ବଉଳ ଅମାବାସ୍ୟା

ଆଜି ବଉଳ ଅମାବାସ୍ୟା I ପୌଷ ମାସର ଅମାବାସ୍ୟା ତିଥିକୁ ବଉଳ ଅମାବାସ୍ୟା କୁହାଯାଏ I ଏହି ଦିନଠାରୁ ସାଧାରଣତଃ ଗଛ ଗୁଡିକରେ ବଉଳ ଧରିଥାଏ I ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ଏହିଦିନ ବିଶେଷକରି ସନ୍ଧ୍ୟାବେଳେ ଗଇଁଠା ଗୋଡି ବା ବଉଳ ଗୋଡି ପିଠା ସହିତ ବଉଳ ରଖି ଘର ଠାକୁରଙ୍କ ପାଖରେ ଭୋଗ ଲଗାଯାଏ I ସେହିପରି ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା […]

ବଉଳ ଅମାବାସ୍ୟା
ବଉଳ ଅମାବାସ୍ୟା

ଆଜି ବଉଳ ଅମାବାସ୍ୟା I ପୌଷ ମାସର ଅମାବାସ୍ୟା ତିଥିକୁ ବଉଳ ଅମାବାସ୍ୟା କୁହାଯାଏ I ଏହି ଦିନଠାରୁ ସାଧାରଣତଃ ଗଛ ଗୁଡିକରେ ବଉଳ ଧରିଥାଏ I ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ଏହିଦିନ ବିଶେଷକରି ସନ୍ଧ୍ୟାବେଳେ ଗଇଁଠା ଗୋଡି ବା ବଉଳ ଗୋଡି ପିଠା ସହିତ ବଉଳ ରଖି ଘର ଠାକୁରଙ୍କ ପାଖରେ ଭୋଗ ଲଗାଯାଏ I

ସେହିପରି ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ କରନ୍ତି । ଘରେ ଗଇଁଠା ପିଠା ତିଆରି କରାଯାଏ । ଉକ୍ତଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ,ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ । କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡି ମଧ୍ୟ କୁହାଯାଏ ।

କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ ।