ଫୁଲୁଛି ପୁଟ୍ରିଖମଣ ଜଳଭଣ୍ଡାର: ଗେଟ୍‌ ନିିର୍ମାଣ ଦାବି

କୁଆଁରମୁଣ୍ଡା,୧୪।୭(ମହେନ୍ଦ୍ର କୁମାର ସାହୁ)- ଚଳିତ ଲଗାଣ ବର୍ଷାରେ ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟ୍ରିଖମଣ ଜଳଭଣ୍ଡାର ଫୁଲି ଉଠିଛି। ଉକ୍ତ ଜଳଭଣ୍ଡାରରେ ଶାଗାବେଡା, କୁଦାବେଡା,ଦୁମାଙ୍ଗଦିରି ପାହାଡ ଇତ୍ୟାଦିରୁ ବର୍ଷା ଜଳ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାର ଫୁଲି ଉଠିଛି। ମାତ୍ର ଏହି ଜଳ ଭଣ୍ଡାରରେ ଗେଟ ନ ଥିବାରୁ ଜଳକୁ ସଂରକ୍ଷଣ କରାଯାଇପାରୁ ନାହିଁ। ଗେଟ ନିର୍ମାଣ କରାଗଲେ ଅଧିକ ପରିମାଣର ଜଳ ସଂରକ୍ଷଣ ହୋଇପାରନ୍ତା। ଯାହାକି ସ୍ଥାନୀୟ ଅଞ୍ଚଳର ଶତାଧିକ ହେକ୍ଟର ଚାଷ ଜମିକୁ […] The post ଫୁଲୁଛି ପୁଟ୍ରିଖମଣ ଜଳଭଣ୍ଡାର: ଗେଟ୍‌ ନିିର୍ମାଣ ଦାବି appeared first on Dharitri Odia News.

ଫୁଲୁଛି ପୁଟ୍ରିଖମଣ ଜଳଭଣ୍ଡାର: ଗେଟ୍‌ ନିିର୍ମାଣ ଦାବି

କୁଆଁରମୁଣ୍ଡା,୧୪।୭(ମହେନ୍ଦ୍ର କୁମାର ସାହୁ)- ଚଳିତ ଲଗାଣ ବର୍ଷାରେ ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟ୍ରିଖମଣ ଜଳଭଣ୍ଡାର ଫୁଲି ଉଠିଛି। ଉକ୍ତ ଜଳଭଣ୍ଡାରରେ ଶାଗାବେଡା, କୁଦାବେଡା,ଦୁମାଙ୍ଗଦିରି ପାହାଡ ଇତ୍ୟାଦିରୁ ବର୍ଷା ଜଳ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାର ଫୁଲି ଉଠିଛି। ମାତ୍ର ଏହି ଜଳ ଭଣ୍ଡାରରେ ଗେଟ ନ ଥିବାରୁ ଜଳକୁ ସଂରକ୍ଷଣ କରାଯାଇପାରୁ ନାହିଁ। ଗେଟ ନିର୍ମାଣ କରାଗଲେ ଅଧିକ ପରିମାଣର ଜଳ ସଂରକ୍ଷଣ ହୋଇପାରନ୍ତା। ଯାହାକି ସ୍ଥାନୀୟ ଅଞ୍ଚଳର ଶତାଧିକ ହେକ୍ଟର ଚାଷ ଜମିକୁ ଖରା ଦିନରେ ଜଳସେଚନ ହୋଇପାରନ୍ତା ବୋଲି ଜିଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି। ଅନ୍ୟପକ୍ଷରେ ଜଳଭଣ୍ଡାରରୁ ଜଳ ଏବେ ବାହାରି ଯାଉଥିବାରୁ ସ୍ଥାନୀୟ ଲୋକେ ବଡ ବଡ ମାଛ ମାରୁଛନ୍ତି।

The post ଫୁଲୁଛି ପୁଟ୍ରିଖମଣ ଜଳଭଣ୍ଡାର: ଗେଟ୍‌ ନିିର୍ମାଣ ଦାବି appeared first on Dharitri Odia News.