ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?
‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ଏହା ଡାଇବେଟିସ୍,ତ୍ୱଚାରୁ ନେଇ ହାଡ଼ ଶକ୍ତ କରିଥାଏ। ହେଲେ ଏବେ ବଜାରରେ ନକଲି ‘ଅଲମଣ୍ଡ’ ମିଳୁଛି। ଏମିତିରେ କିଛି ସହଜ ପ୍ରକ୍ରିୟା ଯୋଗୁ ଏହାକୁ ଆପଣ ଚିହ୍ନି ପାରିବେ… ଦୀପାବଳି ଆସିବାକୁ ଯାଉଥିବାରୁ ଏହି ଅବସରରେ ଡ୍ରାଏଫ୍ରୁଟ୍ସ ବିକ୍ରି ବୃଦ୍ଧି ପାଇବ। ଏମିତିରେ ଅସଲ ବାଦାମ ସ୍ଥାନରେ ନକଲି ବିକ୍ରି […] The post ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ? appeared first on Dharitri Odia News.
‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ଏହା ଡାଇବେଟିସ୍,ତ୍ୱଚାରୁ ନେଇ ହାଡ଼ ଶକ୍ତ କରିଥାଏ। ହେଲେ ଏବେ ବଜାରରେ ନକଲି ‘ଅଲମଣ୍ଡ’ ମିଳୁଛି। ଏମିତିରେ କିଛି ସହଜ ପ୍ରକ୍ରିୟା ଯୋଗୁ ଏହାକୁ ଆପଣ ଚିହ୍ନି ପାରିବେ…
ଦୀପାବଳି ଆସିବାକୁ ଯାଉଥିବାରୁ ଏହି ଅବସରରେ ଡ୍ରାଏଫ୍ରୁଟ୍ସ ବିକ୍ରି ବୃଦ୍ଧି ପାଇବ। ଏମିତିରେ ଅସଲ ବାଦାମ ସ୍ଥାନରେ ନକଲି ବିକ୍ରି ବୃଦ୍ଧି ପାଉଛି।
ନକଲି ‘ଆଲମଣ୍ଡ’ରେ କ’ଣ ମିଶା ଯାଉଛି?
ନକଲି ‘ଆଲମଣ୍ଡ’ ପ୍ରସ୍ତୁତ କରିବା ଲାଗି ହାଇଡ୍ରୋଜେନ୍ ପେରୋକ୍ସାଇଡ୍ ଏବଂ ବ୍ଲିଚିଂ ଭଳି ହାନିକାରକ ରସାୟନିକ ପଦାର୍ଥ ବ୍ୟବହାର କରାଯାଏ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅସଲି ‘ଆଲମଣ୍ଡ’ ସେବନ ପେଟ ସମ୍ବନ୍ଧୀୟ ସମସ୍ୟା ଲାଗି ଲାଭଦାୟକ ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ପେଟ ଏବଂ ଯକୃତ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
କ୍ୟାନ୍ସରର କାରଣ:
ମିଶ୍ରିତ ‘ଆଲମଣ୍ଡ’ ସେବନ ଯୋଗୁ ଶରୀରରେ ବିଷାକ୍ତ ତତ୍ତ୍ୱ ବୃଦ୍ଧି ପାଇଥାଏ। ହର୍ମୋନ ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାଦ୍ୱାରା କ୍ୟାନ୍ସର ହେବାର ବିପଦ ବୃଦ୍ଧି ପାଇଥାଏ। ଏହା ବୃକକ୍ ଏବଂ ଯକୃତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ରଙ୍ଗ:
ଅସଲି ଏବଂ ନକଲି ‘ଆଲମଣ୍ଡ’ ରଙ୍ଗରେ ବହୁତ ଫରକ ଥାଏ। ଅସଲି ‘ଆଲମଣ୍ଡ’ ହାଲ୍କା ବାଦାମୀ ରଙ୍ଗର ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ଗାଢ଼ ବାଦାମୀ ରଙ୍ଗର ହୋଇଥାଏ।
ପାଣି ବ୍ୟବହାର କରି ଜାଣନ୍ତୁ:
ଏକ ଗ୍ଲାସ ପାଣିରେ କିଛି ‘ଆଲମଣ୍ଡ’ ପକାନ୍ତୁ। ଯଦି ଏହା କିଛି ସମୟ ପରେ ବୁଡ଼ି ଯାଏ ତେବେ ଏହା ଅସଲି। ନକଲି ‘ଆଲମଣ୍ଡ’ ପାଣିରେ ଭାସିଥାଏ।
କାଗଜ ବ୍ୟବହାର କରି ବି ଜାଣିପାରିବେ:
ଅସଲି ଏବଂ ନକଲି ‘ଆଲମଣ୍ଡ’କୁ ଚିହ୍ନିବା ଲାଗି କାଗଜ ବ୍ୟବହାର କରିପାରିବେ। ଏଥିଲାଗି କାଗଜରେ ବାଦାମକୁ ଗୁଡ଼ାଇ ଭାଙ୍ଗନ୍ତୁ। ଅସଲି ‘ଆଲମଣ୍ଡ’ ଥିଲେ ତା ଦେହରୁ ତେଲ ବାହାରିବ, ଯାହାକି କାଗଜରେ ନଜର ଆସିବ। ସେହିଭଳି ନକଲି ‘ଆଲମଣ୍ଡ’ରୁ ତେଲ ବାହାରିବ ନାହିଁ।
ବାସ୍ନା ଏବଂ ସ୍ବାଦ:
ଅସଲି ‘ଆଲମଣ୍ଡ’କୁ ଭାଙ୍ଗି ସୁଙ୍ଘିଲେ ଭଲ ବାସ୍ନା ବାସିଥାଏ। ନକଲି ‘ଆଲମଣ୍ଡ’ରୁ କିଛି ବାସ୍ନା ଆସି ନ ଥାଏ ନଚେତ ଖରାପ ବାସ୍ନା ଆସିଥାଏ। ଅସଲି ‘ଆଲମଣ୍ଡ’ ଖାଇବାକୁ ମିଠା ଲାଗୁଥିବା ବେଳେ ନକଲି ‘ଆଲମଣ୍ଡ’ ଖାଇବାକୁ କଷା ଲାଗିବ।
ସବୁଠାରୁ ସହଜ ଉପାୟ:
ଅସଲି ଏବଂ ନକଲି ‘ଆଲମଣ୍ଡ’ ଚିହ୍ନିବା ଲାଗି ସବୁଠାରୁ ସହଜ ଉପାୟ ହେଲା ଆପଣ ରାତିରେ ଗୋଟିଏ ଗିନା ପାଣିରେ ମୁଠାଏ ‘ଆଲମଣ୍ଡ’ ପକାନ୍ତୁ। ସକାଳୁ ପାଣିରୁ ବାହାର କରି ଏହାର ଚୋପାକୁ ବାହାର କରିଦିଅନ୍ତୁ। ପ୍ରାକୃତିକ ‘ଆଲମଣ୍ଡ’ର ଚୋପା ସହଜରେ ବାହାରି ଯାଇଥାଏ। ଧଳା ବାଦାମ ନଜର ଆସିବ।
ଏହାପରେ ପାଣିର ରଙ୍ଗ ଦେଖନ୍ତୁ। ଯଦି ପାଣିର ରଙ୍ଗ ସଫା ତେବେ ‘ଆଲମଣ୍ଡ’ ଅସଲି। ନଚେତ ‘ଆଲମଣ୍ଡ’ରେ କେମିକାଲ ବ୍ୟବହାର କରାଯାଇଛି।
The post ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ? appeared first on Dharitri Odia News.