ବଜାର ଯାଉଥିଲେ ଦମ୍ପତି: ରାସ୍ତାରେ ଜଳିଗଲା ବାଇକ

ବାସୁଦେବପୁର,୧୨।୪: ଭଦ୍ରକ ଜିଲା ଧାମରା ବସ୍‌ ଷ୍ଟାଣ୍ଡ ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସ୍ତ୍ରୀ-ସ୍ବାମୀ ଏକ ବାଇକ୍‌ ଯୋଗେ କୌଣସି କାମରେ ବାସୁଦେବପୁର ବଜାର ଆସୁଥିଲେ। ହେଲେ ଧାମରା ବସ୍‌ ଷ୍ଟାଣ୍ଡ ନିକଟରେ ବାଇକ୍‌ଟି ହଠାତ୍‌ ହୁତୁହୁତୁ ହୋଇ ଜଳି ଉଠିଥିଲା। ଅନ୍ୟପକ୍ଷେ ଦମ୍ପତି ତୁରନ୍ତ ବାଇକ୍‌ରୁ ଓହ୍ଲାଇ ପଡିଥିଲେ। ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ନିଆଁକୁ ଆୟତ୍ତ […] The post ବଜାର ଯାଉଥିଲେ ଦମ୍ପତି: ରାସ୍ତାରେ ଜଳିଗଲା ବାଇକ appeared first on Dharitri Odia News.

ବଜାର ଯାଉଥିଲେ ଦମ୍ପତି: ରାସ୍ତାରେ ଜଳିଗଲା ବାଇକ

ବାସୁଦେବପୁର,୧୨।୪: ଭଦ୍ରକ ଜିଲା ଧାମରା ବସ୍‌ ଷ୍ଟାଣ୍ଡ ନିକଟରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସ୍ତ୍ରୀ-ସ୍ବାମୀ ଏକ ବାଇକ୍‌ ଯୋଗେ କୌଣସି କାମରେ ବାସୁଦେବପୁର ବଜାର ଆସୁଥିଲେ। ହେଲେ ଧାମରା ବସ୍‌ ଷ୍ଟାଣ୍ଡ ନିକଟରେ ବାଇକ୍‌ଟି ହଠାତ୍‌ ହୁତୁହୁତୁ ହୋଇ ଜଳି ଉଠିଥିଲା। ଅନ୍ୟପକ୍ଷେ ଦମ୍ପତି ତୁରନ୍ତ ବାଇକ୍‌ରୁ ଓହ୍ଲାଇ ପଡିଥିଲେ। ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।

The post ବଜାର ଯାଉଥିଲେ ଦମ୍ପତି: ରାସ୍ତାରେ ଜଳିଗଲା ବାଇକ appeared first on Dharitri Odia News.