ଫୁଲୁଛି ଜଳକା ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା

ଜଳେଶ୍ବର ୧୫।୯: ଫୁଲୁଛି ଜଳକା ନଦୀର ଜଳସ୍ତର । ଦେଖାଦେଲା ବନ୍ୟା ଆଶଙ୍କା । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟର ଉପରେ ପ୍ରବାହିତ ହେଉଛି ଜଳସ୍ତର । ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା । ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହା ହେଲେ ବସ୍ତା ବ୍ଲକର ୧୦ଟି ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଶନିବାର ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର, ମୋରଡାରେ ୩୦.୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ଜଳକାରେ ବନ୍ୟା ଆସିବାର ସମ୍ଭାବନା ରହିଛି ।You Can Read:ଲଘୁଚାପଜନିତ ବର୍ଷାରେ ଭୂସ୍ଖଳନ

ଫୁଲୁଛି ଜଳକା ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା

ଜଳେଶ୍ବର ୧୫।୯: ଫୁଲୁଛି ଜଳକା ନଦୀର ଜଳସ୍ତର । ଦେଖାଦେଲା ବନ୍ୟା ଆଶଙ୍କା । ନଦୀର ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୨ ମିଟର ଉପରେ ପ୍ରବାହିତ ହେଉଛି ଜଳସ୍ତର । ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୂଳିଆ ବାସିନ୍ଦା । 

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହା ହେଲେ ବସ୍ତା ବ୍ଲକର ୧୦ଟି ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଶନିବାର ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର, ମୋରଡାରେ ୩୦.୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ଜଳକାରେ ବନ୍ୟା ଆସିବାର ସମ୍ଭାବନା ରହିଛି ।

You Can Read:

ଲଘୁଚାପଜନିତ ବର୍ଷାରେ ଭୂସ୍ଖଳନ, ଭୁଶୁଡ଼ିଲା ୪୦ ଫୁଟର ରାସ୍ତା