ଫେଲ୍‌ ମାରିଲା ଟିମ୍‌ଇଣ୍ଡିଆର ବ୍ୟାଟିଂ ଲାଇନ୍‌: ଶ୍ରୀଲଙ୍କା ବିଜୟୀ

କଲମ୍ବୋ, ୪ା୮: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ୩୨ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୦ ରନ୍‌ କରିଥିଲା। ଜବାବରେ ଭାରତ ୪୨.୨ ଓଭରରେ ୨୧୦ ରନ୍‌ କରି ଅଲଆଉଟ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା। କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। […] The post ଫେଲ୍‌ ମାରିଲା ଟିମ୍‌ଇଣ୍ଡିଆର ବ୍ୟାଟିଂ ଲାଇନ୍‌: ଶ୍ରୀଲଙ୍କା ବିଜୟୀ appeared first on Dharitri Odia News.

ଫେଲ୍‌ ମାରିଲା ଟିମ୍‌ଇଣ୍ଡିଆର ବ୍ୟାଟିଂ ଲାଇନ୍‌: ଶ୍ରୀଲଙ୍କା ବିଜୟୀ

କଲମ୍ବୋ, ୪ା୮: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ୩୨ରନ୍‌ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୦ ରନ୍‌ କରିଥିଲା। ଜବାବରେ ଭାରତ ୪୨.୨ ଓଭରରେ ୨୧୦ ରନ୍‌ କରି ଅଲଆଉଟ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ ଟାଇରେ ଶେଷ ହୋଇଥିଲା।
କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ପକ୍ଷରୁ ଜଣେ ବି ଖେଳାଳି ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଏହା ୨୪୦ ରନ୍‌ କରିଥିଲା। ଅଭିସ୍କା ଫର୍ନାଣ୍ଡୋ ଓ କାମିନ୍ଦୁ ମେଣ୍ଡିସ୍‌ ସର୍ବାଧିକ ୪୦ ରନ୍‌ ଲେଖାଏ ସ୍କୋର କରିଥିଲେ। ୧୩୬ ରନରେ ୬ ଉଇକେଟ ହରାଇ ଶ୍ରୀଲଙ୍କା ସଙ୍କଟରେ ପଡିଥିବା ବେଳେ କାମିନ୍ଦୁ ମେଣ୍ଡିସ(୪୦) ଓ ଦୁନିଥ ଓ୍ବେଲାଲାଗେ(୩୯) ଯୋଡିଥିଲେ ୭୨ ରନ୍‌। ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ୩, କୁଲଦୀପ ଯାଦବ ୨, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଜବାବରେ ମଧ୍ୟକ୍ରମ ବ୍ୟାଟିଂ ବିଫଳତା କାରଣରୁ ଭାରତ ୪୨.୨ ଓଭରରେ ସମସ୍ତ ଉଇକେଟ ହରାଇ ୨୦୮ ରନ୍‌ କରିଥିଲା। ରୋହିତ ଶର୍ମା(୬୪) ଓ ଶୁବମାନ୍‌ ଗିଲ୍‌(୩୫) ପ୍ରଥମ ଉଇକେଟରେ ୯୭ ରନ୍‌ ଯୋଡିଥିଲେ। ତେବେ ବିରାଟ କୋହଲି(୧୪), ଶିବମ ଦୁବେ(୦), ଶ୍ରେୟସ ଆୟର(୭) ଓ ଲୋକେଶ ରାହୁଲ(୦)ଙ୍କ କାରଣରୁ ଭାରତ ୧୪୭ ରନ୍‌ରେ ୬ ଉଇକେଟ ହରାଇଥିଲା। ଅକ୍ଷର ପଟେଲ ୪୪ ରନ୍‌ କରିଥିବା ବେଳେ ଓ୍ବାଶିଂଟନ୍‌ ସୁନ୍ଦର ୧୫ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଜେଫେରୀ ଭାଣ୍ଡର୍ସେ ୨୮ ରନ୍‌ରେ ୬ ଉଇକେଟ ନେଇଥିଲେ। ଚରିଥ୍‌ ଆସାଲଙ୍କା ୩ ଉଇକେଟ ନେଇଥିଲେ।

The post ଫେଲ୍‌ ମାରିଲା ଟିମ୍‌ଇଣ୍ଡିଆର ବ୍ୟାଟିଂ ଲାଇନ୍‌: ଶ୍ରୀଲଙ୍କା ବିଜୟୀ appeared first on Dharitri Odia News.