ଫୁଏଲ୍ ଟ୍ୟାଙ୍କର ବିସ୍ଫୋରଣରେ ୯୪ ମୃତ, ୫୦ରୁ ଅଧିକ ଆହତ
ନୂଆଦିଲ୍ଲୀ: ନାଇଜେରିଆର ଜିଗାଭା ରାଜ୍ୟରେ ଏକ ବିସ୍ଫୋରଣରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ଇନ୍ଧନ ଟ୍ୟାଙ୍କର ଖାଦିଜା ବିଶ୍ୱବିଦ୍ୟାଳୟ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଏହାର କିଛି ସମୟ ପରେ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା । ଖବର ଅନୁସାରେ ଫୁଏଲ୍ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତେଲ ନେବା ପାଇଁ ଶତାଧିକ ଲୋକ ଏକାଠି ହୋଇଥିଲେ । ବହୁ ସଂଖ୍ୟାରେ ଲୋକେ ଟ୍ୟାଙ୍କରରୁ ଇନ୍ଧନ ବାହାର କରିବାରେ ଲାଗିଥିଲେ । ଠିକ୍ ଏହି ସମୟରେ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଆହତଙ୍କୁ ରିଙ୍ଗିମ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ରହିଛି । ବିସ୍ଫୋରଣ ମଙ୍ଗଳବାର ରାତିରେ ଘଟିଛି । ସରକାରୀ ପ୍ରବକ୍ତା ଏଡମ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଲୋକେ ତେଲ ବାହାର କରୁଥିବା ବେଳେ ହଠାତ୍ ନିଆଁ ଲାଗି ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଅନ୍ୟପଟେ ଆହତଙ୍କ ମଧ୍ୟରେ ଗୁରୁତରଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । ସବୁ ମୃତକଙ୍କ ଅନ୍ତିମ ସଂସ୍କାର ବୁଧବାର ଏକାସଙ୍ଗରେ ହେବ ।
ନୂଆଦିଲ୍ଲୀ: ନାଇଜେରିଆର ଜିଗାଭା ରାଜ୍ୟରେ ଏକ ବିସ୍ଫୋରଣରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ ଇନ୍ଧନ ଟ୍ୟାଙ୍କର ଖାଦିଜା ବିଶ୍ୱବିଦ୍ୟାଳୟ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଏହାର କିଛି ସମୟ ପରେ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଥିଲା ।
ଖବର ଅନୁସାରେ ଫୁଏଲ୍ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ତେଲ ନେବା ପାଇଁ ଶତାଧିକ ଲୋକ ଏକାଠି ହୋଇଥିଲେ । ବହୁ ସଂଖ୍ୟାରେ ଲୋକେ ଟ୍ୟାଙ୍କରରୁ ଇନ୍ଧନ ବାହାର କରିବାରେ ଲାଗିଥିଲେ । ଠିକ୍ ଏହି ସମୟରେ ଟ୍ୟାଙ୍କରରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୯୪ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଅଧିକ ଆହତଙ୍କୁ ରିଙ୍ଗିମ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଦୁର୍ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ରହିଛି । ବିସ୍ଫୋରଣ ମଙ୍ଗଳବାର ରାତିରେ ଘଟିଛି । ସରକାରୀ ପ୍ରବକ୍ତା ଏଡମ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଲୋକେ ତେଲ ବାହାର କରୁଥିବା ବେଳେ ହଠାତ୍ ନିଆଁ ଲାଗି ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ଅନ୍ୟପଟେ ଆହତଙ୍କ ମଧ୍ୟରେ ଗୁରୁତରଙ୍କ ସଂଖ୍ୟା ଅଧିକ ରହିଛି । ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ । ସବୁ ମୃତକଙ୍କ ଅନ୍ତିମ ସଂସ୍କାର ବୁଧବାର ଏକାସଙ୍ଗରେ ହେବ ।