ବଙ୍ଗଳା ସମେତ ୫ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା, କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭାରତୀୟ ଭାଷା ସମ୍ବନ୍ଧରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ୫ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛି କ୍ୟାବିନେଟ୍।କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି ବଙ୍ଗାଳୀ, ମରାଠୀ, ପାଲି, ପ୍ରାକୃତ ଏବଂ ଆସାମୀ। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ୫ଟି ଭାଷା ମରାଠୀ, ପାଲି, ପ୍ରାକୃତ, ଆସାମୀ ଏବଂ ବଙ୍ଗଳାକୁ ଶାସ୍ତ୍ରୀୟ ଭାଷା ଭାବରେ ଅନୁମୋଦନ କରାଯାଇଛି।ସେ କହିଥିଲେ, ଆସନ୍ତୁ ଆମ ଭାଷା ପାଇଁ ଆମେ ଗର୍ବିତ ହେବା। ଶିକ୍ଷା ଆପଣଙ୍କ ନିଜ ଭାଷାରେ ହେବା ଉଚିତ୍। ଭାଷା ଯାହା ହେଉନା କାହିଁକି, ଆମ ଭାଷାକୁ ନେଇ ଆମେ ଗର୍ବ କରିବା ଉଚିତ।ଏବେ ସୁଦ୍ଧା ୧୧ଟି ଆଞ୍ଚଳିକ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ପୂର୍ବରୁ ଓଡ଼ିଆ, ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ଏବଂ ମାଲାୟାଲାମ ଭାଷା ଏହି ତାଲିକାରେ ସାମିଲ ହୋଇସାରିଛି ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଭାରତୀୟ ଭାଷା ସମ୍ବନ୍ଧରେ ଏକ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ୫ଟି ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛି କ୍ୟାବିନେଟ୍।
କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି ବଙ୍ଗାଳୀ, ମରାଠୀ, ପାଲି, ପ୍ରାକୃତ ଏବଂ ଆସାମୀ। ଏହି ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଭାରତୀୟ ଭାଷା ଉପରେ ଧ୍ୟାନ ଦେଇଛନ୍ତି। ଆଜି ୫ଟି ଭାଷା ମରାଠୀ, ପାଲି, ପ୍ରାକୃତ, ଆସାମୀ ଏବଂ ବଙ୍ଗଳାକୁ ଶାସ୍ତ୍ରୀୟ ଭାଷା ଭାବରେ ଅନୁମୋଦନ କରାଯାଇଛି।
ସେ କହିଥିଲେ, ଆସନ୍ତୁ ଆମ ଭାଷା ପାଇଁ ଆମେ ଗର୍ବିତ ହେବା। ଶିକ୍ଷା ଆପଣଙ୍କ ନିଜ ଭାଷାରେ ହେବା ଉଚିତ୍। ଭାଷା ଯାହା ହେଉନା କାହିଁକି, ଆମ ଭାଷାକୁ ନେଇ ଆମେ ଗର୍ବ କରିବା ଉଚିତ।
ଏବେ ସୁଦ୍ଧା ୧୧ଟି ଆଞ୍ଚଳିକ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ପୂର୍ବରୁ ଓଡ଼ିଆ, ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ, ଏବଂ ମାଲାୟାଲାମ ଭାଷା ଏହି ତାଲିକାରେ ସାମିଲ ହୋଇସାରିଛି ।