ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଭୁବନେଶ୍ବର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଯାହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆଜି ଦକ୍ଷିଣ ତାମିଲନାଡୁ ତଥା ସଂଲଗ୍ନ ଶ୍ରୀଲଙ୍କା ନିକଟରେ ଏକ “ଘୁର୍ଣ୍ଣିବଳୟ” ସକ୍ରିୟ ରହିଛି, ଏହା ସହିତ ମୌସୁମୀ ପ୍ରବାହ ଫଳରେ ପଶ୍ଚିମାବାୟୁ ମଧ୍ୟ ଶକ୍ତିଶାଳୀ ହେବାରେ ଲାଗିଛି। ପୂର୍ବାନୁମାନ ଅନୁଯାୟୀ ଉକ୍ତ “ଘୁର୍ଣ୍ଣିବଳୟ” ଟି ଆଗମୀ ୩-୪ ଦିନରେ ପୂର୍ବ ଦିଗକୁ ମୁହାଁଇବା ସହ ଆହୁରି ବଳ ଗୋଟାଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୧ ତାରିଖ […]

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ନେଇପାରେ ବାତ୍ୟାର ରୂପ
A low pressure is forming in the Bay of Bengal, which may take the form of a Cyclone

ଭୁବନେଶ୍ବର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଯାହା ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ଆଜି ଦକ୍ଷିଣ ତାମିଲନାଡୁ ତଥା ସଂଲଗ୍ନ ଶ୍ରୀଲଙ୍କା ନିକଟରେ ଏକ “ଘୁର୍ଣ୍ଣିବଳୟ” ସକ୍ରିୟ ରହିଛି, ଏହା ସହିତ ମୌସୁମୀ ପ୍ରବାହ ଫଳରେ ପଶ୍ଚିମାବାୟୁ ମଧ୍ୟ ଶକ୍ତିଶାଳୀ ହେବାରେ ଲାଗିଛି। ପୂର୍ବାନୁମାନ ଅନୁଯାୟୀ ଉକ୍ତ “ଘୁର୍ଣ୍ଣିବଳୟ” ଟି ଆଗମୀ ୩-୪ ଦିନରେ ପୂର୍ବ ଦିଗକୁ ମୁହାଁଇବା ସହ ଆହୁରି ବଳ ଗୋଟାଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ୨୧ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ।

ପରବର୍ତ୍ତୀ ସମୟ ଅର୍ଥାତ ୨୨ ରେ ଗୋଟେ “ଅବପାତ” ଏବଂ ୨୩/୨୪ ମେ ବେଳକୁ ଗୋଟେ “ସାମୁଦ୍ରିକ ଝଡ଼” ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ତ୍ତମାନର ପ୍ରାକ ଆକଳନ ଅନୁସାରେ ସମ୍ଭାବ୍ୟ “ସାମୁଦ୍ରିକ ଝଡ଼” ଉତ୍ତର ଆନ୍ଧ୍ରପ୍ରଦେଶ ତଥା ଓଡିଶା ମୁହାଁ ହୋଇପାରେ, କିନ୍ତୁ କେଉଁଠି ସ୍ଥଳଭାଗ ଛୁଇଁବ ଏବଂ କେତେ ଘନୀଭୂତ ହେବ ଏନେଇ ସବିଶେଷ ଆକଳନ ଘୁର୍ଣ୍ଣିବଳୟ ପରେ ହିଁ ସ୍ପଷ୍ଟ ହୋଇପାରିବ। ତେବେ ଯଦି ଏହା “ବାତ୍ୟା” ରୂପ ନିଏ ଏହାର ନାମ “ରେମଲ” ରହିବ, ଯାହାର ନାମକରଣ ଓମାନ ଦ୍ୱାରା କରାଯାଇଛି।