ଫ୍ଲାଟ୍‌କୁ ଡାକି ନେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଃଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

କୋଟା: ରାଜସ୍ଥାନର କୋଟା ଠାରେ ଜଣେ କୋଚିଂ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ଅଭିଯୋଗ ପରେ କୋଟା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ କୋଚିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ମଧ୍ୟ କୋଟାରେ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ କୋଚିଂ ନେଉଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର, ଜଣେ ଉତ୍ତରପ୍ରଦେଶର ଏବଂ ବିହାରର ଜଣେ। ଅତିରିକ୍ତ ଏସପି ଉମା ଶର୍ମା କହିଛନ୍ତି ଯେ କୋଚିଂ ଛାତ୍ରୀଙ୍କୁ ଫ୍ଲାଟକୁ ଡକେଇଥିଲେ ଏବଂ ଏହା ପରେ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ ଏବଂ ଏହି ଘଟଣାରେ ତାଙ୍କ ସହଯୋଗୀମାନେ ସହଯୋଗ କରିଥିଲେ। ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପୀଡିତା ଜଣକ ମୁଖ୍ୟ ଅଭିଯୁକ୍ତକୁ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ। ଏହା ପରେ ସେ ଛାତ୍ରୀଙ୍କୁ ତାଙ୍କ ଫ୍ଲାଟକୁ ଡାକି ତାଙ୍କ ସାଙ୍ଗମାନଙ୍କ ସହ ଗଣଦୁଃଷ୍କର୍ମ କରିଥିଲେ। ବର୍ତ୍ତମାନ କୋଟା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଘଟଣାଟି ଫେବୃଆରୀ  ୧୦ ତାରିଖରେ ଘଟିଥିଲା। ଏହି ଘଟଣା ପରେ ପୀଡିତା ଛାତ୍ର ଡିପ୍ରେସନର ଶିକାର ହୋଇଥିଲେ। ସାଙ୍ଗମାନଙ୍କ ଆଗରେ ଛାତ୍ରୀ ଜଣକ ପୀଡିତା ପୁରା ଘଟଣା ବିଷୟରେ କହିଥିଲେ। The post ଫ୍ଲାଟ୍‌କୁ ଡାକି ନେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଃଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ app

ଫ୍ଲାଟ୍‌କୁ ଡାକି ନେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଃଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

କୋଟା: ରାଜସ୍ଥାନର କୋଟା ଠାରେ ଜଣେ କୋଚିଂ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ଅଭିଯୋଗ ପରେ କୋଟା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣ କୋଚିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତ ମଧ୍ୟ କୋଟାରେ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ କୋଚିଂ ନେଉଛନ୍ତି।

ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର, ଜଣେ ଉତ୍ତରପ୍ରଦେଶର ଏବଂ ବିହାରର ଜଣେ। ଅତିରିକ୍ତ ଏସପି ଉମା ଶର୍ମା କହିଛନ୍ତି ଯେ କୋଚିଂ ଛାତ୍ରୀଙ୍କୁ ଫ୍ଲାଟକୁ ଡକେଇଥିଲେ ଏବଂ ଏହା ପରେ ମୁଖ୍ୟ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ ଏବଂ ଏହି ଘଟଣାରେ ତାଙ୍କ ସହଯୋଗୀମାନେ ସହଯୋଗ କରିଥିଲେ।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ପୀଡିତା ଜଣକ ମୁଖ୍ୟ ଅଭିଯୁକ୍ତକୁ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ। ଏହା ପରେ ସେ ଛାତ୍ରୀଙ୍କୁ ତାଙ୍କ ଫ୍ଲାଟକୁ ଡାକି ତାଙ୍କ ସାଙ୍ଗମାନଙ୍କ ସହ ଗଣଦୁଃଷ୍କର୍ମ କରିଥିଲେ। ବର୍ତ୍ତମାନ କୋଟା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।

ଘଟଣାଟି ଫେବୃଆରୀ  ୧୦ ତାରିଖରେ ଘଟିଥିଲା। ଏହି ଘଟଣା ପରେ ପୀଡିତା ଛାତ୍ର ଡିପ୍ରେସନର ଶିକାର ହୋଇଥିଲେ। ସାଙ୍ଗମାନଙ୍କ ଆଗରେ ଛାତ୍ରୀ ଜଣକ ପୀଡିତା ପୁରା ଘଟଣା ବିଷୟରେ କହିଥିଲେ।

The post ଫ୍ଲାଟ୍‌କୁ ଡାକି ନେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଃଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ appeared first on Prameya News7.