ଫ୍ଲପ୍ ଅଭିନେତାଙ୍କ ଭାଗ୍ୟ ବଦଳାଇଲେ PM ମୋଦି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମନ୍ତ୍ରୀ ହେଲେ ଚିରାଗ
ନୂଆଦିଲ୍ଲୀ୧୧। ୦୬: ବିହାରର ହାଜିପୁରରୁ ସାଂସଦ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶ୍ୱାନ ମୋଦି କ୍ୟାବିନେଟ୍ରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ୩ ଥର ସାଂସଦ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ଚିରାଗ । ଏଥିପାଇଁ ଚିରାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି । ମନ୍ତ୍ରୀ ପଦରେ ରହିବା ଭିତରେ ଚିରାଗ ନିଜ ଏଜେଣ୍ଡା ବି ସ୍ପଷ୍ଟ କରିଦେଇଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବାରୁ ମୋ ଅଭିଭାବକ ତଥା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଏହି ଗରିମାମୟ ଅବସରରେ ମୁଁ ସଂକଳ୍ପ ନେଉଛି ଯେ ମୋ ଜୀବନର ପ୍ରତିଟି କ୍ଷଣ ଭାରତ ଏବଂ ଭାରତର ସମ୍ବିଧାନର ମହାନ ମୂଲ୍ୟ ପ୍ରତି ସମର୍ପିତ ରହିବି । ବିନା କୌଣସି ଭେଦଭାବରେ ରାଷ୍ଟ୍ରସେବା ନିମନ୍ତେ ଅକ୍ଳାନ୍ତ ତଥା ନିରନ୍ତର କାର୍ଯ୍ୟ କରିବି । ଆମେ ବିକଶିତ ଓ ସଶକ୍ତ ଭାରତ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀଜୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜଣାଶୁଣା ସମାଜବାଦୀ ନେତା ସ୍ୱର୍ଗତ ରାମବିଳାସ
ନୂଆଦିଲ୍ଲୀ୧୧। ୦୬: ବିହାରର ହାଜିପୁରରୁ ସାଂସଦ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶ୍ୱାନ ମୋଦି କ୍ୟାବିନେଟ୍ରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ୩ ଥର ସାଂସଦ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି ଚିରାଗ । ଏଥିପାଇଁ ଚିରାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ।
ମନ୍ତ୍ରୀ ପଦରେ ରହିବା ଭିତରେ ଚିରାଗ ନିଜ ଏଜେଣ୍ଡା ବି ସ୍ପଷ୍ଟ କରିଦେଇଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବାରୁ ମୋ ଅଭିଭାବକ ତଥା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି । ଏହି ଗରିମାମୟ ଅବସରରେ ମୁଁ ସଂକଳ୍ପ ନେଉଛି ଯେ ମୋ ଜୀବନର ପ୍ରତିଟି କ୍ଷଣ ଭାରତ ଏବଂ ଭାରତର ସମ୍ବିଧାନର ମହାନ ମୂଲ୍ୟ ପ୍ରତି ସମର୍ପିତ ରହିବି । ବିନା କୌଣସି ଭେଦଭାବରେ ରାଷ୍ଟ୍ରସେବା ନିମନ୍ତେ ଅକ୍ଳାନ୍ତ ତଥା ନିରନ୍ତର କାର୍ଯ୍ୟ କରିବି । ଆମେ ବିକଶିତ ଓ ସଶକ୍ତ ଭାରତ ସ୍ୱପ୍ନ ସାକାର କରିବା ଲାଗି ପ୍ରଧାନମନ୍ତ୍ରୀଜୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବୁ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଜଣାଶୁଣା ସମାଜବାଦୀ ନେତା ସ୍ୱର୍ଗତ ରାମବିଳାସ ପାଶ୍ୱାନଙ୍କ ପୁଅ ଚିରାଗ ପାଠପଢ଼ା ଶେଷ ପରେ ମୁମ୍ବାଇ ଚାଲିଯାଇଥିଲେ । ସେ ସଫଳ ଅଭିନେତା ହେବାକୁ ଚାହୁଁଥିଲେ । କେତୋଟି ଚଳଚ୍ଚିତ୍ରରେ ଅଭିନୟ ପରେ ଆଶାନୁରୂପ ସଫଳତା ନ ମିଳିବାରୁ ସେ ପିତାଙ୍କ ସହ ମିଶି ରାଜନୀତି କରିଥିଲେ ।
विकसित भारत के निर्माण में एक और ऐतिहासिक कदम..
प्रधानमंत्री आदरणीय श्री @NarendraModi जी के नेतृत्व वाली NDA की सरकार ने पहली कैबिनेट में हर भारतवासियों के जीवन को सुगम बनाने के लिए महत्वपूर्ण निर्णय लेते हुए 'PM Awas Yojana' के अंतर्गत अतिरिक्त 3 करोड़ आवास को स्वीकृति दी।
इस…— युवा बिहारी चिराग पासवान (@iChiragPaswan) June 10, 2024
୨୦୧୪ରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ । ୨୦୧୯ରେ ମଧ୍ୟ ଜମୁଇରୁ ନିର୍ବାଚନ ଲଢ଼ି ସାଂସଦ ହୋଇଥିଲେ । କିନ୍ତୁ ତାଙ୍କୁ ମନ୍ତ୍ରୀ ହେବାକୁ ସୁଯୋଗ ମିଳି ନ ଥିଲା । ୨୦୨୪ରେ ସେ ନିଜ ପିତାଙ୍କ ହାଜିପୁର ଆସନରୁ ଲଢ଼ିଥିଲେ । ଏଥିପାଇଁ ତାଙ୍କୁ ନିଜ ଦାଦା ପଶୁପତି ପାରସଙ୍କର ସାମ୍ନା କରିବାକୁ ପଡ଼ିଥିଲା । ତେବେ ବିଜେପି ସହଯୋଗରେ ତାଙ୍କର ବିଜୟ ହୋଇଥିଲା ଏବଂ ପଶୁପତି ପାରସ ହାରିଯାଇଥିଲେ । ଏଥର ତାଙ୍କ ଦଳର ଷ୍ଟ୍ରାଇକ୍ ରେଟ୍ ୧୦୦% ରହିଥିଲା । ସମସ୍ତ ୫ଟି ଆସନରେ ଲଢ଼ି ତାଙ୍କ ଦଳ ଜିତିଛି । ଏବେ ଜାତୀୟ ରାଜନୀତିରେ ତାଙ୍କର ଦବ୍ଦବା ବଢ଼ିବାରେ ଲାଗିଛି । ୨୦୧୧ରେ ବଲିଉଡ ଫିଲ୍ମ 'ମିଲେ ନା ମିଲେ ହମ' ପେମ୍ ଚିରାଗ ପାସୱାନ । ସେ ଏହି ଫିଲ୍ମରେ ବଲିଉଡ୍ ଡେବ୍ୟୁ କରିଥଲେ । ଏହି ଫିଲ୍ମ କରିବା ପରେ ବଲିଉଡକୁ ଅଲବିଦା ଜଣାଇଥିଲେ।