ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି, ୨୩ରେ ଭାରତ- ପାକିସ୍ତାନ ମୁକାବିଲା
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୨୩ରେ ହେବ ଚାମ୍ପିୟନସ ଟ୍ରଫିର ସବୁଠୁ ବଡ଼, ହାଇଭୋଲଟେଜ୍ ମ୍ୟାଚ। ଏହି ଦିନ ହେବ... The post ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି, ୨୩ରେ ଭାରତ- ପାକିସ୍ତାନ ମୁକାବିଲା appeared first on .
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୨୩ରେ ହେବ ଚାମ୍ପିୟନସ ଟ୍ରଫିର ସବୁଠୁ ବଡ଼, ହାଇଭୋଲଟେଜ୍ ମ୍ୟାଚ। ଏହି ଦିନ ହେବ ଭାରତ-ପାକିସ୍ତାନ ଟକ୍କର। ଦୁବାଇରେ ଏହି ମ୍ୟାଚ ଖେଳାଯିବ। ଆଜି ଆଇସିସି ତରଫରୁ ଚାମ୍ପିୟନସ ଟ୍ରଫିର ଖେଳସୂଚୀ ପ୍ରକାଶ ପାଇଛି। ଭାରତ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ। ୨୦ ତାରିଖରେ ବାଂଲାଦେଶ, ୨୩ ତାରିଖରେ ପାକିସ୍ତାନ ଓ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରହିଛି ଭାରତର ମ୍ୟାଚ। ପାକିସ୍ତାନ ଯିବାକୁ ବିସିସିଆଇ ସିଧା ସିଧା ମନା କରିବା ପରେ ହାଇବ୍ରିଡ୍ ମଡେଲରେ ଚାମ୍ପିୟନସ ଟ୍ରଫି କରିବାକୁ ନିଷ୍ପତ୍ତି ହୋଇଛି। ଅର୍ଥାତ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ଭାରତ। ଏପରିକି ଯଦି ଭାରତ ଫାଇନାଲକୁ ଯାଏ, ଲାହୋରରେ ହେବାକୁ ଥିବା ଏହି ମ୍ୟାଚ ବି ଦୁବାଇକୁ ସ୍ଥାନାନ୍ତର କରାଯିବ।
ଚାମ୍ପିୟନସ ଟ୍ରଫିରେ ୮ଟି ଟିମ୍ ଭାଗ ନେଉଛନ୍ତି। ମୋଟ ୧୫ଟି ମ୍ୟାଚ ଖେଳାଯିବ। ଦୁବାଇ ଓ ପାକିସ୍ତାନର ଲାହୋର, କରାଚି ଓ ରାୱଲପିଣ୍ଡିରେ ଖେଳାଯିବ ସବୁ ମ୍ୟାଚ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଫେବ୍ରୁଆରି ୧୯ରେ କରାଚିରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଚାମ୍ପିୟନସ ଟ୍ରଫିର ଗ୍ରୁପ ଏରେ ଅଛନ୍ତି ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ। ଗ୍ରୁପ ବି ରେ ଅଛନ୍ତି ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଓ ଇଂଲଣ୍ଡ। ଉଭୟ ସେମିଫାଇନାଲ ଓ ଫାଇନାଲ ପାଇଁ ରିଜର୍ଭ ଦିନ ରହିଛି। ମାର୍ଚ୍ଚ ୯ ରେ ରହିଛି ଫାଇନାଲ। ଫାଇନାଲ ପାଇଁ ରିଜର୍ଭ ଡେ ବି ରହିଛି। କୌଣସି କାରଣରୁ ମାର୍ଚ୍ଚ ୯ରେ ପୁରା ମ୍ୟାଚ ଖେଳା ଯାଇନପାରିଲେ, ୧୦ ତାରିଖରେ ପୁଣି ଖେଳାଯିବ।
The post ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି, ୨୩ରେ ଭାରତ- ପାକିସ୍ତାନ ମୁକାବିଲା appeared first on .