ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୫ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ I ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି I ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି I ଏଗୁଡିକ ମଧ୍ୟରେ ମାଲକାନଗିରି,କୋରାପୁଟ,ନୂଆପଡା,ରାୟଗଡା,କନ୍ଧମାଳ, ଗଞ୍ଜାମ,ଗଜପତି,ବଲାଙ୍ଗୀର,ନବରଙ୍ଗପୁର ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I ସେହିପରି ଆଜି ମଧ୍ୟାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱରରେ ବିଜୁଳି ଘଡଘଡି ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା […]

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୫ ଦିନ ପ୍ରବଳ ବର୍ଷା
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୫ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ I ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି I ଆଗାମୀ ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି I ଏଗୁଡିକ ମଧ୍ୟରେ ମାଲକାନଗିରି,କୋରାପୁଟ,ନୂଆପଡା,ରାୟଗଡା,କନ୍ଧମାଳ, ଗଞ୍ଜାମ,ଗଜପତି,ବଲାଙ୍ଗୀର,ନବରଙ୍ଗପୁର ରହିଛି। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I

ସେହିପରି ଆଜି ମଧ୍ୟାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱରରେ ବିଜୁଳି ଘଡଘଡି ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା । ଦୁଇ ଘଡି ଧରି ଛେଚିଥିଲା ନିର୍ଦ୍ଧୁମ ବର୍ଷା I ଏହି ସମୟରେ ଅଧିକାଂଶ ସ୍କୁଲ କଲେଜ ଛୁଟି ହେଉଥିବାରୁ ସ୍କୁଲ ବ୍ୟାଗ ସହ ବର୍ଷାରେ ତିନ୍ତି ଯାଇଥିଲେ ପିଲାମାନେ I ପ୍ରବଳ ବର୍ଷା କାରଣରୁ ନୟାପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମି ରହିଛି । ଫଳରେ ବସ ଓ କାର ସବୁ ପଶି ରହିଛି । ସେହିପରି ପୁରୁଣା ଭୁବନେଶ୍ବର,ରସୁଲଗଡ଼ ଛକ ଠାରୁ କଟକରୋଡ ସ୍ଥିତ ବମିଖାଲ ରାସ୍ତାରେ ୧ରୁ ୨ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହୋଇଛି। ଫଳରେ ରାସ୍ତାରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ହଇରାଲ ହୋଇଛନ୍ତି। ଅନେକ ସ୍ଥାନରେ ଯାନ ବାହାନ ଗୁଡିକ ପାଣିରେ ବୁଡି ଯାଇଥିଲା ବେଳେ କେତେକ ଦୋକାନ ଦୁଆର ଯାଏଁ ପାଣି ଲାଗି ରହିଥିଲା I ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଡ୍ରେନ୍‌ଗୁଡ଼ିକ ସଫା କରାଯାଇ ନଥିବାରୁ ରାସ୍ତାରେ ଜଳଭର୍ତ୍ତି ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ,ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ଭୁବନେଶ୍ବର ଓ କଟକରେ ଆହୁରି ଅଧିକ ବର୍ଷା ଲାଗି ରହିବ।