ବଙ୍ଗୋପସାଗରରେ ସୃଷ୍ଟି ହେଲା 'ଦାନା' !, ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର

ଭୁବନେଶ୍ୱର ୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେଉଛି ଅଶାନ୍ତ । ସାଟେଲାଇ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି । କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର । ବାତ୍ୟାର ବାହ୍ୟ ବଳୟର ବାଦଲ ପ୍ରବେଶ କଲା ରାଡାରରେ । ତେବେ ଏନେଇ ସ୍ପଷ୍ଟ କରିନି Imd । ସୂଚନାଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଦକ୍ଷିଣ ପୂର୍ବ ପାରାଦ୍ଵୀପରୁ ୫୬୦କିମି, ଦକ୍ଷିଣ ଦକ୍ଷିଣ ପୂର୍ବ ସାଗର ଦ୍ଵୀପରୁ ୬୩୦ କିମି ଏବଂ ଖେପପୁରାରୁ ୬୩୦ କିମି ଦୂରରେ ବାତ୍ୟା ଦାନା ଅଛି । ତେବେ ଘଣ୍ଟା ପ୍ରତି ୧୮ କିମି ଗତିରେ ଆଗକୁ ବଢୁଛି।ପରବର୍ତ୍ତୀ ସମୟରେ ନେବ ଭୀଷଣ ବାତ୍ୟା ରୂପ । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ବଙ୍ଗୋପସାଗରରେ ସୃଷ୍ଟି ହେଲା 'ଦାନା' !, ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର

ଭୁବନେଶ୍ୱର ୨୩/୧୦: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ହେଉଛି ଅଶାନ୍ତ । ସାଟେଲାଇ ଚିତ୍ରରେ ଦେଖାଗଲା ବାତ୍ୟାର ଆଖି । କାଲି ସୁଦ୍ଧା ନେବ ଭୀଷଣ ବାତ୍ୟାର ରୂପ । ପାରାଦୀପ ରାଡାରକୁ ଆସିଲା ବାତ୍ୟାର ଚିତ୍ର । ବାତ୍ୟାର ବାହ୍ୟ ବଳୟର ବାଦଲ ପ୍ରବେଶ କଲା ରାଡାରରେ । ତେବେ ଏନେଇ ସ୍ପଷ୍ଟ କରିନି Imd । 

ସୂଚନାଥାଉକି, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ବାତ୍ୟାର ରୂପ ନେଇଛି ଗଭୀର ଅବପାତ । ଦକ୍ଷିଣ ପୂର୍ବ ପାରାଦ୍ଵୀପରୁ ୫୬୦କିମି, 

ଦକ୍ଷିଣ ଦକ୍ଷିଣ ପୂର୍ବ ସାଗର ଦ୍ଵୀପରୁ ୬୩୦ କିମି ଏବଂ ଖେପପୁରାରୁ ୬୩୦ କିମି ଦୂରରେ ବାତ୍ୟା ଦାନା ଅଛି । ତେବେ ଘଣ୍ଟା ପ୍ରତି ୧୮ କିମି ଗତିରେ ଆଗକୁ ବଢୁଛି।

ପରବର୍ତ୍ତୀ ସମୟରେ ନେବ ଭୀଷଣ ବାତ୍ୟା ରୂପ । ୨୪ ରାତିରୁ ୨୫ ସକାଳ ମଧ୍ୟରେ ଛୁଇଁବ ସ୍ଥଳଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ଘଣ୍ଟାପ୍ରତି ୧୦୦-୧୨୦ ବେଗରେ ବହିବ ପବନ । ପାଖାପାଖି ୧୯ଟି ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ପଡିବ ବୋଲି ପୂୁର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।