ବଜାର ଯାଉଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ବୋଲୋରୋ
ଅମରପାଲି,୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଛକଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣକ ହେଲେ ଟେଭାପଦର ଗ୍ରାମର ପ୍ରେମାନନ୍ଦ କ୍ଷେତି(୬୦)। ପ୍ରେମାନନ୍ଦ ଘରୁ ବାହାରି ସୁବଳୟା ଦୈନିକ ବଜାରକୁ ଯାଉଥିବାବେଳେ ରେଢ଼ାଖୋଲ ପଟରୁ ଆସୁଥିବା ଏକ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପ୍ରେମାନନ୍ଦଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସୁବଳୟା ଡାକ୍ତରଖାନାକୁ ନିଆଯାଇଥିଲା। ସୁବଳୟା ଓ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା […] The post ବଜାର ଯାଉଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ବୋଲୋରୋ appeared first on Dharitri Odia News.
ଅମରପାଲି,୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଛକଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି।
ମୃତକ ଜଣକ ହେଲେ ଟେଭାପଦର ଗ୍ରାମର ପ୍ରେମାନନ୍ଦ କ୍ଷେତି(୬୦)। ପ୍ରେମାନନ୍ଦ ଘରୁ ବାହାରି ସୁବଳୟା ଦୈନିକ ବଜାରକୁ ଯାଉଥିବାବେଳେ ରେଢ଼ାଖୋଲ ପଟରୁ ଆସୁଥିବା ଏକ ବୋଲେରୋ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ପ୍ରେମାନନ୍ଦଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ସୁବଳୟା ଡାକ୍ତରଖାନାକୁ ନିଆଯାଇଥିଲା।
ସୁବଳୟା ଓ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କିପରି ଘଟିଛି ଅଧିକ ତଦନ୍ତ ଜାରିରଖିଛି। ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ଧରି ଡ୍ରାଇଭର ସୁବଳୟା ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
The post ବଜାର ଯାଉଥିବାବେଳେ ବୃଦ୍ଧଙ୍କୁ ଚାପିଦେଲା ବୋଲୋରୋ appeared first on Dharitri Odia News.