ଫୋନ କିଣିବା ପରେ ପାର୍ଟି ନଦେବାରୁ ସାଙ୍ଗକୁ ହତ୍ୟା, ୩ ନାବାଳକ ଗିରଫ

ନୂଆଦିଲ୍ଲୀ ୨୫।୦୯: ପୂର୍ବ ଦିଲ୍ଲୀର ଶକରପୁରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ନାବାଳକକୁ ତାଙ୍କ ତିନି ସାଙ୍ଗ ହତ୍ୟା କରିଛନ୍ତି। ନୂଆ ଫୋନ ପାଇଁ ପାର୍ଟି ଦେବାକୁ ମନା କରିଦେଇଥିବାରୁ ଏହି ଜଘନ୍ୟ କାଣ୍ଡ ଘଟିଛି। ପୋଲିସ କହିଛି ଯେ ଏହି ତିନି ଅଭିଯୁକ୍ତ କିଶୋର ଏବଂ ସେମାନଙ୍କ ବୟସ ୧୬ ବର୍ଷ ଏବଂ ନବମ ଶ୍ରେଣୀରେ ପଢୁଛନ୍ତି। ପୋଲିସର ସୂଚନାନୁସାରେ ଏହି ହତ୍ୟା ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି।ଡାକ୍ତରଖାନାରେ ମୃତ୍ୟୁ ଘଟିଛିସୂଚନା ଅନୁସାରେ, ଦିଲ୍ଲୀର ଏକ ଦୋକାନ ସମ୍ମୁଖରେ ରକ୍ତଛିଟା ଦେଖି ପୋଲିସ ସନ୍ଦେହ କରିଥିଲା । ଆଖପାଖ ଲୋକଙ୍କୁ ପଚାରିବାରୁ ଜାଣିବାକୁ ପାଇଲା ଯେ, କିଛି ନାବାଳକ ଜଣେ ପିଲାଙ୍କୁ ଛୁରୀ ଭୁଶିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ଏହାର କିଛି ସମୟ ପରେ ପୋଲିସ ଖବର ଆସିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣା ପଡିଲା ଯେ, ମୃତକ ନାବାଳକଙ୍କ ପିଠିରେ ଛୁରୀ ଭୁଶିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ପାର୍ଟୀ ଦେବାକୁ ମନା କରିବାରୁ ଛୁରାମାଡ଼ ଅଭିଯୁକ୍ତ ନାବାଳକମାନେ ମୃତ ଛାତ୍ରଙ୍କ ସାଙ୍ଗ। ସେମାନେ ଏକାଠି ହୋଇ ଫୋନ୍ କିଣିବାକୁ ଯାଇଥିଲେ। ଫୋନ୍ କିଣି ସାଙ୍ଗମାନଙ୍କ ସହ ଫେରିବା ସମୟରେ ସେମାନେ ତାଙ୍କୁ ପାର୍ଟି ମାଗିଥିଲେ। କିନ୍ତୁ ସେ ପାର୍ଟି ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍

ଫୋନ କିଣିବା ପରେ ପାର୍ଟି ନଦେବାରୁ ସାଙ୍ଗକୁ ହତ୍ୟା, ୩ ନାବାଳକ ଗିରଫ

ନୂଆଦିଲ୍ଲୀ ୨୫।୦୯: ପୂର୍ବ ଦିଲ୍ଲୀର ଶକରପୁରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ନାବାଳକକୁ ତାଙ୍କ ତିନି ସାଙ୍ଗ ହତ୍ୟା କରିଛନ୍ତି। ନୂଆ ଫୋନ ପାଇଁ ପାର୍ଟି ଦେବାକୁ ମନା କରିଦେଇଥିବାରୁ ଏହି ଜଘନ୍ୟ କାଣ୍ଡ ଘଟିଛି। ପୋଲିସ କହିଛି ଯେ ଏହି ତିନି ଅଭିଯୁକ୍ତ କିଶୋର ଏବଂ ସେମାନଙ୍କ ବୟସ ୧୬ ବର୍ଷ ଏବଂ ନବମ ଶ୍ରେଣୀରେ ପଢୁଛନ୍ତି। ପୋଲିସର ସୂଚନାନୁସାରେ ଏହି ହତ୍ୟା ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି।

ଡାକ୍ତରଖାନାରେ ମୃତ୍ୟୁ ଘଟିଛି

ସୂଚନା ଅନୁସାରେ, ଦିଲ୍ଲୀର ଏକ ଦୋକାନ ସମ୍ମୁଖରେ ରକ୍ତଛିଟା ଦେଖି ପୋଲିସ ସନ୍ଦେହ କରିଥିଲା । ଆଖପାଖ ଲୋକଙ୍କୁ ପଚାରିବାରୁ ଜାଣିବାକୁ ପାଇଲା ଯେ, କିଛି ନାବାଳକ ଜଣେ ପିଲାଙ୍କୁ ଛୁରୀ ଭୁଶିଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ଏହାର କିଛି ସମୟ ପରେ ପୋଲିସ ଖବର ଆସିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣା ପଡିଲା ଯେ, ମୃତକ ନାବାଳକଙ୍କ ପିଠିରେ ଛୁରୀ ଭୁଶିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି। 

ପାର୍ଟୀ ଦେବାକୁ ମନା କରିବାରୁ ଛୁରାମାଡ଼

ଅଭିଯୁକ୍ତ ନାବାଳକମାନେ ମୃତ ଛାତ୍ରଙ୍କ ସାଙ୍ଗ। ସେମାନେ ଏକାଠି ହୋଇ ଫୋନ୍ କିଣିବାକୁ ଯାଇଥିଲେ। ଫୋନ୍ କିଣି ସାଙ୍ଗମାନଙ୍କ ସହ ଫେରିବା ସମୟରେ ସେମାନେ ତାଙ୍କୁ ପାର୍ଟି ମାଗିଥିଲେ। କିନ୍ତୁ ସେ ପାର୍ଟି ଦେଇପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ହଠାତ୍ ତିନି ଜଣ ସାଙ୍ଗ ନାବାଳକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।