ବଗିଚାରେ କାମ କରୁଥିବା ବେଳେ କଏଦୀ ଚମ୍ପଟ, କାଟୁଥିଲେ ଆଜୀବନ ସଜା

ଗତକାଲି ବଗିଚା କାମରେ ନିୟୋଜିତ ହୋଇଥିବା ବେଳେ ପରେଶ ଚମ୍ପଟ ମାରିଥିବା ଜଣାପଡ଼ିଛି।

ବଗିଚାରେ କାମ କରୁଥିବା ବେଳେ କଏଦୀ ଚମ୍ପଟ, କାଟୁଥିଲେ ଆଜୀବନ ସଜା

କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ ଜଣେ କଏଦୀ ଚମ୍ପଟ ହୋଇଯାଇଛନ୍ତି। ତାଙ୍କ ନାଁ ପରେଶ ମୁଣ୍ଡା। ଏକ ହତ୍ୟା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୪ରୁ ଆଜୀବନ କାରାଦଣ୍ଡା ଭୋଗୁଥିଲେ। 

ଗତକାଲି ବଗିଚା କାମରେ ନିୟୋଜିତ ହୋଇଥିବା ବେଳେ ପରେଶ ଚମ୍ପଟ ମାରିଥିବା ଜଣାପଡ଼ିଛି। ସେ ଅନେକ ବର୍ଷ ଧରି ବଗିଚାରେ କାମ କରି ଆସୁଥିଲେ।

ଗତକାଲି ଅପରାହ୍ନରେ ପରେଶ ବଗିଚାରେ କାମ କରୁଥିବା ବେଳେ ଚମ୍ପଟ ମାରିଥିବା ନେଇ ଜେଲ୍‌ କର୍ତ୍ତୃପକ୍ଷ ସୂଚନା ଦେବା ସହିତ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।