ବଜାରରେ କିଆର ଅଲ୍ ନ୍ୟୁ ‘ସିରୋସ’
ଭୁବନେଶ୍ୱର,୩।୨: (ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କିଆର ‘ଅଲ୍ ନ୍ୟୁ ସିରୋସ’ ବୈପ୍ଳବାମତ୍ିକ ଏସୟୁଭି ନିକଟରେ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତି ପ୍ରାପ୍ତ ଡିଲର ଗୁଗୁନାନୀ କିଆର ପଟିଆ ଶୋ’ରୁମ୍ରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୁଗନାନୀ କିଆର ସିଇଓ ମହେଶ ଝୁନ୍ଝୁନ୍ଓ୍ବାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ […] The post ବଜାରରେ କିଆର ଅଲ୍ ନ୍ୟୁ ‘ସିରୋସ’ appeared first on Dharitri Odia News.
ଭୁବନେଶ୍ୱର,୩।୨: (ଅଭୟ ଦାଶ): କିଆ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କିଆର ‘ଅଲ୍ ନ୍ୟୁ ସିରୋସ’ ବୈପ୍ଳବାମତ୍ିକ ଏସୟୁଭି ନିକଟରେ ଅନାବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତି ପ୍ରାପ୍ତ ଡିଲର ଗୁଗୁନାନୀ କିଆର ପଟିଆ ଶୋ’ରୁମ୍ରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଗୁଗନାନୀ କିଆର ସିଇଓ ମହେଶ ଝୁନ୍ଝୁନ୍ଓ୍ବାଲା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୁଗନାନୀ କିଆର ଡିଜିଏମ ସନ୍ତୋଷ ଭୂୟାଁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଅଲ୍ ନ୍ୟୁ ସିରୋସରେ ଅତି ସୁନ୍ଦର ଭାବେ ଦୃଶ୍ୟମାନ ଦୁଇଟି ପ୍ୟାନେଲ ଯୁକ୍ତ ସନରୁଫ ସହିତ ୨ସ୍ତରୀୟ ଏଡିଏଏସ ଏବଂ ୧୬ଟି ସ୍ବୟଂଚାଳିତ ସୁରକ୍ଷା ବୈଶିଷ୍ଟ୍ୟ ସାମିଲ ରହିଛି। ଏଥିସହିତ ୨୦ଟି ଉଚ୍ଚ ମାନର ସୁରକ୍ଷା ପ୍ୟାକେଜ ଓ ଫିଚର ସହିତ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ଅନ୍ତର୍ଭୁକ୍ତ ରହିଛି। ସେହିଭଳି ୨ଟି ଭାରିଆଣ୍ଟ (ଉଭୟ ପେଟ୍ରୋଲ ଏବଂ ଡିଜେଲ) ରେ ଉପଲବ୍ଧ ଏହି ମଡେଲ ୮ଟି ଆକର୍ଷଣୀୟ ରଙ୍ଗ ଏବଂ ପ୍ରାରମ୍ଭିକ ମୂଲ୍ୟ ୮,୯୯,୯୦୦ ଟଙ୍କାରୁ ଆରମ୍ଭ ହେଉଛି।
ଏ ସମ୍ପର୍କରେ ଗୁଗୁନାନୀ କିଆର ଏମ୍ଡି ରାଜନ ଗୁଗନାନୀ କହିଥିଲେ, ସୁଲଭ ମୂଲ୍ୟରେ ସମସ୍ତ ପ୍ରକାରର ସୁବିଧା ବ୍ୟବସ୍ଥା ସହିତ ଡ୍ୟୁଆଲ ମୋଡର ଗାଡି ଗ୍ରାହକ ପାଇପାରିବେ। ଏପରିକି ଗ୍ରାହକଙ୍କ ପକେଟକୁ ସୁହାଇଲା ଭଳି ଏହି ମଡେଲ ଆଶାୟୀ ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି।
The post ବଜାରରେ କିଆର ଅଲ୍ ନ୍ୟୁ ‘ସିରୋସ’ appeared first on Dharitri Odia News.