ଫ୍ୟାନ୍ସଙ୍କୁ ଝଟକା; ଅଗଷ୍ଟ ୧୫ରେ ରିଲିଜ୍ ହେବନି ‘ପୁଷ୍ପା’ ଏବଂ ‘ସିଙ୍ଗମ୍ ଏଗେନ୍’, ଜାଣନ୍ତୁ କାରଣ କ’ଣ?
ମୁମ୍ବାଇ ୧୨।୦୪: ଚଳିତବର୍ଷ ଅଗଷ୍ଟ ୧୫ରେ ମୁହାଁମୁହିଁ ହେବାକୁ ଯାଉଥିଲେ ୨ ବଡ ତାରକା । ସେଦିନ ଅଜୟ ଦେବଗନ୍ଙ୍କ ‘ସିଙ୍ଗମ୍ ଏଗେନ୍’ ଏବଂ ୟଶଙ୍କ ଫିଲ୍ମ 'ପୁଷ୍ପା ୨' ରିଲିଜ୍ ହୋଇଥାନ୍ତା । ଏହା 'ସାଲାର୍' ଏବଂ 'ଡିଙ୍କି' ଅପେକ୍ଷା ଏକ ବଡ଼ କଲେକ୍ସନ୍ ଦେଖିବାକୁ ମିଳିଥାନ୍ତା । କାରଣ ଉଭୟ ଫିଲ୍ମର ଭିନ୍ନ ଫ୍ୟାନ୍ସ ରହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଫିଲ୍ମ ବଡ କ୍ଷତି ସହିଥାନ୍ତା । ଖାସ୍ କରି ଅଜୟଙ୍କ ଫିଲ୍ମ ଅଧିକ ପ୍ରଭାବିତ ହୋଇଥାନ୍ତା । କିନ୍ତୁ ଏହି ଖବରରେ ବର୍ତ୍ତମାନ ଲାଗିଛି ବ୍ରେକ୍ । କାରଣ ପୁଷ୍ପା vs ସିଙ୍ଗମ୍ ଏବେ ଆସିବନି । ଅର୍ଥାତ୍ ବର୍ତ୍ତମାନ ଉଭୟ ଫିଲ୍ମ ଗୋଟିଏ ଦିନରେ ରିଲିଜ ହେବନି । ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଅଜୟ ଦେବଗନ ତାଙ୍କ ଫିଲ୍ମରେ ବ୍ରେକ୍ ଲଗାଇଛନ୍ତି । ବର୍ତ୍ତମାନ ତାଙ୍କ ଫିଲ୍ମ ଦୀପାବଳିରେ ଆସିପାରେ । କିନ୍ତୁ ପୁଷ୍ପା ସ୍ଥଗିତ ରଖିବାର କୌଣସି ଖବର ଆସିନି । ରିପୋର୍ଟ ଅନୁଯାୟୀ ୧୫ ଅଗଷ୍ଟକୁ ଆଉ ମାତ୍ର ୪ମାସ ବାକି ଅଛି । 'ସିଙ୍ଗହମ୍ ଏଗେନ୍'ର ସୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇନି । ତେଣୁ ରୋହିତ ଶେଟ୍ଟୀ ଏବଂ ଅଜୟ ଦେବଗାନ୍ ଶୀଘ୍ର କିଛି କରିବାକୁ ଚାହୁଁନାହାଁନ୍ତି । ରୋହିତ ଶେଟ୍ଟୀଙ୍କ ଟିମ୍ ଫିଲ୍ମର ସୁଟିଂ ଶେଷ କରିବାକୁ କଠିନ ଚେଷ୍ଟା କରୁଛନ୍ତି। କିନ୍ତୁ ସୁଟିଂ ବହୁତ ସମୟ ନେଉଛି । ଅଜୟ ଦେବଗାନ୍ ଚାହୁଁନାହାଁନ୍ତି ଯେ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବା
ମୁମ୍ବାଇ ୧୨।୦୪: ଚଳିତବର୍ଷ ଅଗଷ୍ଟ ୧୫ରେ ମୁହାଁମୁହିଁ ହେବାକୁ ଯାଉଥିଲେ ୨ ବଡ ତାରକା । ସେଦିନ ଅଜୟ ଦେବଗନ୍ଙ୍କ ‘ସିଙ୍ଗମ୍ ଏଗେନ୍’ ଏବଂ ୟଶଙ୍କ ଫିଲ୍ମ 'ପୁଷ୍ପା ୨' ରିଲିଜ୍ ହୋଇଥାନ୍ତା । ଏହା 'ସାଲାର୍' ଏବଂ 'ଡିଙ୍କି' ଅପେକ୍ଷା ଏକ ବଡ଼ କଲେକ୍ସନ୍ ଦେଖିବାକୁ ମିଳିଥାନ୍ତା । କାରଣ ଉଭୟ ଫିଲ୍ମର ଭିନ୍ନ ଫ୍ୟାନ୍ସ ରହିଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ଏହି ଫିଲ୍ମ ବଡ କ୍ଷତି ସହିଥାନ୍ତା । ଖାସ୍ କରି ଅଜୟଙ୍କ ଫିଲ୍ମ ଅଧିକ ପ୍ରଭାବିତ ହୋଇଥାନ୍ତା ।
କିନ୍ତୁ ଏହି ଖବରରେ ବର୍ତ୍ତମାନ ଲାଗିଛି ବ୍ରେକ୍ । କାରଣ ପୁଷ୍ପା vs ସିଙ୍ଗମ୍ ଏବେ ଆସିବନି । ଅର୍ଥାତ୍ ବର୍ତ୍ତମାନ ଉଭୟ ଫିଲ୍ମ ଗୋଟିଏ ଦିନରେ ରିଲିଜ ହେବନି । ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ ଅଜୟ ଦେବଗନ ତାଙ୍କ ଫିଲ୍ମରେ ବ୍ରେକ୍ ଲଗାଇଛନ୍ତି । ବର୍ତ୍ତମାନ ତାଙ୍କ ଫିଲ୍ମ ଦୀପାବଳିରେ ଆସିପାରେ । କିନ୍ତୁ ପୁଷ୍ପା ସ୍ଥଗିତ ରଖିବାର କୌଣସି ଖବର ଆସିନି ।
ରିପୋର୍ଟ ଅନୁଯାୟୀ ୧୫ ଅଗଷ୍ଟକୁ ଆଉ ମାତ୍ର ୪ମାସ ବାକି ଅଛି । 'ସିଙ୍ଗହମ୍ ଏଗେନ୍'ର ସୁଟିଂ ଏପର୍ଯ୍ୟନ୍ତ ଶେଷ ହୋଇନି । ତେଣୁ ରୋହିତ ଶେଟ୍ଟୀ ଏବଂ ଅଜୟ ଦେବଗାନ୍ ଶୀଘ୍ର କିଛି କରିବାକୁ ଚାହୁଁନାହାଁନ୍ତି । ରୋହିତ ଶେଟ୍ଟୀଙ୍କ ଟିମ୍ ଫିଲ୍ମର ସୁଟିଂ ଶେଷ କରିବାକୁ କଠିନ ଚେଷ୍ଟା କରୁଛନ୍ତି।
କିନ୍ତୁ ସୁଟିଂ ବହୁତ ସମୟ ନେଉଛି । ଅଜୟ ଦେବଗାନ୍ ଚାହୁଁନାହାଁନ୍ତି ଯେ ଅଗଷ୍ଟ ୧୫ରେ ମୁକ୍ତିଲାଭ କରିବା ପାଇଁ ଫିଲ୍ମରେ କୌଣସି ବାକି ରହିନଯାଉ । ରିପୋର୍ଟ ଅନୁଯାୟୀ, ରୋହିତ ଶେଟ୍ଟୀ ଜିଓ ଷ୍ଟୁଡିଓକୁ କହିଛନ୍ତି ଯେ ଅଗଷ୍ଟ ୧୫ରେ ଫିଲ୍ମ ରିଲିଜ୍ କରିବା ସମ୍ଭବ ନୁହେଁ। ତେଣୁ କୁହାଯାଉଛି କି ଏହା ଦୀପାବଳି ୨୦୨୪ରେ ମୁକ୍ତିଲାଭ କରିବ ।