ବଜାରକୁ ଆସିଲା ବଜାଜ୍‌ର ଫ୍ରିଡମ ସିଏନ୍‌ଜି ବାଇକ୍‌,: ୨କେ.ଜି.ରେ ୩୩୦ କି.ମି.ର ଯାତ୍ରା, ବଜାର ମୂଲ୍ୟ…

ଭୁବନେଶ୍ୱର,୭।୧୧: ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନ୍‌ଜି) ବାଇକ୍‌ ‘ଫ୍ରିଡମ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତ (ଭାରତୀୟ ବଜାର)ରେ ବିଶ୍ୱର ପ୍ରଥମ ସିଏନ୍‌ଜି ବାଇକ୍‌ ‘ଫ୍ରିଡମ’ର ଅଫିସିଆଲ ଲଞ୍ଚିଂ (ଶୁଭାରମ୍ଭ) ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌ଏସ୍‌ବି ବଜାଜ୍‌ ଲୁଇସ୍‌ ରୋଡ୍‌ ରବି ଟକିଜ୍‌ ଭୁବନେଶ୍ୱର ଶୋ’ରୁମ୍‌ଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି […] The post ବଜାରକୁ ଆସିଲା ବଜାଜ୍‌ର ଫ୍ରିଡମ ସିଏନ୍‌ଜି ବାଇକ୍‌,: ୨କେ.ଜି.ରେ ୩୩୦ କି.ମି.ର ଯାତ୍ରା, ବଜାର ମୂଲ୍ୟ… appeared first on Dharitri Odia News.

ବଜାରକୁ ଆସିଲା ବଜାଜ୍‌ର ଫ୍ରିଡମ ସିଏନ୍‌ଜି ବାଇକ୍‌,: ୨କେ.ଜି.ରେ ୩୩୦ କି.ମି.ର ଯାତ୍ରା, ବଜାର ମୂଲ୍ୟ…

ଭୁବନେଶ୍ୱର,୭।୧୧: ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ୍‌ (ସିଏନ୍‌ଜି) ବାଇକ୍‌ ‘ଫ୍ରିଡମ’ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଭାରତ (ଭାରତୀୟ ବଜାର)ରେ ବିଶ୍ୱର ପ୍ରଥମ ସିଏନ୍‌ଜି ବାଇକ୍‌ ‘ଫ୍ରିଡମ’ର ଅଫିସିଆଲ ଲଞ୍ଚିଂ (ଶୁଭାରମ୍ଭ) ନିକଟରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଏମ୍‌ଏସ୍‌ବି ବଜାଜ୍‌ ଲୁଇସ୍‌ ରୋଡ୍‌ ରବି ଟକିଜ୍‌ ଭୁବନେଶ୍ୱର ଶୋ’ରୁମ୍‌ଠାରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗେଲ୍‌ ଇଣ୍ଡିଆର ଇଡି ଏଚ୍‌.କେ. ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଗେଲ୍‌ ଇଣ୍ଡିଆର ଜିଏମ୍‌ କୌଶକ ଦାସଙ୍କ ସମେତ ଏମ୍‌ଏସ୍‌ବି ବଜାଜ୍‌ର ଏମ୍‌ଡି ମନ୍‌ସୁର ବକ୍ସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ବଜାଜ୍‌ ଫ୍ରିଡମ-୧୨୫ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନେକ ଫିଚର ସାମିଲ ରହିଛି। ଏପରିକି ପେଟ୍ରୋଲ ଗାଡ଼ି ତୁଳନାରେ ଗ୍ରାହକ ଫ୍ରିଡମ୧୨୫ରେ ପ୍ରାୟ ୫୦% ଅର୍ଥର ସଞ୍ଚୟ କରିପାରିବେ।

ସେହିଭଳି ୨କେ.ଜି. ସିଏନ୍‌ଜିରେ ଏହି ଗାଡି ପ୍ରାୟ ୩୩୦ କି.ମି.ର ଯାତ୍ରା କରିଥାଏ। ଏପରିକି ଏହି ମଡେଲ ପେଟ୍ରୋଲ ଜରିଆରେ ମଧ୍ୟ ଚାଲିପାରିବ। ୩ଟି ଭାରିଆଣ୍ଟରେ ଉପଲବ୍ଧ ଏହି ମଡେଲ ଆକର୍ଷଣୀୟ ହୋଇଥିଲାବେଳେ ଏହାର ବ୍ୟାପକ କଲର ସମ୍ଭାର ଓ ମନଲୋଭା ଡିଜାଇନ ସବୁ ବର୍ଗର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ ବୋଲି କମ୍ପାନୀ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

ସେହିପରି ଏହି ମଡେଲ ‘ଫ୍ରିଡମ ୧୨୫’ର ଭୁବନେଶ୍ୱର ବଜାର ମୂଲ୍ୟ ୯୧,୦୦୦ ଟଙ୍କାରୁ ୧,୧୧,୦୦୦ଟଙ୍କା ମଧ୍ୟରେ ରହିଛି ବୋଲି ଏମ୍‌ଏସ୍‌ବି ବଜାଜ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

The post ବଜାରକୁ ଆସିଲା ବଜାଜ୍‌ର ଫ୍ରିଡମ ସିଏନ୍‌ଜି ବାଇକ୍‌,: ୨କେ.ଜି.ରେ ୩୩୦ କି.ମି.ର ଯାତ୍ରା, ବଜାର ମୂଲ୍ୟ… appeared first on Dharitri Odia News.