ଫୋରସି ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ସମ୍ବଲପୁର:ସହରର ଫୋରସି ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ରବିବାର ଉଦଜାପିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ୮ ଗୋଟି ଫୁଟବଲ ଦଳ ଭାଗ ନେଇଥିଲେ । ଚାରଭାଟିର ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଟି ଧନକଉଡ଼ା ଫୁଟବଲ କ୍ଳବ ଓ ଟାଡା ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟାଡା ଏଫସି ୧-୦ ଗୋଲ ରେ ବିଜୟୀ ହୋଇଥିଲେ। ଏହାର ଉଦଜାପନି ତଥା ପୁରସ୍କାର ବିତରଣି ସମାରୋହରେ […] The post ଫୋରସି ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ appeared first on Odisha.News.

ଫୋରସି ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ସମ୍ବଲପୁର:ସହରର ଫୋରସି ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ରବିବାର ଉଦଜାପିତ ହୋଇଯାଇଛି। ଏଥିରେ ଚଳିତ ବର୍ଷ ୮ ଗୋଟି ଫୁଟବଲ ଦଳ ଭାଗ ନେଇଥିଲେ । ଚାରଭାଟିର ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଟି ଧନକଉଡ଼ା ଫୁଟବଲ କ୍ଳବ ଓ ଟାଡା ଫୁଟବଲ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଟାଡା ଏଫସି ୧-୦ ଗୋଲ ରେ ବିଜୟୀ ହୋଇଥିଲେ। ଏହାର ଉଦଜାପନି ତଥା ପୁରସ୍କାର ବିତରଣି ସମାରୋହରେ ମୁଖ୍ୟ ଅତିଥି ଭାବରେ ବିରୋଧିଦଳ ନେତା ଜୟନାରାୟଣ ମିଶ୍ରଙ୍କ ସୁପୁତ୍ରୀ ଶୁଶ୍ରୀ ଶୁଭଶ୍ରୀ ମିଶ୍ର, ସମ୍ମାନିତ ଅତିଥି କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା, ସମିର ରଞ୍ଜନ ବାବୁ, ସୁନ୍ଦରମଣି ବାରିକ,ମାଲୁ ଓରାମ ,ସୁମିତ୍ର ଜତି, ସନ୍ତୋଷ ଢାଲୁଆ ପ୍ରମୁଖ ଯୋଗଦାନ କରିଥିଲେ। ଆୟୋଜକ ନେତାଜୀ ଯୁବକ ସଂଘ ସଭାପତି ଅର୍ଜୁନ ଓରାମ ଙ୍କ ସମେତ ସମ୍ପାଦକ, ଉପସଭାପତି ଓ ଆୟୋଜକ ସଂଘର ସବୁ ସଭ୍ୟ ଉପସ୍ଥିତ ରହି ଏହାକୁ ପରିଚାଳନା ରେ ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ମ୍ୟାଚ ଗୁଡିକୁ ରେଫରି ମଥୁରା ଓରାମ ,ମନୋଜ ଭୋଇ, ଯୋଗେନ୍ଦ୍ର ଓରାମ, କାର୍ତ୍ତିକ ଓରାମ,ଅରୁଣ ଭୋଇ ,ଜଲେଦ୍ର ଓରାମ , ଗୋପିନାଥ ପାଣ୍ଡେ ପ୍ରମୁଖ ପରିଚାଳନା କରିଥିଲେ।

The post ଫୋରସି ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ appeared first on Odisha.News.