ଫେବୃଆରୀ ୧ମ ସପ୍ତାହ ସୁଦ୍ଧା ଭାଜପା ନୂଆ ସଭାପତିଙ୍କ ନାମ ଘୋଷଣା: ସୁକାନ୍ତ

ଭୁବନେଶ୍ୱର, ୩୧ା୧(ସୁନିତ୍‌ ମିଶ୍ର): ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ ସେନେଇ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହୋଇଯିବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୩ଟି ଜିଲାର ସଭାପତିଙ୍କ ନାମ ଘୋଷଣା ହୋଇସାରିଛି। ବାକିଥିବା ୧୪ ଜିଲାର ସଭାପତିଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା ହୋଇଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, […] The post ଫେବୃଆରୀ ୧ମ ସପ୍ତାହ ସୁଦ୍ଧା ଭାଜପା ନୂଆ ସଭାପତିଙ୍କ ନାମ ଘୋଷଣା: ସୁକାନ୍ତ appeared first on Dharitri Odia News.

ଫେବୃଆରୀ ୧ମ ସପ୍ତାହ ସୁଦ୍ଧା ଭାଜପା ନୂଆ ସଭାପତିଙ୍କ ନାମ ଘୋଷଣା: ସୁକାନ୍ତ

ଭୁବନେଶ୍ୱର, ୩୧ା୧(ସୁନିତ୍‌ ମିଶ୍ର): ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ ସେନେଇ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହୋଇଯିବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୩ଟି ଜିଲାର ସଭାପତିଙ୍କ ନାମ ଘୋଷଣା ହୋଇସାରିଛି।

ବାକିଥିବା ୧୪ ଜିଲାର ସଭାପତିଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା ହୋଇଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଖୁବ୍‌ଶୀଘ୍ର ଦଳର ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇଯିବ। ସଙ୍ଗଠନ ମହାପର୍ବ ଚାଲିଛି, ଶୀଘ୍ର ସବୁ ନିର୍ବାଚନ ସରିବ। ନିର୍ବାଚନ ଚାଲିଛି କୌଣସି ବିଳମ୍ବ ହୋଇନାହିଁ।

ସୂଚନାଯୋଗ୍ୟ, ଭାଜପାର ସାଙ୍ଗଠନିକ ନିର୍ବାଚନ ଚାଲିଛି। ନିକଟରେ ୨୩ ଜିଲା ପାଇଁ ସଭାପତି ତାଲିକା ପ୍ରକାଶ ପାଇସାରିଛି। ତେବେ ରାଜ୍ୟ ସଭାପତି କିଏ ହେବେ ତାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଜାରି ରହିଛି। ଦଳ ପୁଣି ଥରେ ବର୍ତ୍ତମାନର ସଭାପତି ମନମୋହନ ସାମଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ ନା ତାଙ୍କ ସ୍ଥାନରେ କୌଣସି ନୂଆ ନେତାଙ୍କୁ ବାଛିବ ତାକୁ ନେଇ ଚର୍ଚ୍ଚା ଚାଲିଛି।

The post ଫେବୃଆରୀ ୧ମ ସପ୍ତାହ ସୁଦ୍ଧା ଭାଜପା ନୂଆ ସଭାପତିଙ୍କ ନାମ ଘୋଷଣା: ସୁକାନ୍ତ appeared first on Dharitri Odia News.