ଫେକ୍‌ ଡକ୍ୟୁମେଣ୍ଟ ଦେଇ ବ୍ୟାଙ୍କ୍‌ରୁ ଠକିଥିଲେ କୋଟି କୋଟି ଟଙ୍କା, ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର: ଆଠ କୋଟିର ବ୍ୟାଙ୍କ ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗିରଫ ଅଭିଯୁକ୍ତ ହେଲେ ସ୍ମୃତି ରଞ୍ଜନ ସେଠୀ, ଏମ ଦିବ୍ୟଶ୍ରୀ ଜ୍ୟୋତିରଞ୍ଜନ, ନିରଞ୍ଜନ ବେହେରା ଏବଂ ଦେବାଶିଷ ବେହେରା। ସୂଚନା ଅନୁଯାୟୀ, ଏହି ଠକମାନେ ବିଭିନ୍ନ ସଂସ୍ଥା ନାଁରେ ଠକେଇ କରିଥିଲେ। ଏମାନେ ଜାଲ କାଗଜପତ୍ର ଦେଇ ପ୍ରାୟ ୨୩୪ଟି କ୍ରେଡିଟ ଲୋନ ମାଧ୍ୟମରେ ୮ କୋଟିରୁ ଅଧିକ ଟଙ୍କା ଆଣିଥିଲେ। ଏହି ସବୁ ଠକେଇ ୨୦୨୧ରୁ ୨୦୨୩ ମଧ୍ୟରେ ହୋଇଥିଲା। ତେବେ ତଦନ୍ତରୁ ଜଣାପଡ଼ିଛି ସ୍ମୃତି ରଞ୍ଜନ ଏବଂ ଏମ ଦିବ୍ୟଶ୍ରୀ ଜ୍ୟୋତି ରଞ୍ଜନର ଘର ଜଗତସିଂହପୁର ଜିଲ୍ଲାରେ। ସେହିଭଳି ଅନ୍ୟ ଦୁଇ ଆରୋପୀ ନିରଞ୍ଜନ ବେହେରା ଏବଂ ଦେବାଶିଷ ବେହେରାଙ୍କ ଘର ନୟାପଲ୍ଲୀ ଅଞ୍ଚଳରେ। SBIର ରିଜିଓନାଲ ବ୍ରାଞ୍ଚ ଅଫିସ୍‌ର ରିଜିଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି ଇଓଡବ୍ଲୁ । 

ଫେକ୍‌ ଡକ୍ୟୁମେଣ୍ଟ ଦେଇ ବ୍ୟାଙ୍କ୍‌ରୁ ଠକିଥିଲେ କୋଟି କୋଟି ଟଙ୍କା, ଗିରଫ କଲା ଇଓଡବ୍ଲୁ

ଭୁବନେଶ୍ବର: ଆଠ କୋଟିର ବ୍ୟାଙ୍କ ଠକେଇ ଘଟଣାରେ ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଗିରଫ ଅଭିଯୁକ୍ତ ହେଲେ ସ୍ମୃତି ରଞ୍ଜନ ସେଠୀ, ଏମ ଦିବ୍ୟଶ୍ରୀ ଜ୍ୟୋତିରଞ୍ଜନ, ନିରଞ୍ଜନ ବେହେରା ଏବଂ ଦେବାଶିଷ ବେହେରା। 

ସୂଚନା ଅନୁଯାୟୀ, ଏହି ଠକମାନେ ବିଭିନ୍ନ ସଂସ୍ଥା ନାଁରେ ଠକେଇ କରିଥିଲେ। ଏମାନେ ଜାଲ କାଗଜପତ୍ର ଦେଇ ପ୍ରାୟ ୨୩୪ଟି କ୍ରେଡିଟ ଲୋନ ମାଧ୍ୟମରେ ୮ କୋଟିରୁ ଅଧିକ ଟଙ୍କା ଆଣିଥିଲେ। ଏହି ସବୁ ଠକେଇ ୨୦୨୧ରୁ ୨୦୨୩ ମଧ୍ୟରେ ହୋଇଥିଲା। 

ତେବେ ତଦନ୍ତରୁ ଜଣାପଡ଼ିଛି ସ୍ମୃତି ରଞ୍ଜନ ଏବଂ ଏମ ଦିବ୍ୟଶ୍ରୀ ଜ୍ୟୋତି ରଞ୍ଜନର ଘର ଜଗତସିଂହପୁର ଜିଲ୍ଲାରେ। ସେହିଭଳି ଅନ୍ୟ ଦୁଇ ଆରୋପୀ ନିରଞ୍ଜନ ବେହେରା ଏବଂ ଦେବାଶିଷ ବେହେରାଙ୍କ ଘର ନୟାପଲ୍ଲୀ ଅଞ୍ଚଳରେ। SBIର ରିଜିଓନାଲ ବ୍ରାଞ୍ଚ ଅଫିସ୍‌ର ରିଜିଓନାଲ ମ୍ୟାନେଜର ଶିବ ସୁନ୍ଦର ସାହୁଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି ଇଓଡବ୍ଲୁ ।