନ୍ଧ ଯନ୍ତ୍ରଣାକୁ ଗଣ୍ଠି ହୋଇଥିବା ଅନୁମାନ କରନ୍ତି, ହେଲେ ଧୀରେ ଧୀରେ ଏହି ସମସ୍ୟା ଗମ୍ଭୀର […]

ଫିଜିଓଥେରାପି ଦୂର କରେ ଫ୍ରୋଜନ୍‌ ସୋଲଡର
Physiotherapy cures frozen shoulder

୪୦ରୁ ୬୦ ବର୍ଷର ଲୋକଙ୍କ ମଧ୍ୟରେ ଅଧିକ କାନ୍ଧଖଞ୍ଜା ଯନ୍ତ୍ରଣା ଦେଖାଦେଇଥାଏ। ଏହାଦ୍ୱାରା କାନ୍ଧଖଞ୍ଜା ଫୁଲିବା, କାନ୍ଧକୁ ହଲାଇବା ଦ୍ୱାରା ଯନ୍ତ୍ରଣା ହୋଇଥାଏ। ତେବେ କାନ୍ଧଖଞ୍ଜାରେ ଯନ୍ତ୍ରଣା ହେବାକୁ ଡାକ୍ତରୀ ଭାଷାରେ ‘ଫ୍ରୋଜନ ସୋଲଡର’ କିମ୍ବା ଏଡିହେସିବ୍‌ କ୍ୟାପସୁଲାଇଟିସ୍ କୁହାଯାଏ। ଏହଦ୍ବାରା କାନ୍ଧଖଞ୍ଜାର ଗତିଶୀଳତା କମ୍ ହୋଇଯାଏ। ତେଣୁ ଫିଜିଓଥେରାପି ଜରିଆରେ ଫ୍ରୋଜନ ସୋଲଡର ଦୂର କରିହେବ।

ଅନେକ ବ୍ୟକ୍ତି କାନ୍ଧ ଯନ୍ତ୍ରଣାକୁ ଗଣ୍ଠି ହୋଇଥିବା ଅନୁମାନ କରନ୍ତି, ହେଲେ ଧୀରେ ଧୀରେ ଏହି ସମସ୍ୟା ଗମ୍ଭୀର ରୂପ ଧାରଣ କରିଥାଏ। କାନ୍ଧବିନ୍ଧା ହୋଇ ବାରମ୍ବାର ଯନ୍ତ୍ରଣା ହୋଇଥାଏ। କୌଣସି ବି କାର୍ଯ୍ୟ କରିବା ସମ୍ଭବ ହୁଏନି। ଯନ୍ତ୍ରଣା ଯୋଗୁଁ ରାତିରେ ବାରମ୍ବାର ନିଦ ଭାଙ୍ଗିଥାଏ। ଗାଡ଼ି ଚଳାଇବା, ମୁଣ୍ଡ କୁଣ୍ଡାଇବା, ବ୍ରଶ୍ କରିବା ଆଦି କାମ କରିବାକୁ ସମସ୍ୟା ହୁଏ। ସମୟେ ସମୟେ ଏହା ଉଭୟ କାନ୍ଧକୁ ପ୍ରଭାବିତ କରେ।

କାହିଁକି ହୁଏ

ଯଦିଓ କାନ୍ଧବିନ୍ଧାର ବିଭିନ୍ନ କାରଣ ରହିଛି, ହେଲେ ବୟସାଧିକ୍ୟ, ମଧୁମେହ, କାନ୍ଧରେ ଆଘାତ କିମ୍ବା ଫ୍ୟାକଚର ହେବା ଦ୍ୱାରା ଏହି ସମସ୍ୟା ବଢ଼ିଥାଏ। ମଧୁମେହ, ପାର୍କିଂସନ୍ସ କିମ୍ବା ଷ୍ଟ୍ରୋକ୍ ହୋଇଥିବା ବ୍ୟକ୍ତିଙ୍କଠାରେ ଏହା ଅଧିକ ଦେଖିବାକୁ ମିଳେ। କାନ୍ଧର ଖଞ୍ଜା ତଥା ଏହାର ନିକଟସ୍ଥ କୋଷକୁ ସୋଲଡର କ୍ୟାପସୁଲ୍‌ କୁହାଯାଏ। ତେବେ ଫ୍ରୋଜନ ସୋଲଡର ସ୍ଥିତିରେ କ୍ୟାପସୁଲ ଫୁଲି ମୋଟା ହେବାକୁ ଲାଗେ। ଫଳରେ କାନ୍ଧ ଯନ୍ତ୍ରଣା ହୁଏ। ଏହି ରୋଗ ଗମ୍ଭୀର ହେଲେ, ପୀଡ଼ିତ ବ୍ୟକ୍ତି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥାଏ।

ଯନ୍ତ୍ରଣା ଦୂର ପାଇଁ ଫିଜିଓଥେରାପି

କାନ୍ଧରେ ଯନ୍ତ୍ରଣା, ସୀମିତ ଗତିଶୀଳତା ଅନୁଭବ କଲେ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କୁ ସାକ୍ଷାତ କରି ଫ୍ରୋଜନ ସୋଲଡର ଅଛି କି ନାହିଁ ସେ ସନ୍ଦେହ ଦୂର କରନ୍ତୁ। ଫିଜିଓଥେରାପି ହେଉଛି ଏହି ରୋଗର ମୁଖ୍ୟ ଚିକିତ୍ସା। ଡାକ୍ତରଙ୍କ ପରାମର୍ଶ ନେଇ ଜଣେ ନିଜ ରୋଗର ସ୍ଥିତି ଅନୁସାରେ ଫିଜିଓଥେରାପି କରିପାରିବେ। ପ୍ରାପ୍ତ ବୟସରେ ଏହି ରୋଗ ଦେଖାଦେଲେ ସୁଗାର ଟେଷ୍ଟ କରିବା ଜରୁରି। ଏହା ଠିକ୍‌ ହେବାକୁ ସମୟ ଲାଏ, କାନ୍ଧ ଯନ୍ତ୍ରଣାର ତୀବ୍ରତା ଅନୁଯାୟୀ ଡାକ୍ତରଙ୍କ ପରାମର୍ଶ ନେଇ ସିଟିସ୍କାନ୍‌, ଏମ୍ଆରଆଇ, ମସ୍କୁଲୋସ୍କୋଲେଟଲ ଅଲ୍ଟ୍ରାସାଉଣ୍ଡ, ଏକ୍ସରେ ଆଦି କରିପାରିବେ। କାର୍ଟିକୋଷ୍ଟେରଏଡ୍‌ ଇଞ୍ଜେକସନ୍, ସର୍ଜରୀ ଅର୍ଥରୋସ୍କୋପି, ଏକ୍ୟୁପ୍ରେସର, ଟିଏନ୍ଏସ୍, ବ୍ୟାୟାମ ଆଦି କରିପାରିବେ।