ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !…
ମୁମ୍ବାଇ,୧୭।୨ : ‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତରେ, ଚେକ ବାଉନ୍ସ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଦାଲତ ତାଙ୍କୁ ଚେକ ରାଶି ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ […] The post ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !… appeared first on Dharitri Odia News.
ମୁମ୍ବାଇ,୧୭।୨ : ‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକୃତରେ, ଚେକ ବାଉନ୍ସ ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏହା ବ୍ୟତୀତ ଅଦାଲତ ତାଙ୍କୁ ଚେକ ରାଶି ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନିର୍ମାତା ରାଜକୁମାର ଜାମନଗର ବ୍ୟବସାୟୀ ଅଶୋକ ଲାଲଙ୍କଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରି ନ ଥିଲେ। ଯେତେବେଳେ ଏହି ରାଶି ଫେରସ୍ତ ହୋଇ ନ ଥିଲା, ଅଶୋକଲାଲ ତାଙ୍କ ବିରୋଧରେ ଜାମନଗର କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ବେଳେ ରାଜକୁମାରଙ୍କ ବିରୋଧରେ କୋର୍ଟ ଏହି ବଡ ରାୟ ଦେଇଛନ୍ତି।
The post ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !… appeared first on Dharitri Odia News.