ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ

ଝାରସୁଗୁଡ଼ା : ଫେବ୍ରୁଆରି ପହିଲାରୁ ଲକ୍ଷ୍ନୌକୁ ଓ ଫେବ୍ରୁଆରି ୨ ତାରିଖରୁ ରାୟପୁରକୁ  ଷ୍ଟାର୍‌ ଏୟାର ଉଡ଼ାଣ କରିବ । ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଓ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ଅବତରଣ କରିବ । ଏହି ୩ ଦିନ ହିଁ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି […] The post ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ appeared first on KNews Odisha.

ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ
flights

ଝାରସୁଗୁଡ଼ା : ଫେବ୍ରୁଆରି ପହିଲାରୁ ଲକ୍ଷ୍ନୌକୁ ଓ ଫେବ୍ରୁଆରି ୨ ତାରିଖରୁ ରାୟପୁରକୁ  ଷ୍ଟାର୍‌ ଏୟାର ଉଡ଼ାଣ କରିବ । ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଓ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍‌ରେ ଅବତରଣ କରିବ ।

ଏହି ୩ ଦିନ ହିଁ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍‌ରେ ଏଠାରେ ଅବତରଣ କରିବ । ସପ୍ତାହକୁ ୪ ଦିନ ଅର୍ଥାତ୍‌ ସୋମବାର, ବୁଧବ‌ାର, ଶୁକ୍ରବାର ଓ ରବିବାର ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ଝାରସୁଗୁଡ଼ାରୁ ରାୟପୁର ଅଭିମୁଖେ ବିମାନ ଉଡ଼ାଣ ଭରି ସେଠାରେ ସନ୍ଧ୍ୟା ୭ଟା ୨୫ ମିନିଟ୍‌ରେ ଅବତରଣ କରିବ ।

ସେଠାରୁ ପୁଣି ସନ୍ଧ୍ୟା ୭ଟା ୫୫ ମିନିଟ୍‌ରେ ଉଡ଼ାଣ ଭରି ଝାରସୁଗୁଡ଼ାରେ ରାତି ୮ଟା ୪୫ ମିନିଟ୍‌ରେ ଅବତରଣ କରିବ ବୋଲି ବିମାନ ବନ୍ଦର ନିର୍ଦେଶକ ସୂଚନା ଦେଇଛନ୍ତି ଏବଂ ଆସନ୍ତା ମାର୍ଚ୍ଚ ପ୍ରଥମରୁ ଇଣ୍ଡିଗୋ ବିମାନ ଝାରସୁଗୁଡାରୁ ମୁବାଇକୁ ସେବା ପ୍ରଦାନ କରିବା ନେଇ ସୂଚନା ମିଳିଛି ।

 

The post ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ appeared first on KNews Odisha.