ଫିନାଇଲ ଦେଇଛି ରୋଜଗାର । ଭୋଗରାଇ ଜୟରାମପୁର ଗାଁ ଏସଏଚଜି ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁର ମହିଳା ମାନେ ନିଜସ୍ବ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ଅନ୍ୟ ମହିଳା ମାନଙ୍କ ପାଇଁ ଉଦାୟରଣ ପାଲଟିଛନ୍ତି । ମିଶନଶକ୍ତି ଜରିଆରେ ଫିନାଇଲ ତିଆରି ତାଲିମ ପାଇବା ପରେ ଏଥିପାଇଁ ଦରକାର ହେଉଥିବା କଂଚାମାଲ ଆଣି ଫିନାଇଲ ପ୍ରସ୍ତୁତ କରୁଛନ୍ତି । ଆବଶ୍ୟକ ହେଉଥିବା କେମିକାଲ ମାର୍କେଟରୁ ଆଣି ଭାଗ ମାପ ଅନୁସାରେ ପାଣିରେ ମିଶ୍ରଣ କରୁଛନ୍ତି। ସଠିକ ମିଶ୍ରଣ ପରେ ଓଜନ ଅନୁସାରେ ବୋତଲରେ ପୁରାଇ ଠିପି ସିଲ କରୁଛନ୍ତି। ଆଉ ପରବର୍ତୀ ସମୟରେ ଅର୍ଡର ମୁତାବକ ସେହି ସ୍ଥାନରେ ପହଞ୍ଚାଉଛନ୍ତି। ତେବେ ବଜାରରେ ସେମାନଙ୍କ ହାତ ତିଆରି ଫିନାଇଲର ସେତେଟା ପ୍ରଚାର ପ୍ରସାର ହୋଇନଥିବାରୁ ଅଧିକ ମାତ୍ରାରେ ବିକ୍ରି ହୋଇପାରୁନାହିଁ। ଯାହାଫଳରେ ସେମାନେ ସେତେଟା ରୋଜଗାର ପାଇପାରୁନାହାନ୍ତି ।   ବର୍ତ୍ତମାନ ସରକାର ମିଶନ ଶକ୍ତି ଓ ଜିବିକା ମିଶନ ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଯୋଗାଉଛନ୍ତି । ଏହି ମହିଳା ମାନଙ୍କ ଜିନିଷର ବିକ୍ରି ପାଇଁ ବଜାର ସୁବିଧା ଯୋଗାଇ ଦେଲେ ମହିଳା ମାନେ ଆହୁରି ଆଗକୁ ବଢିପାରନ୍ତେ । 

ଫିନାଇଲ ଦେଇଛି ରୋଜଗାର । ଭୋଗରାଇ ଜୟରାମପୁର ଗାଁ ଏସଏଚଜି ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁର ମହିଳା ମାନେ ନିଜସ୍ବ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ଅନ୍ୟ ମହିଳା ମାନଙ୍କ ପାଇଁ ଉଦାୟରଣ ପାଲଟିଛନ୍ତି । ମିଶନଶକ୍ତି ଜରିଆରେ ଫିନାଇଲ ତିଆରି ତାଲିମ ପାଇବା ପରେ ଏଥିପାଇଁ ଦରକାର ହେଉଥିବା କଂଚାମାଲ ଆଣି ଫିନାଇଲ ପ୍ରସ୍ତୁତ କରୁଛନ୍ତି । ଆବଶ୍ୟକ ହେଉଥିବା କେମିକାଲ ମାର୍କେଟରୁ ଆଣି ଭାଗ ମାପ ଅନୁସାରେ ପାଣିରେ ମିଶ୍ରଣ କରୁଛନ୍ତି। ସଠିକ ମିଶ୍ରଣ ପରେ ଓଜନ ଅନୁସାରେ ବୋତଲରେ ପୁରାଇ ଠିପି ସିଲ କରୁଛନ୍ତି। ଆଉ ପରବର୍ତୀ ସମୟରେ ଅର୍ଡର ମୁତାବକ ସେହି ସ୍ଥାନରେ ପହଞ୍ଚାଉଛନ୍ତି। ତେବେ ବଜାରରେ ସେମାନଙ୍କ ହାତ ତିଆରି ଫିନାଇଲର ସେତେଟା ପ୍ରଚାର ପ୍ରସାର ହୋଇନଥିବାରୁ ଅଧିକ ମାତ୍ରାରେ ବିକ୍ରି ହୋଇପାରୁନାହିଁ। ଯାହାଫଳରେ ସେମାନେ ସେତେଟା ରୋଜଗାର ପାଇପାରୁନାହାନ୍ତି ।

 

ବର୍ତ୍ତମାନ ସରକାର ମିଶନ ଶକ୍ତି ଓ ଜିବିକା ମିଶନ ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଯୋଗାଉଛନ୍ତି । ଏହି ମହିଳା ମାନଙ୍କ ଜିନିଷର ବିକ୍ରି ପାଇଁ ବଜାର ସୁବିଧା ଯୋଗାଇ ଦେଲେ ମହିଳା ମାନେ ଆହୁରି ଆଗକୁ ବଢିପାରନ୍ତେ ।