ଫେରିବ ବାଇଜୁସ୍, ରି-ଲଞ୍ଚ୍‌ ନେଇ ସୂଚନା ଦେଲେ କୋ-ଫାଉଣ୍ଡର୍ ବାଇଜୁ ରବିନ୍ଦ୍ରନ୍

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ବାଇଜୁସର କୋ-ଫାଉଣ୍ଡର ବାଇଜୁସ୍‌ର ରିଲଞ୍ଚ୍ ହେବାକୁ ଯାଉଛି। ଏନେଇ ନିଜେ ବାଇଜୁସ୍‌ର କୋ-ଫାଉଣ୍ଡର ବାଇଜୁ ରବିନ୍ଦ୍ରନ ସୂଚନା ଦେଇଛନ୍ତି। ରବିନ୍ଦ୍ରନ କହିଛନ୍ତି ଖୁବଶୀଘ୍ର କମ୍ପାନି ରିଲଞ୍ଚ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଏକ ପୁରୁଣା ଫଟୋ ସେୟାର କରି ରବିନ୍ଦ୍ରନ କହିଛନ୍ତି, ‘ ଆମେ ଭାଙ୍ଗିଯାଇଥିଲୁ, କିନ୍ତୁ ହାରିନାହୁଁ, ଆମେ ପୁଣି ଛିଡ଼ାହେବୁ।’ରବିନ୍ଦ୍ରନ କହିଛନ୍ତି, ଆମେ ଆମର ପୁରୁଣା ସହଯୋଗୀଙ୍କ ସହ ପୁନଃ ଲଞ୍ଚ କରିବୁ। ହୁଏତ ମୋର ଅତି ଆଶାବାଦୀ ହେବା କିଛି ଲୋକଙ୍କୁ ପାଗଳାମୀ ବୋଲି ଲାଗିପାରେ। କିନ୍ତୁ ଏହା ଭୁଲନ୍ତୁ ନାହିଁ ୧ ନମ୍ବର ହେବା ପାଇଁ ସମସ୍ତଙ୍କ ଠାରୁ ଭିନ୍ନ ଏବଂ ଅଜବ ହେବାକୁ ପଡ଼ିଥାଏ। ମୁଁ ଗତ ୨୦ ବର୍ଷରେ କଥା କହିବାକୁ ଆସିଛି, ଭଲ ୧୭ ବର୍ଷ, ଖରାପ ୨ ଏବଂ ଅତି ଖରାପ ୧। ୯ ବର୍ଷରେ ଆମେ ୨.୧୫ ଲକ୍ଷ ଗ୍ରାଜୁଏଟ୍ସଙ୍କୁ ହାୟର କରିଥିଲୁ। ଅନୁଭବି ଏବଂ ଏକାଡେମିକ୍ ବ୍ୟାକଗ୍ରାଉଣ୍ଡ୍ ଆଧାରରେ ଭେଦଭାବ ନକରି ସମସ୍ତଙ୍କୁ ସର୍ବନିମ୍ନ ୬ ଲକ୍ଷ ଟଙ୍କାର ଦରମା ଦେଇଥିଲୁ। ଏହି ଯୁବକଙ୍କୁ ତାଙ୍କ କ୍ୟାରିୟରର ପ୍ରଥମ ସୁଯୋଗ ଦେବା ମୋ ଜୀବନର ସବୁଠୁ ବଡ଼ ସମ୍ମାନ।’’ଗୋଟିଏ ସମୟ ଥିଲା ବାଇଜୁସ୍‌ ଦେଶର ସବୁଠୁ ବଡ଼ ଏଡ୍‌ଟେକ୍ ଷ୍ଟାର୍ଟଅପ୍‌ ଥିଲା। ୨୦୨୨ ପର୍ଯ୍ୟନ୍ତ ଏହାର ଭାଲ୍ୟୁ ୨୨ ବିଲିୟନ ଡଲାର ବା ପ୍ରାୟ ୧.୮୮ ଲକ୍ଷ କୋଟି ଟଙ୍କା

ଫେରିବ ବାଇଜୁସ୍, ରି-ଲଞ୍ଚ୍‌ ନେଇ ସୂଚନା ଦେଲେ କୋ-ଫାଉଣ୍ଡର୍ ବାଇଜୁ ରବିନ୍ଦ୍ରନ୍

ନୂଆଦିଲ୍ଲୀ: ଋଣ ବୋଝରେ ବୁଡ଼ି ରହିଥିବା ବାଇଜୁସର କୋ-ଫାଉଣ୍ଡର ବାଇଜୁସ୍‌ର ରିଲଞ୍ଚ୍ ହେବାକୁ ଯାଉଛି। ଏନେଇ ନିଜେ ବାଇଜୁସ୍‌ର କୋ-ଫାଉଣ୍ଡର ବାଇଜୁ ରବିନ୍ଦ୍ରନ ସୂଚନା ଦେଇଛନ୍ତି। ରବିନ୍ଦ୍ରନ କହିଛନ୍ତି ଖୁବଶୀଘ୍ର କମ୍ପାନି ରିଲଞ୍ଚ ହେବ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜର ଏକ ପୁରୁଣା ଫଟୋ ସେୟାର କରି ରବିନ୍ଦ୍ରନ କହିଛନ୍ତି, ‘ ଆମେ ଭାଙ୍ଗିଯାଇଥିଲୁ, କିନ୍ତୁ ହାରିନାହୁଁ, ଆମେ ପୁଣି ଛିଡ଼ାହେବୁ।’

ରବିନ୍ଦ୍ରନ କହିଛନ୍ତି, ଆମେ ଆମର ପୁରୁଣା ସହଯୋଗୀଙ୍କ ସହ ପୁନଃ ଲଞ୍ଚ କରିବୁ। ହୁଏତ ମୋର ଅତି ଆଶାବାଦୀ ହେବା କିଛି ଲୋକଙ୍କୁ ପାଗଳାମୀ ବୋଲି ଲାଗିପାରେ। କିନ୍ତୁ ଏହା ଭୁଲନ୍ତୁ ନାହିଁ ୧ ନମ୍ବର ହେବା ପାଇଁ ସମସ୍ତଙ୍କ ଠାରୁ ଭିନ୍ନ ଏବଂ ଅଜବ ହେବାକୁ ପଡ଼ିଥାଏ। ମୁଁ ଗତ ୨୦ ବର୍ଷରେ କଥା କହିବାକୁ ଆସିଛି, ଭଲ ୧୭ ବର୍ଷ, ଖରାପ ୨ ଏବଂ ଅତି ଖରାପ ୧। ୯ ବର୍ଷରେ ଆମେ ୨.୧୫ ଲକ୍ଷ ଗ୍ରାଜୁଏଟ୍ସଙ୍କୁ ହାୟର କରିଥିଲୁ। ଅନୁଭବି ଏବଂ ଏକାଡେମିକ୍ ବ୍ୟାକଗ୍ରାଉଣ୍ଡ୍ ଆଧାରରେ ଭେଦଭାବ ନକରି ସମସ୍ତଙ୍କୁ ସର୍ବନିମ୍ନ ୬ ଲକ୍ଷ ଟଙ୍କାର ଦରମା ଦେଇଥିଲୁ। ଏହି ଯୁବକଙ୍କୁ ତାଙ୍କ କ୍ୟାରିୟରର ପ୍ରଥମ ସୁଯୋଗ ଦେବା ମୋ ଜୀବନର ସବୁଠୁ ବଡ଼ ସମ୍ମାନ।’’

ଗୋଟିଏ ସମୟ ଥିଲା ବାଇଜୁସ୍‌ ଦେଶର ସବୁଠୁ ବଡ଼ ଏଡ୍‌ଟେକ୍ ଷ୍ଟାର୍ଟଅପ୍‌ ଥିଲା। ୨୦୨୨ ପର୍ଯ୍ୟନ୍ତ ଏହାର ଭାଲ୍ୟୁ ୨୨ ବିଲିୟନ ଡଲାର ବା ପ୍ରାୟ ୧.୮୮ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଭୁଲ ଆର୍ଥିକ ପରିଚାଳନା ଏବଂ ଅନ୍ୟ ସମସ୍ୟା କାରଣରୁ ୨୦୨୪ରେ କମ୍ପାନିର ନେଟଓ୍ବର୍ଥ ଶୂନ ହୋଇଯାଇଥିଲା।

ସୂଚନାଯୋଗ୍ୟ, ପ୍ରଥମେ ୨୦୧୧ରେ ରବିନ୍ଦ୍ରନ ବାଇଜୁସର ଆରମ୍ଭ, ଏକ ଛୋଟ ଏଜୁକେସନ ପ୍ଲାଟଫର୍ମ ଭାବରେ ହୋଇଥିଲା। କିନ୍ତୁ ୨୦୧୫ରେ ଆପ୍ ଲଞ୍ଚ ସହ ଏହା ଦ୍ରୁତ ଭାବରେ ବୃଦ୍ଧି ପାଇଥିଲା। ପିଲାଙ୍କ ପାଇଁ ଇଣ୍ଟରାକ୍ଟିଭ ଲର୍ଣ୍ଣିଂ, ସହଜ ଭାଷା ଏବଂ ଟେକ୍ନୋଲୋଜିର ବ୍ୟବହାର ଏହାର ବିଶେଷତ୍ବ ଥିଲା। ୨୦୨୦-୨୧ରେ କୋଭିଡ୍ ମହାମାରୀ ଅନଲାଇନ୍ ଶିକ୍ଷାର ଚାହିଦା ବଢ଼ାଇଥିଲା ଏବଂ ବାଇଜୁସ ଏହାର ଫାଇଦା ଉଠାଇଥିଲା। ଶାହରୁଖ ଖାନଙ୍କ ସହ ଆକ୍ରାମକ ମାର୍କେଟିଂ ଏବଂ ହ୍ବାଇଟ ହ୍ୟାଟ୍‌ ଜୁନିୟର, ଆକାଶ ଭଳି କମ୍ପାନିଙ୍କ ଅଧିଗ୍ରହଣ କମ୍ପରନିକୁ ୨୦୨୨ରେ ୨୨ ବିଲିୟନ ଡଲାରର ଭାଲ୍ୟୁଏସନରେ ପହଞ୍ଚାଇଥିଲା। ଫଳରେ ବାଇଜୁସ ଭାରତର ସବୁଠୁ ମୂଲ୍ୟବାନ ଷ୍ଟାର୍ଟଅପ୍ ହୋଇଥିଲା। 

ହେଲେ ୨୦୨୨ ପରେ ବାଇଜୁସ୍‌ ନିଜର ଲୋକପ୍ରିୟତା ହରାଇବାକୁ ଲାଗିଥିଲା। ବିସ୍ତାର ଏବଂ ଅଧିଗ୍ରହଣ ପାଇଁ ନିଆଯାଇଥିବା ବଡ଼ ଋଣ ଭାର କମ୍ପାନି ଉପରେ ବୋଝ ହୋଇପଡ଼ିଲା। ଆର୍ଥିକ ରିପୋର୍ଟରେ ବିଳମ୍ବ କାରଣରୁ ୨୦୨୧-୨୨ରେ ୮, ୨୪୫ କୋଟି ଟଙ୍କାର କ୍ଷତି ସାମ୍‌ନାକୁ ଆସିଲା। ନିବେଶକମାନେ କମ୍ପାନିର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଥିଲେ। କମ୍ପାନି ଉପରେ ଆକ୍ରମକ ସେଲ୍ସ ଟାକ୍ଟିକ୍ସ ଏବଂ ରିଫଣ୍ଡ୍‌ ନଦେବା ଭଳି ଅଭିଯୋଗ ଲାଗିଥିଲା। ଯାହାଦ୍ବାର ଗ୍ରାହକଙ୍କ ଭରସା ଭାଙ୍ଗିଯାଇଥିଲା।

୨୦୨୩ ବେଳକୁ ସ୍ଥିତି ଆହୁରି ଖରାପ ହୋଇପଡ଼ିଥିଲା। ଇଡି FEMA ଉଲ୍ଲଘଂନର ଯାଞ୍ଚ ଆରମ୍ଭ କରିଥିଲା। ବୋର୍ଡ ମେମ୍ବର ଏବଂ ଅଡିଟର ଡେଲଇଟ୍‌ ଇସ୍ତଫା ଦେଇଥିଲା। ଆମେରିକା ଋଣଦାତାମାନେ କମ୍ପାନିକୁ ଦେବାଳିଆ ଘୋଷଣା କରିବା ଦାବି କରିଥିଲେ। କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା। ଆଉ ଧୀରେ ଧୀରେ ବାଇଜୁସର ଭାଲ୍ୟୁଏସନ ଦ୍ରୁତ ଭାବରେ ଖସିଥିଲା। ୨୦୨୪ ସୁଦ୍ଧା ବାଇଜୁସର ଭାଲ୍ୟୁଏସନ ଶୂନ ହୋଇଥିଲା। ଆଇନଗତ ଲଢ଼େଇ, ଋଣର ପାହାଡ଼ ଏବଂ ପରିଚାଳନାରେ ଅସ୍ଥିରତା ଏହାକୁ ବୁଡ଼ାଇ ଦେଇଥିଲା। ଏବେବି ଦେବାଳିଆ କେସ୍ ଚାଲିଛି।