ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ

ରାଉରକେଲା,୩୧।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ମା’ ସମଲେଶ୍ୱରୀ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ସ୍ବର୍ଗତ ଜାତୀୟ ଫୁଟବଲ୍‌ ଖେଳାଳି ନୀନା ପଟ୍ଟନାୟକ ଓ କିଶୋର ଦାସଙ୍କ ସ୍ମୃତିରେ ପ୍ରଥମ ବାର୍ଷିକ ଫୁଟବଲ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିଲେ। ଉଦ୍‌ଘାଟନ ମ୍ୟାଚ୍‌ରେ ପୁରାତନ ଫୁଟବଲ୍‌ ଖେଳାଳି ବିଭୂତି ଭୂଷଣ ମହାନ୍ତି ମୁଖ୍ୟ ଅତିଥି, ରକ୍ଷିତ ମୋହନ ଦାସ, ଆନ୍ତର୍ଜାତିକ ମହିଳା ଖେଳାଳି ଆଶ୍ରିତା କିଷାନ, କୁନ୍ତୀ ଲାକ୍ରା, ଜାତୀୟ […] The post ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ appeared first on Dharitri Odia News.

ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ

ରାଉରକେଲା,୩୧।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୬ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ଠାରେ ମା’ ସମଲେଶ୍ୱରୀ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ସ୍ବର୍ଗତ ଜାତୀୟ ଫୁଟବଲ୍‌ ଖେଳାଳି ନୀନା ପଟ୍ଟନାୟକ ଓ କିଶୋର ଦାସଙ୍କ ସ୍ମୃତିରେ ପ୍ରଥମ ବାର୍ଷିକ ଫୁଟବଲ୍‌ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିଲେ। ଉଦ୍‌ଘାଟନ ମ୍ୟାଚ୍‌ରେ ପୁରାତନ ଫୁଟବଲ୍‌ ଖେଳାଳି ବିଭୂତି ଭୂଷଣ ମହାନ୍ତି ମୁଖ୍ୟ ଅତିଥି, ରକ୍ଷିତ ମୋହନ ଦାସ, ଆନ୍ତର୍ଜାତିକ ମହିଳା ଖେଳାଳି ଆଶ୍ରିତା କିଷାନ, କୁନ୍ତୀ ଲାକ୍ରା, ଜାତୀୟ ଖେଳାଳି ଜୟନ୍ତ ମହାରଣା, ହିମାଦ୍ରି ବରୁଆ ସ୍ବତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିଲେ।

ଫାଇନାଲରେ ଟିଚର୍ସ କଲୋନି ୧-୦ ଗୋଲ ବ୍ୟବଧାନରେ ୟୁନାଇଟେଡ ସ୍ପୋଟର୍‌ସ କ୍ଲବ୍‌ ଜଲଦାକୁ ହରାଇ ଚାମ୍ପିୟନ ହୋଇଥିଲା। ଫାଇନାଲ ମ୍ୟାଚ୍‌ରେ ଜାତୀୟ ରେଫରୀ ଭାସ୍କର ନନ୍ଦ ମୁଖ୍ୟ ଅତିଥି, ମନୋଜ ସାମନ୍ତ, ସନ୍ତୋଷ ସ୍ବାଇଁ, ଆନନ୍ଦ ବେହେରା, ଆସୋସିଏଶନ ସଭାପତି ବିଜୟ କିଶାନ, ଉପସଭାପତି ଜସ୍ମିନ ମାଝୀ, ସମ୍ପାଦକ ଜନ୍ମ ଖେଶ୍‌ ଓ ଉପଦେଷ୍ଠା ମଣ୍ଡଳୀ ସଦସ୍ୟ କେଶବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ବିଜେତା ଦଳକୁ ଟ୍ରଫି ସହ ୧୫ ହଜାର ଓ ଉପ ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ନଗଦ ଅର୍ଥ ପ୍ରଦାନ କରାଯାଇଥିଲା। ଭାନୁ ବାଉରି, ରାଜେଶ ଭାଇଁସା, ସାମୁ ହାଁସଦା, ଠାକୁରା ମୁର୍ମୁ, ସୁଶାନ୍ତ ଧର୍ତ୍ତି, ହେମନ୍ତ ହାଁସଦା ମ୍ୟାଚ୍‌ ପରିଚାଳନା କରିଥିଲେ। ଆସୋସିଏଶନର କୁଷା ବିଭାର, ସୁଜିତ କିଷାନ, ରାଜେଶ କିଷାନ, ପ୍ରେମ କିଷାନ ସହଯୋଗ କରିଥିଲେ। ବୁଦ୍ଧୁ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

The post ଫୁଟ୍‌ବଲ: ଟିଚର୍ସ କଲୋନି ଚାମ୍ପିୟନ appeared first on Dharitri Odia News.