ଫେବ୍ରୁଆରି ୧୭ରେ କେଜ୍ରିୱାଲଙ୍କୁ ସମନ୍ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଫେବ୍ରୂଆରି ୧୭ ତାରିଖରେ ଜିଲ୍ଲା କୋର୍ଟ ସମନ କରିଛନ୍ତି। ବେଆଇନ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କରିଥିବା ଅଭିଯୋଗ ଆଧାରରେ କୋର୍ଟ କେଜ୍ରିୱାଲଙ୍କୁ ସମନ କରିଛନ୍ତି। ଅତିରିକ୍ତ ସିଜେଏମ୍ ଦିବ୍ୟ ମାଲହୋତ୍ରା ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କୋର୍ଟରେ ହାଜର ହେବାପାଇଁ ସମନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ବେଆଇନ ମଦ ଦୁର୍ନୀତି ମାମଲାରେ ଇଡି […]

ଫେବ୍ରୁଆରି ୧୭ରେ କେଜ୍ରିୱାଲଙ୍କୁ ସମନ୍ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆସନ୍ତା ଫେବ୍ରୂଆରି ୧୭ ତାରିଖରେ ଜିଲ୍ଲା କୋର୍ଟ ସମନ କରିଛନ୍ତି। ବେଆଇନ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କରିଥିବା ଅଭିଯୋଗ ଆଧାରରେ କୋର୍ଟ କେଜ୍ରିୱାଲଙ୍କୁ ସମନ କରିଛନ୍ତି। ଅତିରିକ୍ତ ସିଜେଏମ୍ ଦିବ୍ୟ ମାଲହୋତ୍ରା ଉକ୍ତ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କୋର୍ଟରେ ହାଜର ହେବାପାଇଁ ସମନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ବେଆଇନ ମଦ ଦୁର୍ନୀତି ମାମଲାରେ ଇଡି ଦ୍ବାରା କରାଯାଇଥିବା ୫ଟି ସମନକୁ ଏଡ଼ାଇବା ପରେ ଇଡି ଫେବ୍ରୁଆରି ୩ ତାରିଖରେ ରୋଜ ଆଭେନ୍ୟୁ କୋର୍ଟରେ ଏକ ଅଭିଯୋଗ ଦାଏର କରିଥିଲା। ଆଇପିସିର ଧାରା ୧୭୪ ଅଧୀନରେ ଏହି ଅଭିଯୋଗ ଦାଏର ହୋଇଥିଲା। କୋର୍ଟଙ୍କ ସମନରେ ପ୍ରତିକ୍ରିୟା ପ୍ରକାଶ କରି ଆପ ନେତା ଜସ୍ମିନ ଶାହ କହିଛନ୍ତି, ଆମେମାନେ କୋର୍ଟଙ୍କ ରାୟକୁ ଅନୁଧ୍ୟାନ କରୁଛୁ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। କେଜ୍ରିୱାଲଙ୍କୁ କରାଯାଇଥିବା ପ୍ରତିଟି ଇଡି ସମନ୍ କିଭଳି ଭାବେ ବେଆଇନ ତାହା ଆମେ କେର୍ଟଙ୍କୁ ଅବଗତ କରିବୁ ବୋଲି ସେ କହିଛନ୍ତି।