ବଜାରର ନୂଆ କୀର୍ତ୍ତିମାନ, ପ୍ରଥମ ଥର ୪୦୦ ଲକ୍ଷ କୋଟି ଟଙ୍କା ଟପିଲା BSEର ମାର୍କେଟ୍ କ୍ୟାପ୍

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ କରାବାର ଦିନ ଅର୍ଥାତ୍ ସୋମବାର ଏପ୍ରିଲ ୮ରେ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ଭାରତର ମାର୍କେଟ୍ କ୍ୟାପ୍ ପ୍ରଥମ ଥର ଆଜି ୪୦୦ ଲକ୍ଷ କୋଟି ଟଙ୍କା ପାର କରିଛି । ଡାଟା ଅନୁସାରେ ୯ ମାସରେ ୧୦୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି ।ପୁରୁଣା ଡାଟା ଉପରେ ନଜର ପକାଇବା ତେବେ ଗତ ବର୍ଷ ଜୁଲାଇ ୫ରେ ଭାରତର ମାର୍କେଟ୍ ୩୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ଅନ୍ୟପଟେ ୨୦୦୭ରେ ଭାରତର ମାର୍କେଟ କ୍ୟାପ୍ ୫୦ ଲକ୍ଷ କୋଟି ଟଙ୍କା ଛୁଇଁଥିଲା । ଅନ୍ୟପଟେ ୨୦୧୪ରେ ଏହା ପ୍ରଥମ ଥର 100 ଲକ୍ଷ କୋଟି ଟଙ୍କା ପାର୍ କରିଥିଲା । ୨୦୨୧ ଫେବ୍ରୁଆରୀରେ ଭାରତୀୟ ସେୟାର ମାର୍କେଟ୍ ୨୦୦ ଲକ୍ଷ କୋଟି ଟଙ୍କା ଟପିଥିଲା ।ଗତ ଏକ ବର୍ଷରେ ଖାସ କରି ସରକାରୀ ସେୟାରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। । ଗତ ୧୨ ମାସରେ ନିଫ୍ଟି ପିଏସଇ ଏବଂ ନିଫ୍ଟି ସିପିଏସଇରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଅନ୍ୟପଟେ ନିଫ୍ଟି ପିଏସୟୁ ବ୍ୟାଙ୍କ ପ୍ରାୟ ୯୫ ପ୍ରତିଶତ ବଢିଛି ।ଗତ ୯ ମାସରେ ୧୦୦ ଲକ୍ଷ କୋଟି ଟଙ୍କାର ଯେଉଁ ଲାଭ ମିଳିଛି ସେଥିରେ ଆଇପିଓ, ଏଫପିଓ ଏବଂ ଇକ୍ୱିଟି ଫଣ୍ଡିଂ, ନୂଆ ଲିଷ୍ଟିଂ ଆଦିର ପ୍ରାଭବ ମଧ୍ୟ ସାମିଲ ଅଛି । କିନ୍ତୁ ଅଧିକାଂଶ ଲାଭ ସେୟାର ମୂଲ୍ୟରେ ବୃଦ୍ଧି ଯୋଗୁଁ ହୋଇଛି ।ଗତ ଏକ ବର୍ଷରେ ପିଏସୟୁ ଷ୍ଟକ୍ସ ସବୁଠୁ ବଡ଼ ଆଉଟପରଫର୍ମର୍ସ ହୋଇଛି । ନିବେଶକ ସରକାରଙ୍କ କ୍ୟାପେକ୍ସ ପୁଶ୍ ଏବଂ

ବଜାରର ନୂଆ କୀର୍ତ୍ତିମାନ, ପ୍ରଥମ ଥର ୪୦୦ ଲକ୍ଷ କୋଟି ଟଙ୍କା ଟପିଲା BSEର ମାର୍କେଟ୍ କ୍ୟାପ୍

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ କରାବାର ଦିନ ଅର୍ଥାତ୍ ସୋମବାର ଏପ୍ରିଲ ୮ରେ ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ଭାରତର ମାର୍କେଟ୍ କ୍ୟାପ୍ ପ୍ରଥମ ଥର ଆଜି ୪୦୦ ଲକ୍ଷ କୋଟି ଟଙ୍କା ପାର କରିଛି । ଡାଟା ଅନୁସାରେ ୯ ମାସରେ ୧୦୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି ।

ପୁରୁଣା ଡାଟା ଉପରେ ନଜର ପକାଇବା ତେବେ ଗତ ବର୍ଷ ଜୁଲାଇ ୫ରେ ଭାରତର ମାର୍କେଟ୍ ୩୦୦ କୋଟି ଟଙ୍କାରେ ପହଞ୍ଚିଥିଲା । ଅନ୍ୟପଟେ ୨୦୦୭ରେ ଭାରତର ମାର୍କେଟ କ୍ୟାପ୍ ୫୦ ଲକ୍ଷ କୋଟି ଟଙ୍କା ଛୁଇଁଥିଲା । ଅନ୍ୟପଟେ ୨୦୧୪ରେ ଏହା ପ୍ରଥମ ଥର 100 ଲକ୍ଷ କୋଟି ଟଙ୍କା ପାର୍ କରିଥିଲା । ୨୦୨୧ ଫେବ୍ରୁଆରୀରେ ଭାରତୀୟ ସେୟାର ମାର୍କେଟ୍ ୨୦୦ ଲକ୍ଷ କୋଟି ଟଙ୍କା ଟପିଥିଲା ।

ଗତ ଏକ ବର୍ଷରେ ଖାସ କରି ସରକାରୀ ସେୟାରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। । ଗତ ୧୨ ମାସରେ ନିଫ୍ଟି ପିଏସଇ ଏବଂ ନିଫ୍ଟି ସିପିଏସଇରେ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି । ଅନ୍ୟପଟେ ନିଫ୍ଟି ପିଏସୟୁ ବ୍ୟାଙ୍କ ପ୍ରାୟ ୯୫ ପ୍ରତିଶତ ବଢିଛି ।

ଗତ ୯ ମାସରେ ୧୦୦ ଲକ୍ଷ କୋଟି ଟଙ୍କାର ଯେଉଁ ଲାଭ ମିଳିଛି ସେଥିରେ ଆଇପିଓ, ଏଫପିଓ ଏବଂ ଇକ୍ୱିଟି ଫଣ୍ଡିଂ, ନୂଆ ଲିଷ୍ଟିଂ ଆଦିର ପ୍ରାଭବ ମଧ୍ୟ ସାମିଲ ଅଛି । କିନ୍ତୁ ଅଧିକାଂଶ ଲାଭ ସେୟାର ମୂଲ୍ୟରେ ବୃଦ୍ଧି ଯୋଗୁଁ ହୋଇଛି ।

ଗତ ଏକ ବର୍ଷରେ ପିଏସୟୁ ଷ୍ଟକ୍ସ ସବୁଠୁ ବଡ଼ ଆଉଟପରଫର୍ମର୍ସ ହୋଇଛି । ନିବେଶକ ସରକାରଙ୍କ କ୍ୟାପେକ୍ସ ପୁଶ୍ ଏବଂ ଟର୍ନରାଉଣ୍ଡ ଷ୍ଟୋରୀ ଉପରେ ଭରସା ରଖିଛନ୍ତି । ନିଫ୍ଟି ପିଏସଇ ଇଣ୍ଡେକ୍ସ ଏବଂ ନିଫ୍ଟି ସିପିଏସଇ ଉଭୟ ଗତ ୧୨ ମାସରେ ଦ୍ୱିଗୁଣାରୁ ଅଧିକ ହୋଇଛି ।