ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର,୨୫/୦୮: ରବିବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ । ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୧୧୦ମିମି  ପଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହି ପୂର୍ବାନୁମାନ  କରିଛି । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । ରବିବାର  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ, ଯାଜପୁର,  ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି,  କୋରାପୁଟ, ସୁନ୍ଦରଗଡ଼ରେ ପ୍ରବଳ  ବର୍ଷା ହୋଇପାରେ । ସୋମବାର  ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ  ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ଦୁଇଦିନ ରାଜ୍ୟର କିଛି  ସ୍ଥାନରେ ଅଧିକ ବର୍ଷା ସମ୍ଭାବନା  ଥିବାରୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ  କମିଶନର (ଏସ୍‌ଆରସି) ସେହି ସବୁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଶନିବାର ଝାରସୁଗୁଡ଼ାରେ ୨୮.୪, ସୁନ୍ଦରଗଡ଼ରେ ୧୯, ଯାଜପୁରରେ ୧୫, ନୂଆପଡ଼ା ଓ ଢେଙ୍କାନାଳରେ ୧୧.୪ ମିମି ବର୍ଷା ହୋଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ,  ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର,୨୫/୦୮: ରବିବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ । ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ  ଅତିପ୍ରବଳ ବର୍ଷା ହୋଇପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ୭୦ରୁ ୧୧୦ମିମି  ପଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଏହି ପୂର୍ବାନୁମାନ  କରିଛି । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପ ରୂପ ନେବ । 

ରବିବାର  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, କଟକ, ଯାଜପୁର,  ଢେଙ୍କାନାଳ, ଅନୁଗୁଳ, ମାଲକାନଗିରି,  କୋରାପୁଟ, ସୁନ୍ଦରଗଡ଼ରେ ପ୍ରବଳ  ବର୍ଷା ହୋଇପାରେ । ସୋମବାର  ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ  ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶା ଓ  ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ । 

ଆସନ୍ତା ଦୁଇଦିନ ରାଜ୍ୟର କିଛି  ସ୍ଥାନରେ ଅଧିକ ବର୍ଷା ସମ୍ଭାବନା  ଥିବାରୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ  କମିଶନର (ଏସ୍‌ଆରସି) ସେହି ସବୁ  ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଶନିବାର ଝାରସୁଗୁଡ଼ାରେ ୨୮.୪, ସୁନ୍ଦରଗଡ଼ରେ ୧୯, ଯାଜପୁରରେ ୧୫, ନୂଆପଡ଼ା ଓ ଢେଙ୍କାନାଳରେ ୧୧.୪ ମିମି ବର୍ଷା ହୋଇଛି ।