ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା

ପ୍ୟାରିସ୍‌,୯ା୭: ଫ୍ରାନ୍ସ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଫ୍ରାନ୍ସ ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଭୋଟଗୁଡ଼ିକ ଲେଫ୍ଟ, ସେଣ୍ଟର ଏବଂ ଫାର୍‌ ରାଇଟ୍‌ ଦଳ ମଧ୍ୟରେ ଭାଗ ଭାଗ ହୋଇଯାଇଛି। ସରକାର ଗଢ଼ିବା ପାଇଁ କେହି ମ୍ୟାଜିକ୍‌ ନମ୍ବର ୨୮୯ ଛୁଇଁପାରି ନାହାନ୍ତି। ଫଳରେ ୟୁରୋପୀୟ ୟୁନିୟନର ଦ୍ୱିତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଫ୍ରାନ୍ସରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅସ୍ଥାୟୀ ଭାବେ […] The post ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା appeared first on Dharitri Odia News.

ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା

ପ୍ୟାରିସ୍‌,୯ା୭: ଫ୍ରାନ୍ସ ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଫ୍ରାନ୍ସ ନିର୍ବାଚନରେ କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ଭୋଟଗୁଡ଼ିକ ଲେଫ୍ଟ, ସେଣ୍ଟର ଏବଂ ଫାର୍‌ ରାଇଟ୍‌ ଦଳ ମଧ୍ୟରେ ଭାଗ ଭାଗ ହୋଇଯାଇଛି। ସରକାର ଗଢ଼ିବା ପାଇଁ କେହି ମ୍ୟାଜିକ୍‌ ନମ୍ବର ୨୮୯ ଛୁଇଁପାରି ନାହାନ୍ତି। ଫଳରେ ୟୁରୋପୀୟ ୟୁନିୟନର ଦ୍ୱିତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ଫ୍ରାନ୍ସରେ ରାଜନୈତିକ ଅଚଳାବସ୍ଥା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି। ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫାକୁ ଅଗ୍ରାହ୍ୟ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅସ୍ଥାୟୀ ଭାବେ ସରକାରର ମୁଖ୍ୟ ରହିବା ପାଇଁ ମାକରଁ ସୋମବାର ପରାମର୍ଶ ଦେଇଛନ୍ତି।
ଫଳାଫଳ କୌଣସି ଦଳ ସପକ୍ଷରେ ନ ଯିବା ପରେ ଫ୍ରାନ୍ସରେ ହିଂସାକାଣ୍ଡ ଦେଖାଦେଇଛି। ଲେଫ୍ଟ ଏବଂ ରାଇଟ୍‌ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଫ୍ରାନ୍ସର ରାଜରାସ୍ତା ଓ୍ବାର୍‌ ଜୋନ୍‌ରେ ପରିଣତ ହୋଇଛି। ମାକ୍ସ ପିନ୍ଧିଥିବା ବିକ୍ଷୋଭକାରୀମାନେ ରାସ୍ତାରେ ଧାଇଁବା ସହ ପୋଡ଼ାଜଳା କରୁଥିବା ଦେଖାଯାଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଉଦ୍ରମ ଚଳାଇଛି। ଯେଉଁ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମାକଁର ଆଗୁଆ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିଲେ, ତାହା ଭୁଲ୍‌ ସାବ୍ୟସ୍ତ ହୋଇଛି। ପ୍ୟାରିସ୍‌ ଅଲିମ୍ପିକ୍ସକୁ ଆଉ ୩ ସପ୍ତାହରୁ କମ୍‌ ସମୟ ଥିବାବେଳେ ଖଣ୍ଡିତ ଜନାଦେଶକୁ ନେଇ ସରକାର ଅଡ଼ୁଆରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଗାବ୍ରିଏଲ୍‌ ଅଟ୍ଟଲ ସୋମବାର ସକାଳେ ଇସ୍ତଫା ଦେବାକୁ କହିଥିଲେ। ତେବେ ଦେଶର ସ୍ଥିରତା ସୁନିଶ୍ଚିତ କରିବା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ରହିବା ନିମନ୍ତେ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତି ଭବନରେ ଅଟ୍ଟଲଙ୍କ ସହ ରାଜନୈତିକ ସହଯୋଗୀ ଦଳଗୁଡ଼ିକ ବୈଠକ କରିଥିଲେ। ମାକଁର ଅଚାନକ ନିର୍ବାଚନ ପାଇଁ ନିଷ୍ପତ୍ତି ନେବାରେ ଅଟ୍ଟଲ ସହମତ ନଥିଲେ ବୋଲି ରବିବାର କହିଥିଲେ। ପ୍ରଥମ ଦୁଇ ରାଉଣ୍ଡ ଭୋଟ ଗଣତି ପରେ ସରକାର ଗଢ଼ିବା ପାଇଁ ଲେଫ୍ଟିଷ୍ଟ ମେଣ୍ଟ, ମାକଁରଙ୍କ ସେଣ୍ଟ୍ରିଷ୍ଟ ଆଲିଆନ୍ସ କିମ୍ବା ଫାର୍‌ ରାଇଟ୍‌ କାହାକୁ ଆବଶ୍ୟକ ସଂଖ୍ୟା ମିଳି ନ ଥିଲା।
ଫ୍ରାନ୍ସ ପାର୍ଲାମେଣ୍ଟର ନିମ୍ନ ସଦନ ନ୍ୟାଶନାଲ ଆସେମ୍ବ୍ଲିର ୫୭୭ ଆସନ ପାଇଁ ଜୁନ୍‌ ୩୦ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରବିବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଥିଲା। ୪୯ ନିୟୁତରୁ ଊର୍ଦ୍ଧ୍ୱ ଭୋଟର ରାଜନୈତିକ ମତାଧିକାର ସାବ୍ୟସ୍ତ କରିଥିଲେ। ତେବେ କୌଣସି ଦଳ ମ୍ୟାଜିକ୍‌ ନମ୍ବର ୨୮୯ ଛୁଇଁପାରି ନାହାନ୍ତି। କଠୋରପନ୍ଥୀ ନ୍ୟାଶନାଲ ରାଲିକୁ ସରକାର ଗଠନ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଥିଲା। ତେବେ ନିର୍ବାଚନ ଫଳାଫଳ ସବୁ ଆକଳନକୁ ଭୁଲ୍‌ ପ୍ରମାଣତ କରିଛି।

The post ଫ୍ରାନ୍ସରେ ଅଚଳାବସ୍ଥା ଆଶଙ୍କା appeared first on Dharitri Odia News.