ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀରେ ପ୍ରବଳ ଝଡ଼ ବର୍ଷା, ୫ ମୃତ, ଅନେକ ନିଖୋଜ

ପ୍ୟାରିସ୍ ୩୦।୬: ସପ୍ତାହନ୍ତରେ ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀରେ ହୋଇଥିବା ଭୀଷଣ ଝଡ଼ ବର୍ଷାରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଅଧିକାରୀମାନେ ୩୦ ଜୁନ ରବିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ଶନିବାର ଉତ୍ତର-ପୂର୍ବ ଫ୍ରାନ୍ସର ଔବେ ପ୍ରାନ୍ତରେ ଭୀଷଣ୍ ପବନ ଯୋଗୁ ଏକ ଗଛ କାର ଉପରେ ପଡି ଯାଇଥିଲା। ଫଳରେ କାରରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚତୁର୍ଥ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଇଟାଲୀର କ୍ୟାଣ୍ଟନ ଟିସିନୋ ପୋଲିସ ସୂଚନା ଅନୁସାରେ ପଡୋଶୀ ସ୍ୱିଜର ଲ୍ୟାଣ୍ଡରେ ଭୀଷଣ ବର୍ଷା ଯୋଗୁ ଦକ୍ଷିଣ-ପୂର୍ବରେ ଭୂ-ସ୍ଖଳନ ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଦୈନିକ ‘ଲା ରିଜନ’ ଅନୁସାରେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି, ଯେଉଁମାନେ ଆଲ୍ପାଇନରେ ଛୁଟି ବିତାଉଥିଲେ। ପାଗ ଖରାପ ଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିବା ପୋଲିସ କହିଛି। ପୋଲିସ ଅନୁସାରେ ଅନେକ ଘାଟି ଦୁର୍ଗମ ଓ ବିଦ୍ୟୁତ କଟି ଯାଇଛି। ଫଳରେ କ୍ୟାଣ୍ଟନର ଗୋଟିଏ ଅଂଶକୁ ଜଳ ଯୋଗାଣ ମଧ୍ୟ ହୋଇପାରୁନି। ଏଥିରେ ଉଦ୍ଧାର କାର୍ଯ୍ୟ ଅସମ୍ଭବ ବୋଲି ପୋଲିସ କହିଛି। ପଶ୍ଚିମ କ୍ୟାଣ୍ଟନର ୱେଲସରୁ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ପଠାଯାଇଛି। ରୋନ ଓ ଏହାର ସହାୟକ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଏଣୁ ବିଭିନ୍ନ

ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀରେ ପ୍ରବଳ ଝଡ଼ ବର୍ଷା, ୫ ମୃତ, ଅନେକ ନିଖୋଜ

ପ୍ୟାରିସ୍ ୩୦।୬: ସପ୍ତାହନ୍ତରେ ଫ୍ରାନ୍ସ, ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀରେ ହୋଇଥିବା ଭୀଷଣ ଝଡ଼ ବର୍ଷାରେ ୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଅଧିକାରୀମାନେ ୩୦ ଜୁନ ରବିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ ଅନୁସାରେ ଶନିବାର ଉତ୍ତର-ପୂର୍ବ ଫ୍ରାନ୍ସର ଔବେ ପ୍ରାନ୍ତରେ ଭୀଷଣ୍ ପବନ ଯୋଗୁ ଏକ ଗଛ କାର ଉପରେ ପଡି ଯାଇଥିଲା। ଫଳରେ କାରରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚତୁର୍ଥ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। 

ଇଟାଲୀର କ୍ୟାଣ୍ଟନ ଟିସିନୋ ପୋଲିସ ସୂଚନା ଅନୁସାରେ ପଡୋଶୀ ସ୍ୱିଜର ଲ୍ୟାଣ୍ଡରେ ଭୀଷଣ ବର୍ଷା ଯୋଗୁ ଦକ୍ଷିଣ-ପୂର୍ବରେ ଭୂ-ସ୍ଖଳନ ହୋଇଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ସ୍ଥାନୀୟ ଦୈନିକ ‘ଲା ରିଜନ’ ଅନୁସାରେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି, ଯେଉଁମାନେ ଆଲ୍ପାଇନରେ ଛୁଟି ବିତାଉଥିଲେ। ପାଗ ଖରାପ ଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିବା ପୋଲିସ କହିଛି। 

ପୋଲିସ ଅନୁସାରେ ଅନେକ ଘାଟି ଦୁର୍ଗମ ଓ ବିଦ୍ୟୁତ କଟି ଯାଇଛି। ଫଳରେ କ୍ୟାଣ୍ଟନର ଗୋଟିଏ ଅଂଶକୁ ଜଳ ଯୋଗାଣ ମଧ୍ୟ ହୋଇପାରୁନି। ଏଥିରେ ଉଦ୍ଧାର କାର୍ଯ୍ୟ ଅସମ୍ଭବ ବୋଲି ପୋଲିସ କହିଛି। ପଶ୍ଚିମ କ୍ୟାଣ୍ଟନର ୱେଲସରୁ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ପଠାଯାଇଛି। ରୋନ ଓ ଏହାର ସହାୟକ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଏଣୁ ବିଭିନ୍ନ ସ୍ଥାନରେ ସଡକ ବନ୍ଦ କରିଦିଆଯାଇଛି।