ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରୁଛି 'ସୈୟାରା', ଅହାନ-ଅନିତଙ୍କ କେମେଷ୍ଟ୍ରିକୁ ପସନ୍ଦ କରୁଛନ୍ତି ଦର୍ଶକ

ମୁମ୍ଵାଇ ୨୧।୦୭; ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମଗୁଡ଼ିକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥା’ନ୍ତି । ବ୍ଲକ୍‌ବଷ୍ଟର ଗୀତ ସହିତ ରୋମାଣ୍ଟିକ କାହାଣୀ ପାଇଁ ଜଣାଶୁଣା ମୋହିତ ସୁରୀ ଏଥର ଏକ ନୂତନ ଷ୍ଟାର କାଷ୍ଟ ସହିତ 'ସୈୟାରା' ନିର୍ମାଣ କରିଛନ୍ତି ଏବଂ ଆଶା ଅନୁଯାୟୀ ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟରେ ମଧ୍ୟ ପ୍ରବେଶ କରିଛି। କେବଳ ଫିଲ୍ମର କାହାଣୀ ପ୍ରଶଂସିତ ହେଉନାହିଁ ବରଂ ଏହି ଫିଲ୍ମର ମୁଖ୍ୟ କଳାକାର ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଜୀବନ୍ତ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛି । ଏହା ସହିତ ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ଓପନିଂ କରିଛି । ପ୍ରଥମ ଦିନରେ ହିଁ ଫିଲ୍ମଟି ୨୬ଟି ନୂଆ ରିଲିଜ୍ ହୋଇଥିବା ଫିଲ୍ମକୁ ପଛରେ ପକାଇ ଦେଇଛି। ୱାଇଆରଏଫ ବ୍ୟାନରରେ ନିର୍ମିତ 'ସୈୟାରା'ର ପ୍ରମୋସନ ବଡ଼ ଆକାରରେ ହୋଇନଥିଲେ ବି ଏହାର ଚର୍ଚ୍ଚା ବହୁତ ହୋଇଥିଲା। ଟ୍ରେଲର ରିଲିଜ୍ ପରେ ଲୋକମାନେ ଫିଲ୍ମକୁ ନେଇ ଉତ୍ସାହିତ ଥିଲେ । ଫିଲ୍ମର ଗୀତ ଚାରିଆଡ଼େ ଟ୍ରେଣ୍ଡ କରିଥିଲା । ଗୀତ ଓ ୨ ମୁଖ୍ୟ କଳାକାରଙ୍କ ଅଭିନୟ 'ସୈୟାରା'କୁ ଜବରଦସ୍ତ ଆଡଭାନ୍ସ ବୁକିଂ ଦେଇଥିଲା। ୧୮ ଜୁଲାଇରେ ସିନେମା ହଲରେ ରିଲିଜ୍ ହେବା ପରେ ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଲା। ଫିଲ୍ମର କାହାଣୀ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା। ଫିଲ୍ମକୁ ଏବେ ସମୀକ୍ଷକ ଏବଂ ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମ

ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରୁଛି 'ସୈୟାରା', ଅହାନ-ଅନିତଙ୍କ କେମେଷ୍ଟ୍ରିକୁ ପସନ୍ଦ କରୁଛନ୍ତି ଦର୍ଶକ

ମୁମ୍ଵାଇ ୨୧।୦୭; ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମଗୁଡ଼ିକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥା’ନ୍ତି । ବ୍ଲକ୍‌ବଷ୍ଟର ଗୀତ ସହିତ ରୋମାଣ୍ଟିକ କାହାଣୀ ପାଇଁ ଜଣାଶୁଣା ମୋହିତ ସୁରୀ ଏଥର ଏକ ନୂତନ ଷ୍ଟାର କାଷ୍ଟ ସହିତ 'ସୈୟାରା' ନିର୍ମାଣ କରିଛନ୍ତି ଏବଂ ଆଶା ଅନୁଯାୟୀ ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟରେ ମଧ୍ୟ ପ୍ରବେଶ କରିଛି। 

କେବଳ ଫିଲ୍ମର କାହାଣୀ ପ୍ରଶଂସିତ ହେଉନାହିଁ ବରଂ ଏହି ଫିଲ୍ମର ମୁଖ୍ୟ କଳାକାର ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଜୀବନ୍ତ ଅଭିନୟ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିଛି । ଏହା ସହିତ ଫିଲ୍ମଟି ବକ୍ସ ଅଫିସରେ ବ୍ଲକବଷ୍ଟର ଓପନିଂ କରିଛି । ପ୍ରଥମ ଦିନରେ ହିଁ ଫିଲ୍ମଟି ୨୬ଟି ନୂଆ ରିଲିଜ୍ ହୋଇଥିବା ଫିଲ୍ମକୁ ପଛରେ ପକାଇ ଦେଇଛି। ୱାଇଆରଏଫ ବ୍ୟାନରରେ ନିର୍ମିତ 'ସୈୟାରା'ର ପ୍ରମୋସନ ବଡ଼ ଆକାରରେ ହୋଇନଥିଲେ ବି ଏହାର ଚର୍ଚ୍ଚା ବହୁତ ହୋଇଥିଲା। ଟ୍ରେଲର ରିଲିଜ୍ ପରେ ଲୋକମାନେ ଫିଲ୍ମକୁ ନେଇ ଉତ୍ସାହିତ ଥିଲେ । ଫିଲ୍ମର ଗୀତ ଚାରିଆଡ଼େ ଟ୍ରେଣ୍ଡ କରିଥିଲା । ଗୀତ ଓ ୨ ମୁଖ୍ୟ କଳାକାରଙ୍କ ଅଭିନୟ 'ସୈୟାରା'କୁ ଜବରଦସ୍ତ ଆଡଭାନ୍ସ ବୁକିଂ ଦେଇଥିଲା। ୧୮ ଜୁଲାଇରେ ସିନେମା ହଲରେ ରିଲିଜ୍ ହେବା ପରେ ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଲା। 

ଫିଲ୍ମର କାହାଣୀ ଓ କଳାକାରଙ୍କ ଅଭିନୟ ଦର୍ଶକଙ୍କ ମନ କିଣିଥିଲା। ଫିଲ୍ମକୁ ଏବେ ସମୀକ୍ଷକ ଏବଂ ଦର୍ଶକଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଏହା ସହିତ ଜବରଦସ୍ତ ଓପନିଂ କରି ଅନେକ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ପଛରେ ପକାଇ ଦେଇଛନ୍ତି ଆହାନ-ଅନୀତ୍ । ରିଲିଜ୍ ଦିନ ଫିଲ୍ମଟି ୨୦କୋଟିରୁ ଅଧିକ ଆୟ କରିଥିବା ବେଳେ ଚଳିତ ବର୍ଷ ରିଲିଜ୍ ହୋଇଥିବା ୨୬ଟି ଫିଲ୍ମକୁ ପଛରେ ପକାଇଥିବା ଜଣାଯାଇଛି । ବଲିଉଡ ହଙ୍ଗାମାର ତଥ୍ୟ ଅନୁଯାୟୀ, ଏହି ସବୁ ଚଳଚ୍ଚିତ୍ରଗୁଡ଼ିକର ପ୍ରଥମ ଦିନର ଆୟ ରେକର୍ଡକୁ ଭାଙ୍ଗିଛି 'ସୈୟାରା'।