ଫୁଡ୍ ପ୍ରୋସେସିଂ ୟୁନିଟ୍ର ହବ୍ ହେବ ସମ୍ବଲପୁର : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର ୭।୫: ଓଡିଶାରେ ହେବ ବିଜେପି ସରକାର, ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ ଶୀର୍ଷକରେ ସାମ୍ବାଦିକ ସମ୍ମିଳନୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ପ୍ରେସମିଟ୍ରେ ଦୁଇଟି ସଂକଳ୍ପ ପତ୍ର ରଖାଯାଇଛି l ଓଡିଶାର ମୁଖ୍ଯମନ୍ତ୍ରୀ ଭିଡିଓରେ ଅଛନ୍ତି ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର l ରିମୋଟ୍ ତାଙ୍କ ଗୁମାସ୍ତା ପାଖରେ ଅଛି l ଗୁମାସ୍ତା ଯେପରି ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାହା ହିଁ କହୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଉପରେ ମୁଖ୍ଯମନ୍ତ୍ରୀ ଏକ ଜନସଭାରେ କହିଥିଲେ ସୁନ୍ଦର ହୋଇଥାନ୍ତା l ବିଜେପି ସରକାର ଆସିଲେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ହେଲା ମାତ୍ରେ ୪୮ ଘଣ୍ଟା ମଧ୍ଯରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ l କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ l ଛତିଶଗଡ ମଡେଲ ଓଡ଼ିଶାରେ ଲାଗୁ କରାଯିବ l ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବୋନସ ଦିଆଯିବ l ସମ୍ବଲପୁର ଟେକ୍ସଟାଇଲକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି, ତାକୁ ଆଉ ଆଗକୁ ବଢ଼ାଯିବ l ମହିଳା ଓ ଯୁବତୀ ମାନଙ୍କ ପାଇଁ କେନ୍ଦ୍ର ସରକାର ସୁଭଦ୍ରା ଯୋଜନା ବିନା ସୁଧରେ ୫୦ ହଜାର ଟଙ୍କା ମିଳିବ, ଯାହାକି ସେମାନେ ଆଉ ଫେରାଇବେ ନାହିଁ l ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଥିବା ଗରିବ ମାନଙ୍କୁ ମାଗଣାରେ ବିଜୁଳି ଦିଆଯିବ l ସମ୍ବଲପୁରକୁ ଫୁଡ ପ୍ରୋସେସିଂ ୟୁନିଟ୍ର ହବ୍ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତ
ଭୁବନେଶ୍ବର ୭।୫: ଓଡିଶାରେ ହେବ ବିଜେପି ସରକାର, ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ ଶୀର୍ଷକରେ ସାମ୍ବାଦିକ ସମ୍ମିଳନୀ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ପ୍ରେସମିଟ୍ରେ ଦୁଇଟି ସଂକଳ୍ପ ପତ୍ର ରଖାଯାଇଛି l ଓଡିଶାର ମୁଖ୍ଯମନ୍ତ୍ରୀ ଭିଡିଓରେ ଅଛନ୍ତି ବୋଲି କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର l ରିମୋଟ୍ ତାଙ୍କ ଗୁମାସ୍ତା ପାଖରେ ଅଛି l ଗୁମାସ୍ତା ଯେପରି ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାହା ହିଁ କହୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀ ଉପରେ ମୁଖ୍ଯମନ୍ତ୍ରୀ ଏକ ଜନସଭାରେ କହିଥିଲେ ସୁନ୍ଦର ହୋଇଥାନ୍ତା l
ବିଜେପି ସରକାର ଆସିଲେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ହେଲା ମାତ୍ରେ ୪୮ ଘଣ୍ଟା ମଧ୍ଯରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ l କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ l ଛତିଶଗଡ ମଡେଲ ଓଡ଼ିଶାରେ ଲାଗୁ କରାଯିବ l ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ବୋନସ ଦିଆଯିବ l ସମ୍ବଲପୁର ଟେକ୍ସଟାଇଲକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି, ତାକୁ ଆଉ ଆଗକୁ ବଢ଼ାଯିବ l ମହିଳା ଓ ଯୁବତୀ ମାନଙ୍କ ପାଇଁ କେନ୍ଦ୍ର ସରକାର ସୁଭଦ୍ରା ଯୋଜନା ବିନା ସୁଧରେ ୫୦ ହଜାର ଟଙ୍କା ମିଳିବ, ଯାହାକି ସେମାନେ ଆଉ ଫେରାଇବେ ନାହିଁ l ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ ଥିବା ଗରିବ ମାନଙ୍କୁ ମାଗଣାରେ ବିଜୁଳି ଦିଆଯିବ l ସମ୍ବଲପୁରକୁ ଫୁଡ ପ୍ରୋସେସିଂ ୟୁନିଟ୍ର ହବ୍ କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି l ବିଜେପି ସରକାର ଆସିଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ସୁନିଶ୍ଚିତ ହେବ l ସେହିପରି ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ପେନସନ ଲାଗୁ ହେବ l ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସାମ୍ବାଦିକ ମାନଙ୍କ ରହିଥିବା ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବ l
You Can Read :
ଲମତାପୁଟରେ ତାତିରୁ ଉପଶମ, ବର୍ଷା ପ୍ରଭାବରେ ଖସିଲା ପାରଦ