ଫ୍ଲେକ୍ସ-ଇନ୍ଧନ ଉପରେ ଜିଏସ୍‌ଟି ୧୨%କୁ ହ୍ରାସ କରିବାକୁ ଯୋଜନା

ଭୁବନେଶ୍ୱର,୩।୯ (ଅନୁରାଧା ମହାରଣା): ରାଜ୍ୟ ଅର୍ଥମନ୍ତ୍ରୀମାନେ ‘ଫ୍ଲେକ୍ସ-ଇନ୍ଧନ’ ଯାନ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ୧୨ ପ୍ରତିଶତକୁ ହ୍ରାସ କରିବାକୁ ଚିନ୍ତା କରିବା ଉଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ ସୋମବାର କହିଛନ୍ତି । ‘ଫ୍ଲେକ୍ସ ଇନ୍ଧନ’ ଯାନଗୁଡ଼ିକର ଅର୍ଥ ହେଉଛି ଏକରୁ ଅଧିକ ଇନ୍ଧନରେ ଚାଲୁଥିବା ଯାନ। ସାଧାରଣତଃ ପେଟ୍ରୋଲ ବ୍ୟତୀତ ଏହି ଯାନଗୁଡିକ ଇଥାନଲ କିମ୍ବା ମିଥାନଲ ମିଶ୍ରିତ ପେଟ୍ରୋଲରେ ମଧ୍ୟ ଚାଲିଥାଏ। ଆଇଏଫଜିଇର ଇଣ୍ଡିଆ […] The post ଫ୍ଲେକ୍ସ-ଇନ୍ଧନ ଉପରେ ଜିଏସ୍‌ଟି ୧୨%କୁ ହ୍ରାସ କରିବାକୁ ଯୋଜନା appeared first on Dharitri Odia News.

ଫ୍ଲେକ୍ସ-ଇନ୍ଧନ ଉପରେ ଜିଏସ୍‌ଟି ୧୨%କୁ ହ୍ରାସ କରିବାକୁ ଯୋଜନା

ଭୁବନେଶ୍ୱର,୩।୯ (ଅନୁରାଧା ମହାରଣା): ରାଜ୍ୟ ଅର୍ଥମନ୍ତ୍ରୀମାନେ ‘ଫ୍ଲେକ୍ସ-ଇନ୍ଧନ’ ଯାନ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ୧୨ ପ୍ରତିଶତକୁ ହ୍ରାସ କରିବାକୁ ଚିନ୍ତା କରିବା ଉଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀ ସୋମବାର କହିଛନ୍ତି । ‘ଫ୍ଲେକ୍ସ ଇନ୍ଧନ’ ଯାନଗୁଡ଼ିକର ଅର୍ଥ ହେଉଛି ଏକରୁ ଅଧିକ ଇନ୍ଧନରେ ଚାଲୁଥିବା ଯାନ। ସାଧାରଣତଃ ପେଟ୍ରୋଲ ବ୍ୟତୀତ ଏହି ଯାନଗୁଡିକ ଇଥାନଲ କିମ୍ବା ମିଥାନଲ ମିଶ୍ରିତ ପେଟ୍ରୋଲରେ ମଧ୍ୟ ଚାଲିଥାଏ। ଆଇଏଫଜିଇର ଇଣ୍ଡିଆ ବାୟୋ-ଏନର୍ଜି ଏବଂ ଟେକ ଏକ୍ସପୋକୁ ସମ୍ବୋଧିତ କରି ଗଡ଼କରୀ କହିଛନ୍ତି, ଅଶୋଧିତ ତୈଳ ଆମଦାନୀକୁ ହ୍ରାସ କରିବା ଏବଂ ଜୈବ ଇନ୍ଧନ ବ୍ୟବହାରକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛିି। ଯଦି ଜିଏସ୍‌ଟି ହ୍ରାସ କରାଯାଏ ତେବେ ଫ୍ଲେକ୍ସ-ଇନ୍ଧନ ଇଞ୍ଜିନ ଥିବା ଯାନଗୁଡ଼ିକ ଶସ୍ତା ହୋଇଯିବ ଏବଂ ଏହାର ବିକ୍ରି ମଧ୍ୟ ବଢ଼ିବ ବୋଲି ସେ କହିଛନ୍ତ। ‘ଫ୍ଲେକ୍ସ-ଇନ୍ଧନ’ ଯାନ ଉପରେ ଟିକସ ହ୍ରାସ କରିବାକୁ ବିଚାର କରିବାକୁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଥିବାବେଳେ ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ଅଜିତ ପାୱାରଙ୍କ ସହ ପୃଥକ ବୈଠକରେ ଗଡକରୀ ତାଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ସହ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି।
ସୂଚନା ଥାଉକି, ବର୍ତ୍ତମାନ ହାଇବ୍ରିଡ ସମେତ ପେଟ୍ରୋଲ ଇଞ୍ଜିନ ଥିବା ଯାନ ଉପରେ ୨୮ ପ୍ରତିଶତ ଜିଏସ୍‌ଟି ଏବଂ ବୈଦ୍ୟୁତିକ ଯାନ ଉପରେ ପାଞ୍ଚ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଛି। ଗଡକରୀ ଏହା ମଧ୍ୟ କହିଛନ୍ତି ଯେ, ଦେଶ ପ୍ରତିବର୍ଷ ୨୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଜୀବାଶ୍ମ ଇନ୍ଧନ (କୋଇଲା, ଅଶୋଧିତ ତୈଳ) ଆମଦାନୀ କରିଥାଏ ଏବଂ ଏହା କେବଳ ବାୟୁ ପ୍ରଦୂଷଣ ସହ ଜଡିତ ସମସ୍ୟା ନୁହେଁ ବରଂ ଏକ ଆର୍ଥିକ ସମସ୍ୟା ମଧ୍ୟ ଅଟେ। ମନ୍ତ୍ରୀଙ୍କ ସୂଚନାନୁଯାୟୀ, ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ କରି ଜୈବ ଇନ୍ଧନକୁ ଉତ୍ସାହିତ କରିବା ଦ୍ୱାରା କୃଷି କ୍ଷେତ୍ର ଅଧିକ ଲାଭବାନ ହେବ। ବାୟୋ ଇନ୍ଧନ କ୍ଷେତ୍ରରେ ଅନେକ ସମ୍ଭାବନା ଥିବାବେଳେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଭାରତୀୟ ଅର୍ଥନୀତି ପାଇଁ ଅଟୋମୋବାଇଲ ଶିଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ହୋଇଥିବାବେଳେ ଏହି ଶିଳ୍ପ ଏପର୍ଯ୍ୟନ୍ତ ୪.୫ କୋଟି ନିଯୁକ୍ତି ସୃଷ୍ଟି କରିଛି। ଏହା ହେଉଛି ଶିଳ୍ପ ଯାହା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଜିଏସଟି ଦେଉଛି ବୋଲି ଗଡକରୀ ଦର୍ଶାଇଛନ୍ତି। ହିରୋ ଏବଂ ବଜାଜ ପରି ଦୁଇ ଚକିଆ ଉତ୍ପାଦନକାରୀ ଭାରତରେ ନିର୍ମିତ ବାଇକର ୫୦ ପ୍ରତିଶତ ରପ୍ତାନି କରୁଛନ୍ତି। ସେ କହିଛନ୍ତି, ଯଦି ଆମର ବାୟୋ-ଇନ୍ଧନ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ରପ୍ତାନି ୧୦ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବ। ପ୍ରଦୂଷଣ ବର୍ତ୍ତମାନ ସମଗ୍ର ବିଶ୍ୱରେ ଚିନ୍ତାର ବିଷୟ ହୋଇଥିବାବେଳେ ଏହା ପ୍ରଦୂଷଣ ରୋକିବାରେ ପରୋକ୍ଷ ଭାବେ ସହାୟକ ହେବ ବୋଲି ଆଶା କରାଯାଉଛି।

The post ଫ୍ଲେକ୍ସ-ଇନ୍ଧନ ଉପରେ ଜିଏସ୍‌ଟି ୧୨%କୁ ହ୍ରାସ କରିବାକୁ ଯୋଜନା appeared first on Dharitri Odia News.