ଫୁଲୁଛି ସୁବର୍ଣ୍ଣରେଖା: ପୁଣି ଏକ ବନ୍ୟା ଆଶଙ୍କା, ଲୋକେ ଭୟଭୀତ
ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଉତ୍ତର ବାଲେଶ୍ୱର ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ୩ ଦିନ ଧରି ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଗ୍ରାମ, ବଜାର, ହାଟ ବର୍ଷା ପାଣିରେ ବୁଡ଼ିଯାଇ ବେହାଲ ହୋଇଛି। ଘନଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଲହଡ଼ି ଭାଙ୍ଗୁଛି। ସୁବର୍ଣ୍ଣରେଖା ପ୍ରଥମବନ୍ୟା ବନ୍ୟା ଲୋକଙ୍କ ମଧ୍ୟରୁ ଦୁଃଖ ଦୁର୍ଦ୍ଦଶା ଲିଭି ନ ଥିବା ବେଳେ ପୁଣି ଏକ ଲଘୁଚାପ […] The post ଫୁଲୁଛି ସୁବର୍ଣ୍ଣରେଖା: ପୁଣି ଏକ ବନ୍ୟା ଆଶଙ୍କା, ଲୋକେ ଭୟଭୀତ appeared first on Dharitri Odia News.
ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ଉତ୍ତର ବାଲେଶ୍ୱର ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ୩ ଦିନ ଧରି ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଗ୍ରାମ, ବଜାର, ହାଟ ବର୍ଷା ପାଣିରେ ବୁଡ଼ିଯାଇ ବେହାଲ ହୋଇଛି। ଘନଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଲହଡ଼ି ଭାଙ୍ଗୁଛି। ସୁବର୍ଣ୍ଣରେଖା ପ୍ରଥମବନ୍ୟା ବନ୍ୟା ଲୋକଙ୍କ ମଧ୍ୟରୁ ଦୁଃଖ ଦୁର୍ଦ୍ଦଶା ଲିଭି ନ ଥିବା ବେଳେ ପୁଣି ଏକ ଲଘୁଚାପ ୨ୟ ବନ୍ୟାର ଆଶଙ୍କା ସୃଷ୍ଟି କରିଛି। ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ଏହି ଲଘୁଚାପ ସକ୍ରିୟ ହୋଇ ବର୍ଷା ହେଉଥିବାବେଳେ ଗାଲୁଡ଼ିହି ବ୍ୟାରେଜରୁ ୨୨୦୦ କ୍ୟୁସେକ୍ ବର୍ଷାଜଳ ସୁବର୍ଣ୍ଣରେଖାକୁ ଛଡ଼ାଯିବାରୁ ପୁଣି ଅନ୍ୟ ଏକ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇ ନ ପାରେ ବୋଲି ସେଚ ବିଭାଗ ସୂଚନା ଦିଆଯାଇଛି।
ଅପରପକ୍ଷରେ ଭୋଗରାଇର କମର୍ଦ୍ଦା-ବାଲିଆପାଳ ମୁଖ୍ୟ କଂକ୍ରିଟରାସ୍ତା ଉଲୁଡ଼ା-ବାଇଗଣବାଡିଆଠାରେ ଶହେ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ା ସୃଷ୍ଟି ହେବାରୁ ପଡ଼ୋଶୀ ଗାଁ ପ୍ରତି ବିପଦ ଦେଖାଦେଇଛି। ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ଶହଶହ ବାଲି ବସ୍ତା ପକାଯାଇ ଜନଜୀବନ ସୁରକ୍ଷିତ ନିମନ୍ତେ ଉଦ୍ୟମ ଜାରି ରହିଛି।
The post ଫୁଲୁଛି ସୁବର୍ଣ୍ଣରେଖା: ପୁଣି ଏକ ବନ୍ୟା ଆଶଙ୍କା, ଲୋକେ ଭୟଭୀତ appeared first on Dharitri Odia News.