ଫୁଡ୍ ଷ୍ଟଲରେ ଚଢ଼ାଉ କଲା ସିଏମସି; ନଷ୍ଟକଲା ବାସି ଖାଦ୍ୟ

ଗଣେଶ ପୂଜା ସହ କଟକରେ ପାର୍ବଣ ଆରମ୍ଭ ହେଉଥିବାରୁ, ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବାକୁ ସିଏମସି ପକ୍ଷରୁ ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି କୁହାଯାଇଛି।

ଫୁଡ୍ ଷ୍ଟଲରେ ଚଢ଼ାଉ କଲା ସିଏମସି; ନଷ୍ଟକଲା ବାସି ଖାଦ୍ୟ

କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ାଉ କରି ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ଅନ୍ୟ ଅଫିସର୍ ଏହି ଯାଞ୍ଚରେ ସାମିଲ ହୋଇଥିଲେ।

ରାଣୀହାଟ, କଲେଜ ଛକ, ଯୋବ୍ରା ତାଳଦଣ୍ଡା ପାର୍ଶ୍ୱରେ ଥିବା ଶତାଧିକ ଚାଟ୍ ଦୋକାନ, ଗୁପଚୁପ, ମୋମୋ ଓ ବରା ପିଆଜି ଦୋକାନ ଗୁଡ଼ିକର ଯାଞ୍ଚ କରିଛି ସିଏମସି। ବିଭିନ୍ନ ଫୁଡ୍ ଷ୍ଟଲକୁ ମିଳିଥିବା ବାସି ଓ ରଙ୍ଗ ମିଶା ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଛି। ଲାଇସେନ୍ସ ଚେକ୍ କରିବା ସହ ବିଭିନ୍ନ ଦୋକାନରୁ ଫାଇନ ମଧ୍ୟ ଆଦାୟ କରିଛି ଏହି ଟିମ୍।

ଗଣେଶ ପୂଜା ସହ କଟକରେ ପାର୍ବଣ ଆରମ୍ଭ ହେଉଥିବାରୁ ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବାକୁ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି କୁହାଯାଇଛି।