‘ବଂଶବାଦ’ ରାଜନୀତିକୁ ନେଇ ବିଜେପିକୁ ଘେରିଲେ ରାହୁଲ ଗାନ୍ଧି, କେନ୍ଦ୍ର ମନ୍ତ୍ରିମଣ୍ଡଳକୁ କହିଲେ ‘ପରିବାର ମଣ୍ଡଳ’
ନୂଆଦିଲ୍ଲୀ ୧୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ‘ବଂଶବାଦ’ ରାଜନୀତିକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମନ୍ତ୍ରୀମଣ୍ଡଳକୁ ‘ପରିବାର ମଣ୍ଡଳ’ ବୋଲି କହିଛନ୍ତି। ରାହୁଲଙ୍କ ଇଶାରା ମୋଦି ୩.୦ ସରକାରରେ ସେହି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିଲା ଯେଉଁମାନେ ରାଜନୈତିକ ପରିବାରରୁ ଆସିଛନ୍ତି। ଏ ନେଇ ରାହୁଲ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ରାହୁଲ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ପିଢୀ ପିଢୀ ଧରି ସଂଘର୍ଷ, ସେବା ଓ ବଳିଦାନ ପରମ୍ପରାକୁ ପରିବାରବାଦ କହୁଥିବା ଲୋକେ ତାଙ୍କ ସରକାରୀ ପରିବାରକୁ କ୍ଷମତାର ଉତ୍ତରାଧିକାର ବାଣ୍ଟିଛନ୍ତି। କହିବା ଓ କରିବାର ଏହି ଫରକକୁ ନରେନ୍ଦ୍ର ମୋଦି କହନ୍ତି’। ଏହି ପୋଷ୍ଟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେ ଗୌଡାଙ୍କ ପୁଅ ଏଚ.ଡି. କୁମାର ସ୍ୱାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଧବରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଋଣାଚଳ ପ୍ରଦେଶ ପ୍ରୋଟେମ ସ୍ପିକର ରିନଚିନ ଖାରୁଙ୍କ ପୁଅ କିରେନ ରିଜିଜୁ, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେଙ୍କ ବୋହୂ ରକ୍ଷା ଖଡସେ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ନାତି ଜୟନ୍ତ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପୁଅ ଚିରାଗ ପାଶୱାନ, ପୂର୍ବତନ ସାଂସଦ ଓ ମଧ୍ୟପ୍ରଦେଶ ମନ୍ତ୍ରୀ ଜୟଶ୍ରୀ ବାନାର୍ଜୀଙ୍
ନୂଆଦିଲ୍ଲୀ ୧୧।୬: କଂଗ୍ରେସ ନେତା ରାହୁଲ ଗାନ୍ଧି ମଙ୍ଗଳବାର ‘ବଂଶବାଦ’ ରାଜନୀତିକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଓ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମନ୍ତ୍ରୀମଣ୍ଡଳକୁ ‘ପରିବାର ମଣ୍ଡଳ’ ବୋଲି କହିଛନ୍ତି। ରାହୁଲଙ୍କ ଇଶାରା ମୋଦି ୩.୦ ସରକାରରେ ସେହି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥିଲା ଯେଉଁମାନେ ରାଜନୈତିକ ପରିବାରରୁ ଆସିଛନ୍ତି। ଏ ନେଇ ରାହୁଲ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି।
ରାହୁଲ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ପିଢୀ ପିଢୀ ଧରି ସଂଘର୍ଷ, ସେବା ଓ ବଳିଦାନ ପରମ୍ପରାକୁ ପରିବାରବାଦ କହୁଥିବା ଲୋକେ ତାଙ୍କ ସରକାରୀ ପରିବାରକୁ କ୍ଷମତାର ଉତ୍ତରାଧିକାର ବାଣ୍ଟିଛନ୍ତି। କହିବା ଓ କରିବାର ଏହି ଫରକକୁ ନରେନ୍ଦ୍ର ମୋଦି କହନ୍ତି’। ଏହି ପୋଷ୍ଟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେ ଗୌଡାଙ୍କ ପୁଅ ଏଚ.ଡି. କୁମାର ସ୍ୱାମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାଧବରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଋଣାଚଳ ପ୍ରଦେଶ ପ୍ରୋଟେମ ସ୍ପିକର ରିନଚିନ ଖାରୁଙ୍କ ପୁଅ କିରେନ ରିଜିଜୁ, ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେଙ୍କ ବୋହୂ ରକ୍ଷା ଖଡସେ, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ନାତି ଜୟନ୍ତ ଚୌଧୁରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପୁଅ ଚିରାଗ ପାଶୱାନ, ପୂର୍ବତନ ସାଂସଦ ଓ ମଧ୍ୟପ୍ରଦେଶ ମନ୍ତ୍ରୀ ଜୟଶ୍ରୀ ବାନାର୍ଜୀଙ୍କ ଜ୍ୱାଇଁ ଜେ.ପି.ନଡ୍ଡାଙ୍କ ନାମ ନେଇଛନ୍ତି।
पीढ़ियों के संघर्ष, सेवा और बलिदान की परंपरा को परिवारवाद कहने वाले अपने ‘सरकारी परिवार’ को सत्ता की वसीयत बांट रहे।
कथनी और करनी के इसी फर्क को नरेंद्र मोदी कहते हैं! pic.twitter.com/eAlfemxAJk— Rahul Gandhi (@RahulGandhi) June 11, 2024
ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତେରେନ ନାୟଡୁଙ୍କ ପୁଅ ରାମ ମୋହନ ନାୟଡୁ, ପୂର୍ବତନ ସାଂସଦ ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ପ୍ରସାଦ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଓ ବୀରେନ୍ଦ୍ର ସିଂହଙ୍କ ପୁଅ ରାଓ ଇନ୍ଦ୍ରଜିତ ସିଂହ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଦପ୍ରକାଶ ଗୋୟଲଙ୍କ ପୁଅ ପିୟୁଷ ଗୋୟଲ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂହଙ୍କ ନାତି ରବନୀତ ସିଂହ ବିଟ୍ଟୁ, ଆପନା ଦଲ ସଂସ୍ଥାପକ ସୋନେଲାଲ ପଟେଲଙ୍କ ଝିଅ ଅନୁପ୍ରିୟା ପଟେଲ ଓ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ମହାରାଜ ଆନନ୍ଦ ସିଂହଙ୍କ ପୁଅ କିର୍ତ୍ତିବର୍ଦ୍ଧନ ସିଂହଙ୍କ ନାମ ମଧ୍ୟ ସାମିଲ ରହିଛି।
ରାହୁଲ ଗାନ୍ଧିଙ୍କ ଏହି ପୋଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେହି ବୟାନ ଜବାବରେ ଆସିଛି ଯେଉଁଥିରେ ସେ ନିକଟରେ ସମ୍ପନ୍ନ ହୋଇଥିବା ଲୋକସଭା ନିର୍ବାଚନ ପ୍ରଚାରରେ କଂଗ୍ରେସ ଉପରେ ବଂଶବାଦ ରାଜନୀତି କରିବାର ଅଭିଯୋଗ କରିଥିଲେ।