ଫେବୃୟାରୀ ୧୬ ରେ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ

ସମ୍ବଲପୁର : ଆଜି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବରେ ତଥା ଅଭୟ ଭୋଇ ଙ୍କ ସଭାପତିତ୍ବରେ ବରଗଡ଼ର ସର୍ବପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଆସନ୍ତା ୧୬ ଫେବୃଆରୀ ୨୦୨୫ ତାରିଖ ଦିନ ବରଗଡ଼ ଉପକଣ୍ଠ ବରାହଗୁଡା ନିକଟସ୍ଥ ଲା-ଫ୍ଲୋରା ଉଦ୍ୟାନରେ ପାଳନ କରାଯିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ […] The post ଫେବୃୟାରୀ ୧୬ ରେ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ appeared first on Odisha.News.

ଫେବୃୟାରୀ ୧୬ ରେ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ

ସମ୍ବଲପୁର : ଆଜି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ସତ୍ୟ ନାରାୟଣ ପଣ୍ଡା ଙ୍କ ଆବାହକତ୍ବରେ ତଥା ଅଭୟ ଭୋଇ ଙ୍କ ସଭାପତିତ୍ବରେ ବରଗଡ଼ର ସର୍ବପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ପାଇଁ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।
ଆସନ୍ତା ୧୬ ଫେବୃଆରୀ ୨୦୨୫ ତାରିଖ ଦିନ ବରଗଡ଼ ଉପକଣ୍ଠ ବରାହଗୁଡା ନିକଟସ୍ଥ ଲା-ଫ୍ଲୋରା ଉଦ୍ୟାନରେ ପାଳନ କରାଯିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।
ଆଜିର ବୈଠକରେ ଶ୍ରୀ ଗୋବିନ୍ଦ ଦାଶ ସଂଯୋଜନା କରିଥିବା ବେଳେ ସର୍ବଶ୍ରୀ ନିର୍ମଳ କିଶୋର କର, କୃଷ୍ଣ ଚନ୍ଦ୍ର ପଣ୍ଡା, ଗୋପାଳ ଦାଶ, କହ୍ନୈୟାଲାଲ ଗୁପ୍ତା, ସ୍ବାଧୀନ ମହାରଣା, ସୁଧାଂଶୁ ଶତପଥୀ, ଶତୃଘ୍ନ ଦାଶ, ଅଶୋକ ପ୍ରଧାନ, ପ୍ରସନ୍ନ ସାମଲ, ଲଳିତ ବିଶି, ସୁରେନ୍ଦ୍ର ଦାଶ, ରାଜେନ୍ଦ୍ର ଲାଠ, କୁଞ୍ଜବିହାରୀ ଗୁପ୍ତା, ବିନୋଦ ଅଗ୍ରୱାଲ,ବାସୁଦେବ ପ୍ରଧାନ, ବାଳମୁକୁନ୍ଦ ଦାଶ, କୁନୁ ବଢେଇ, ସୁରେନ୍ଦ୍ର ପାଣିଗ୍ରାହୀ, ତୁଳସୀ ଚରଣ ଦାଶ ଆଦି ଯୋଗଦେଇ ନିଜ ନିଜ ମତାମତ ଉପସ୍ଥାପନ କରିଥିଲେ ।
ଶେଷରେ ଶ୍ରୀ ଦେବୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

The post ଫେବୃୟାରୀ ୧୬ ରେ ସୁବର୍ଣ୍ଣ ଜୟନ୍ତି ମହୋତ୍ସବ appeared first on Odisha.News.