ଫେରୁଛନ୍ତି କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ‘ଦି ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ସହିତ ଫେରୁଛନ୍ତି। ତାଙ୍କ ସହ ସୁନୀଲ ଗ୍ରୋଭର, କୃଷ୍ଣ ଅଭିଷେକ, ଅର୍ଚ୍ଚନା ପୁରନ୍‌ ସିଂ, କିକୁ ଶାରଦା ଏବଂ ରାଜୀବ ଠାକୁର ଅଛନ୍ତି। ଏହି ଶୋ’ ଖୁବ୍‌ ହସର ଖୋରାକ ଯୋଗାଇବ ବୋଲି କପିଲ ପ୍ରତିଶ୍ରୁତି ଦେଇଛନ୍ତି। ଏହା ମାର୍ଚ୍ଚ ୩୦ ଅର୍ଥାତ୍‌ ଆଜି ନେଟଫ୍ଲିକ୍ସ ଇଣ୍ଡିଆରେ ଷ୍ଟ୍ରିମିଂ ଆରମ୍ଭ କରିବ। ଅମୃତସରରେ କପିଲ ୨ ଏପ୍ରିଲ ୧୯୮୧ରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳେ […] The post ଫେରୁଛନ୍ତି କପିଲ ଶର୍ମା appeared first on Dharitri Odia News.

ଫେରୁଛନ୍ତି କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ‘ଦି ଗ୍ରେଟ୍‌ ଇଣ୍ଡିଆନ କପିଲ ଶୋ’ ସହିତ ଫେରୁଛନ୍ତି। ତାଙ୍କ ସହ ସୁନୀଲ ଗ୍ରୋଭର, କୃଷ୍ଣ ଅଭିଷେକ, ଅର୍ଚ୍ଚନା ପୁରନ୍‌ ସିଂ, କିକୁ ଶାରଦା ଏବଂ ରାଜୀବ ଠାକୁର
ଅଛନ୍ତି। ଏହି ଶୋ’ ଖୁବ୍‌ ହସର ଖୋରାକ ଯୋଗାଇବ ବୋଲି କପିଲ ପ୍ରତିଶ୍ରୁତି ଦେଇଛନ୍ତି। ଏହା ମାର୍ଚ୍ଚ ୩୦ ଅର୍ଥାତ୍‌ ଆଜି ନେଟଫ୍ଲିକ୍ସ ଇଣ୍ଡିଆରେ ଷ୍ଟ୍ରିମିଂ ଆରମ୍ଭ କରିବ।

ଅମୃତସରରେ କପିଲ ୨ ଏପ୍ରିଲ ୧୯୮୧ରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳେ ସେ କେବେ ଲାଜ କରନ୍ତି ନାହିଁ। ୨୦୧୪ରେ ଏକ ସାକ୍ଷାତକାରରେ ତାଙ୍କ ମା’ ଜନକ ରାନୀ ପ୍ରକାଶ କରିଥିଲେ ୪ ବର୍ଷ ବୟସରେ ସେ ମଞ୍ଚକୁ ଆସିଥିଲେ। ଗୀତ ଗାଇବା ପାଇଁ ମାଇକ୍ରୋଫୋନ୍‌ ଧରିଥିଲେ, ସମ୍ପର୍କୀୟଙ୍କ ବିବାହରେ ଥଟ୍ଟା କରୁଥିଲେ। ସେହି ସମୟରେ ସେ ଭଲ ପାଠ ମଧ୍ୟ ପ ପଢୁଥିଲେ ଏବଂ ସମସ୍ତଙ୍କ ପ୍ରିୟ ଥିଲେ କପିଲ। କପିଲଙ୍କ ପିତା ପଞ୍ଜାବ ପୋଲିସରେ କାମ କରିଥିଲେ କିଛିବର୍ଷ ପୂର୍ବରୁ କ୍ୟାନ୍‌ସରରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଅମୃତସରର ‘ଦି ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର’ ଚ୍ୟାଲେଞ୍ଜର ଅଡିଶନ ରାଉଣ୍ଡରେ କପିଲଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା କିନ୍ତୁ ସେ ଦିଲ୍ଲୀ ରାଉଣ୍ଡକୁ ଯିବାବେଳେ ମନୋନୀତ ହୋଇଥିଲେ। ସେ ୨୦୦୭ରେ ଶୋ’ର ବିଜେତା ଭାବରେ ଉଭା ହୋଇଥିଲେ। କପିଲ ପୁରସ୍କାର ରାଶି ୧୦ ଲକ୍ଷ ଟଙ୍କା ନେଇଥିଲେ ଏବଂ ଏହା ସହିତ ତାଙ୍କ ଭଉଣୀଙ୍କ ବିବାହ ସମାରୋହ ପାଇଁ ଖର୍ଚ୍ଚ କରିଥିଲେ।

The post ଫେରୁଛନ୍ତି କପିଲ ଶର୍ମା appeared first on Dharitri Odia News.