ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର
ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି। ହେଲେ ଏଯାଏ ବକେୟା ଟଙ୍କା ମିଳ ନ ଥିବାରୁ ଠିକାଦାର ଅସନ୍ତୋଷ ପ୍ରକାଶ କରିବା ସହ ମଙ୍ଗଳବାର ସ୍କୁଲ ଗୃହରେ ତାଲା ପକାଇ ଦେଇଥିଲେ। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ବାହାରେ ଛିଡ଼ା ହୋଇଥିଲେ। ଖବର ପାଇ ସ୍ଥାନୀୟ ଏବିଡିଓ, […] The post ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର appeared first on Dharitri Odia News.
ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି। ହେଲେ ଏଯାଏ ବକେୟା ଟଙ୍କା ମିଳ ନ ଥିବାରୁ ଠିକାଦାର ଅସନ୍ତୋଷ ପ୍ରକାଶ କରିବା ସହ ମଙ୍ଗଳବାର ସ୍କୁଲ ଗୃହରେ ତାଲା ପକାଇ ଦେଇଥିଲେ। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ରମାନେ ଆସି ବାହାରେ ବୁଲିବା ସହ ଶିକ୍ଷକମାନେ ବାହାରେ ଛିଡ଼ା ହୋଇଥିଲେ। ଖବର ପାଇ ସ୍ଥାନୀୟ ଏବିଡିଓ, ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
୫-ଟି ରୂପାନ୍ତର ବେଳେ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ପକ୍କା ଘର ନିର୍ମାଣ କାମ କରିବା ପାଇଁ ଦିଆଯାଇଥିଲା। ବର୍ଷେରୁ ଅଧିକ ବିତିଯାଇଥିଲେ ବି ବକେୟା ଟଙ୍କା ମିଳିନାହିଁ। ଫଳରେ ସେମାନେ କାମ କରିଥିବା ୫ଟି କ୍ଲାସ ରୁମ୍ଗୁଡ଼ିକରେ ତାଲା ପକାଇ ବନ୍ଦ ରଖିଥିଲେ। ଫଳରେ ପିଲାମାନଙ୍କ କ୍ଲାସ କରିବାରେ ବାଧା ସୃଷ୍ଟି ହୋଇଥିଲା। ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରୀଛାତ୍ର ଓ ଶିକ୍ଷକମାନେ ମଧ୍ୟ ବାହାରେ ଛିଡ଼ା ହୋଇଥିଲେ। ପ୍ରଶାସନିକ ଅଧିକାରୀମାନେ ଓ ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହ ୫-ଟି କାମ ଉକ୍ତ ଠିକାଦାରମାନଙ୍କୁ କିଏ ପ୍ରଦାନ କରିଥିଲା ଓ କେଉଁ ସୂତ୍ରରେ ପ୍ରଦାନ କରିଥିଲେ, କେତେଟଙ୍କା ପୈଠ ହୋଇଛି, କେତେ ଟଙ୍କା ବାକି ଅଛି, ଏ ସମ୍ପର୍କରେ ବୁଝିଥିଲେ। ଠିକାଦାରମାନଙ୍କୁ ବ୍ଲକ ଅଫିସ୍କୁ ଡକାଇ ଆଲୋଚନା କରିବା ପାଇଁ ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ କ୍ଲାସରୁମ୍ରେ ପଡ଼ିଥିବା ତାଲା ଖୋଲିଥିଲା।
The post ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର appeared first on Dharitri Odia News.