ଫୁଲିଯାଉଛି ଗୋଡ ହାତ, ଔଷଧ ଖାିଇଲେ କମୁନି: ଭୟଭୀତ ଲୋକେ

ରାୟଗଡା ୦୭/୦୯: ରାୟଗଡାରେ ଅଜଣା ରୋଗର ଭୟ । ଭୟଭିତ ଅବସ୍ଥାରେ ଗାଁ ଲୋକେ । ଗୋଡ, ହାତ ଫୁଲିଜିବା ସହ ଆଣଣ୍ଠୁ ଗଣ୍ଠି ଫୁଲିଯାଉଥିବାରୁ ଚାଲିବା କଷ୍ଟକର ହୋଇପଡୁଛି । ଯେତେ ଔଷଧ ଖାଇଲେ ମଧ୍ୟ କମୁନଥିବାରୁ ବର୍ତମାନ ଭୟଭିତ ଅବସ୍ଥାରେ ନିଜ ନିଜ ଘରେ ପଡିରହିଛନ୍ତି । କିଛି ଦିନ ତଳେ କାଶୀପୁରର ମୁନୁଷପଦର ଗ୍ରାମରେ ପ୍ରଥମେ ଅଜଣା ରୋଗ ବ୍ୟାପିଥିଲା । ପରେ ଏହା ଡିପଥେରିଆ ରୋଗ ଚିହ୍ନଟ ହୋଇଥିଲା । ସେତେବେଳେ ଏହି ଡିପଥେରିଆ ରୋଗରେ କୋମଳମତି ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଆଉ ଏବେ ରାୟଗଡାରେ ପୁଣି ଏକ ଅଜଣା ରୋଗର ଭୟ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଗାଁ ଲୋକେ । ପୁରା ଗାଁ ଶୁନଶାନ୍ । ଜିଏଯାହାର ଘରେ ରୋଗରେ ଆକ୍ରାନ୍ତ ହୋଇ ନିଜ ନିଜ ଘରେ ପଡିରହିଛନ୍ତି । ଯେଉଁ ଗାଁ ଚଳଚଚଂଳ ଥିଲା ଆଜି ସେହି ଗାଁ ପୁରା ଶୁନ୍‌ଶାନ୍ । ଦୀର୍ଘ ୩ରୁ ୪ ସପ୍ତାହ ହେଲାଣି ଏହିପରି ଗାଁ ଲୋକେ ଅଜଣା ରୋଗରେ ଆକ୍ରାନ୍ତ । ଲୋକଙ୍କ କହିବା ଅନୁଶାରେ ପ୍ରଥମେ ଜ୍ୱର ହଉଛି ଓ ପରେ ପରେ ଗୋଡ, ହାତ ମୁହଁ ସହ ହାତ ଓ ଗୋଡର ଆଣ୍ଠୁ ଗଣ୍ଠି ଫୁଲିଯାଉଛି । ଯାହାରିଫଳରେ ଚାଲିବା କଷ୍ଟକର ହୋଇପଡୁଛି । ସମସ୍ତ ଆକ୍ରାନ୍ତ ଖଣ୍ଡେ ଖଣ୍ଡେ ବାଡିର ସହାଯ୍ୟ ନେଇ ଚାଲିବାକୁ ପଡୁଛି ବୋଲି କହିଛନ୍ତି ରୋଗୀ । ଏହି ଅଜଣା ରୋଗର କବଳରେ ଗାଁର ଛୋଟ ଛୋଟ ପିଲାଙ୍କ ସହ ଯୁବକ ଯୁବତି ଓ ବୁଡାବୁଡି ସମସ୍ତେ ଆକ୍ରାନ୍ତ । ସେମାନଙ୍କ ରକ୍ତ ପରିକ୍ଷା କଲାପରେ ମଧ୍ୟ ଡେଙ୍ଗୁ କି ମ୍ୟ

ଫୁଲିଯାଉଛି ଗୋଡ ହାତ, ଔଷଧ ଖାିଇଲେ କମୁନି: ଭୟଭୀତ ଲୋକେ

ରାୟଗଡା ୦୭/୦୯: ରାୟଗଡାରେ ଅଜଣା ରୋଗର ଭୟ । ଭୟଭିତ ଅବସ୍ଥାରେ ଗାଁ ଲୋକେ । ଗୋଡ, ହାତ ଫୁଲିଜିବା ସହ ଆଣଣ୍ଠୁ ଗଣ୍ଠି ଫୁଲିଯାଉଥିବାରୁ ଚାଲିବା କଷ୍ଟକର ହୋଇପଡୁଛି । ଯେତେ ଔଷଧ ଖାଇଲେ ମଧ୍ୟ କମୁନଥିବାରୁ ବର୍ତମାନ ଭୟଭିତ ଅବସ୍ଥାରେ ନିଜ ନିଜ ଘରେ ପଡିରହିଛନ୍ତି । 

କିଛି ଦିନ ତଳେ କାଶୀପୁରର ମୁନୁଷପଦର ଗ୍ରାମରେ ପ୍ରଥମେ ଅଜଣା ରୋଗ ବ୍ୟାପିଥିଲା । ପରେ ଏହା ଡିପଥେରିଆ ରୋଗ ଚିହ୍ନଟ ହୋଇଥିଲା । ସେତେବେଳେ ଏହି ଡିପଥେରିଆ ରୋଗରେ କୋମଳମତି ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଆଉ ଏବେ ରାୟଗଡାରେ ପୁଣି ଏକ ଅଜଣା ରୋଗର ଭୟ । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ଗାଁ ଲୋକେ । 

ପୁରା ଗାଁ ଶୁନଶାନ୍ । ଜିଏଯାହାର ଘରେ ରୋଗରେ ଆକ୍ରାନ୍ତ ହୋଇ ନିଜ ନିଜ ଘରେ ପଡିରହିଛନ୍ତି । ଯେଉଁ ଗାଁ ଚଳଚଚଂଳ ଥିଲା ଆଜି ସେହି ଗାଁ ପୁରା ଶୁନ୍‌ଶାନ୍ । ଦୀର୍ଘ ୩ରୁ ୪ ସପ୍ତାହ ହେଲାଣି ଏହିପରି ଗାଁ ଲୋକେ ଅଜଣା ରୋଗରେ ଆକ୍ରାନ୍ତ । ଲୋକଙ୍କ କହିବା ଅନୁଶାରେ ପ୍ରଥମେ ଜ୍ୱର ହଉଛି ଓ ପରେ ପରେ ଗୋଡ, ହାତ ମୁହଁ ସହ ହାତ ଓ ଗୋଡର ଆଣ୍ଠୁ ଗଣ୍ଠି ଫୁଲିଯାଉଛି । ଯାହାରିଫଳରେ ଚାଲିବା କଷ୍ଟକର ହୋଇପଡୁଛି । ସମସ୍ତ ଆକ୍ରାନ୍ତ ଖଣ୍ଡେ ଖଣ୍ଡେ ବାଡିର ସହାଯ୍ୟ ନେଇ ଚାଲିବାକୁ ପଡୁଛି ବୋଲି କହିଛନ୍ତି ରୋଗୀ । 

ଏହି ଅଜଣା ରୋଗର କବଳରେ ଗାଁର ଛୋଟ ଛୋଟ ପିଲାଙ୍କ ସହ ଯୁବକ ଯୁବତି ଓ ବୁଡାବୁଡି ସମସ୍ତେ ଆକ୍ରାନ୍ତ । ସେମାନଙ୍କ ରକ୍ତ ପରିକ୍ଷା କଲାପରେ ମଧ୍ୟ ଡେଙ୍ଗୁ କି ମ୍ୟାଲେରିଆ ବାହାରୁନଥିବା ବେଳେ ଇଞ୍ଜେକ୍ସନ ନେବା ପରେ ଜ୍ୱର କମିଯାଉଛି ଓ ପରେ ପୁଣି ଜ୍ୱର ହଉଛି ବୋଲି କହିଛନ୍ତି ରୋଗୀ । ଗାଁର ପ୍ରତି ଘରେ ଏବେ ରୋଗୀଙ୍କ ସଂଖ୍ୟା ବଡିବାରେ ଲାଗିଛି ।

ରାୟଗଡା ସଦର ବ୍ଲକ ହାଲୁଆ ପଚାଂୟତର ହାଲୁଆ ଗାଁ । ରାୟଗଡା ସହର ଠାରୁ ମାତ୍ର 6 କିମି ଗଲେ ଜାତୀୟ ରାଜପଥ କଡରେ ରହିଛି ଏହି ଗାଁ । ଏହି ଗାଁରେ ପାଖାପାଖି ୨୪୦ ପରିବାର ବାସ କରୁଥିବା ବେଳେ ଏହି ଗାଁର ଜନସଂଖ୍ୟା ୧୧୦୦ରୁ ଉର୍ଦ୍ଧ୍ୱ । ଏଠାର ସମସ୍ତେ ଦୀନମଜୁରିଆ ସହ ଚାଷବାଷ କରି ଜିବିକା ନିର୍ବାହ କରନ୍ତି । ହେଲେ ଦୀର୍ଘ ୩ ରୁ ୪ ସପ୍ତାହ ହବ ସେମାନେ ଆଉ କାମ କରିବା ପାଇଁ ଜାଇପାରୁନାହାନ୍ତି । 

କାରଣ ହାତ, ଗୋଡର ଆଣ୍ଠୁ ଗଣ୍ଠି ଫୁଲିଯାଉଥିବାରୁ ଚାଲିବା କଷ୍ଟକର ହୋଇପଡୁଛି । ଠିକରେ ଚାଲିପାରୁନଥିବା ବେଳେ ନିତ୍ୟକର୍ମ ପାଇଁ ବାଡିର ସାହାଯ୍ୟ ନବାକୁ ପଡୁଛି । ବର୍ତମାନ ଏହି ରୋଗ କମିବା ପରିବର୍ତେ ଦିନକୁ ଦିନ ବୃଦ୍ଧି ପାଇ ଗାଁର ସମସ୍ତଙ୍କ ଘରକୁ ବ୍ୟାପିବାରେ ଲାଗିଲାଣୀ । ଏପରିସ୍ଥଳେ ଡାକ୍ତର ରୋଗର କାରଣ ଓ ନିରାକରଣ ବିଷୟରେ ଜାଣିନପାରିବା ଲୋକଙ୍କୁ ଚିନ୍ତାରେ ପକାଇଛି ।  

ଏନେଇ ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ ସେହି ଗାଁକୁ ମେଡିକାଲର ଏକି ଟିମ ଯାଇ ପରିକ୍ଷା କରୁଛି । ଆବଶ୍ୟକ ସ୍ଥଳେ ସମସ୍ତ ପ୍ରକାର ସୁବିଧା ଯୋଗାଇଦିଆଜିବ ବୋଲି କିହିଛନ୍ତି ରାୟଗଡା ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଲାଲମୋହନ ରାଉତରାୟ । ଏହି ଅଜଣା ରୋଗ ଅଧିକ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ବଡି ବିପଦ ସାଜିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହାର ନିରାକରଣ କରିବା ଜରୁରୀ ।