ବଜାରରେ ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪
ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍ ତଥା ବିଏମ୍ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡର ପ୍ରଥମ ପ୍ରିମିୟମ ଇଲେକ୍ଟ୍ରିକ ଦୁଇଚକିଆ ଯାନର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମଡେଲ ତଥା ଅର୍ବାନ ଇଲେକ୍ଟ୍ରିକ ସ୍କୁଟର କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଭାରତର କିଛି ବଛାବଛା ପ୍ରମୁଖ ନଗରରେ […] The post ବଜାରରେ ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪ appeared first on Dharitri Odia News.
ନୂଆଦିଲ୍ଲୀ,୨୫।୭: ଦେଶର ପ୍ରମୁଖ ପ୍ରିମିୟମ ବ୍ରାଣ୍ଡ୍ ତଥା ବିଏମ୍ଡବ୍ଲ୍ୟୁ ମୋଟୋରାଡ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡର ପ୍ରଥମ ପ୍ରିମିୟମ ଇଲେକ୍ଟ୍ରିକ ଦୁଇଚକିଆ ଯାନର ଶୁଭାରମ୍ଭ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ମଡେଲ ତଥା ଅର୍ବାନ ଇଲେକ୍ଟ୍ରିକ ସ୍କୁଟର କମ୍ପ୍ଲିଟ୍ଲି ବିଲ୍ଟ-ଅପ୍ ୟୁନିଟ୍ (ସିବିୟୁ) ଭାବେ ଭାରତର କିଛି ବଛାବଛା ପ୍ରମୁଖ ନଗରରେ ଏହା ଉପଲବ୍ଧ ହେବ। ଏହାର ଡେଲିଭରି ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ। ଏହାର ଇଲେକ୍ଟ୍ରି ଡ୍ରାଇଭ, ଫର୍ୱାର୍ଡ-ଲୁକିଂ ଡିଜାଇନ ଓ ନୂତନ ଟେକ୍ନୋଲୋଜି ସହ ଏହି ନୂଆ ସ୍କୁଟରକୁ ଏକ ସତେଜ ମୋବିଲିଟି ଅନୁଭୂତି ପାଇଁ ନିର୍ମାଣ କରାଯାଇଛି।
ଏ ସମ୍ପର୍କରେ ବିଏମ୍ଡବ୍ଲ୍ୟୁ ଗ୍ରୁପ୍ ଇଣ୍ଡିଆର ପ୍ରେସିଡେଣ୍ଟ ବିକ୍ରମ ପାୱା କହିଛନ୍ତି, ଅଲ୍-ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪ ହେଉଛି, ବିଏମ୍ଡବ୍ଲ୍ୟୁ ମୋଟୋରାଡ୍ ଇଣ୍ଡିଆ ବ୍ରାଣ୍ଡ୍ରେ ଇଲେକ୍ଟ୍ରୋ-ମୋବିଲିଟିର ଏକ ସମ୍ପୂର୍ଣ୍ଣ ନୂତନ ଯୁଗର ଆରମ୍ଭ। ଲିକ୍ୱିଡ୍-କୁଲ୍ଡ ଇଲେକ୍ଟ୍ରିକ ମୋଟର ସହିତ ବିଏମ୍ଡବ୍ଲ୍ୟୁ ସିଇ ୦୪ର ଅଭିନବ ଇଲେକ୍ଟ୍ରିକ ଡ୍ରାଇଭ ୪୨ ଏଚ୍ପି (୩୧କେଡବ୍ଲ୍ୟୁ)ର ସର୍ବାଧିକ ଆଉଟ୍ପୁଟ୍ ପ୍ରଦାନ କରୁଛି। ପର୍ମାନେଣ୍ଟ ମ୍ୟାଗ୍ନେଟ ଇଲେକ୍ଟ୍ରିକ ମୋଟର ବିଏମ୍ଡବ୍ଲ୍ୟୁ କାର୍ଗୁଡିକ ଭଳି ବ୍ୟାଟେରି ଓ ରିୟର ହୁଇଲ୍ ମଧ୍ୟରେ ଫ୍ରେମ୍ରେ ମାଉଣ୍ଟ ହୋଇଛି। କ୍ଲାସିକ ପାଇଁ ‘ଟ୍ରାଫିକ୍ ଲାଇଟ୍ ଘଣ୍ଟା ପ୍ରତି ୦ରୁ ୫୦କି.ମି.ରେ ଷ୍ଟାର୍ଟ ହେଉଛି, ଏହା କେବଳ ୨.୬ସେକେଣ୍ଡରେ ଏକ ତତ୍କାଳ ଆକ୍ସିିଲରେଶନ ପ୍ରଦାନ କରୁଛି। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୨୦ କି.ମି. ରହିଛି। ୮.୫ କେଡବ୍ଲ୍ୟୁଏଚ୍ର ଶୁଦ୍ଧ କ୍ଷମତା ସହ ଲିଥିୟମ-ଆୟନ ବ୍ୟାଟେରି ୧୩୦କି.ମି.ର ବିସ୍ତୃତ ରେଞ୍ଜ ଏବଂ ପ୍ରତି ୧୦୦ କି.ମି. ପିଛା ୭.୭ କେଡବ୍ଲ୍ୟୁଏଚ୍ର ଏନର୍ଜି କଞ୍ଜମ୍ପଶନ ପ୍ରଦାନ କରୁଛି। ଏହା ଏକ ମାଗଣା ୨.୩ କେଡବ୍ଲ୍ୟୁ ହୋମ୍ ଚାର୍ଜର ସହିତ ଆସିବ, ଯାହ ୦-୮୦% ଚାର୍ଜ ପାଇଁ ୩ ଘଣ୍ଟା ୩୦ ମିନିଟ୍ ମିନିଟ୍ ସମୟ ନେଇଥାଏ। ଅପ୍ସନାଲ ବିଏମ୍ଡବ୍ଲ୍ୟୁ ୱାଲ୍ବକ୍ସ ଚାର୍ଜର କେବଳ ୬୫ମିନିଟ୍ରେ ସମାନ ସ୍ତରର ଚାର୍ଜିଂ ପ୍ରଦାନ କରୁଛି।
The post ବଜାରରେ ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ସିଇ ୦୪ appeared first on Dharitri Odia News.