ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ

ଭୁବନେଶ୍ୱର,୨୦।୫: ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ସିରିଜ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ‘ବ୍ଲେକ୍‌ ଅଫ୍‌ ବ୍ଲାକ୍‌’ ଡାର୍କ ଏଡିଶନ ମଡେଲ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଏବଂ ଆର୍‌ଟିଆର୍‌ ୧୬୦ ୪ଭିର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଏବଂ ଆର୍‌ଟିଆର୍‌ ୧୬୦ ୪ଭି ମୋଟରସାଇକେଲରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ […] The post ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ appeared first on Dharitri Odia News.

ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ

ଭୁବନେଶ୍ୱର,୨୦।୫: ଟିଭିଏସ୍‌ ମୋଟର କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ସିରିଜ୍‌କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ‘ବ୍ଲେକ୍‌ ଅଫ୍‌ ବ୍ଲାକ୍‌’ ଡାର୍କ ଏଡିଶନ ମଡେଲ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଏବଂ ଆର୍‌ଟିଆର୍‌ ୧୬୦ ୪ଭିର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ଏବଂ ଆର୍‌ଟିଆର୍‌ ୧୬୦ ୪ଭି ମୋଟରସାଇକେଲରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସହ ଫିଚର ସଂଯୋଗ ହୋଇଛି।

ଏପରିକି ଉଭୟ ମଡେଲ ଶ୍ରେଷ୍ଠମାନର ପ୍ରଦର୍ଶନ ପାଇଁ ୩ ପ୍ରକାର ରାଇଡ୍‌ ମୋଡ୍‌, ଡିଜିଟାଲ ଏଲ୍‌ସିଡି କ୍ଲଷ୍ଟର, ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଟେଲ୍‌ଲ୍ୟାମ୍ପ୍‌ ଓ ଜିଟିଟି ଭଳି ସୁବିଧା ସାମିଲ ରହିଛି। ଏହି ବର୍ଗର ପ୍ରଥମ ଇଞ୍ଜିନ ଓ ଏବିଏସ୍‌ର ସମ୍ମିଶ୍ରଣ ସହ ସ୍ପୋର୍ଟସ୍‌, ଅର୍ବାନ୍‌ ଓ ରେନ୍‌ ଭଳି ୩ ପ୍ରକାର ମୋଡ୍‌ ରହିଛି, ଯାହାକୁ ୩ଟି ଭିନ୍ନ ପରିବେଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ୬୦ରୁ ଅଧିକ ଦେଶରେ ଉପସ୍ଥିତି ସହ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ସାରା ବିଶ୍ୱରେ ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ପୋର୍ଟସ୍‌ ମୋଟରସାଇକେଲ ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ଟିଭିଏସ୍‌ ରେସିଂ ଡିଏନ୍‌ଏରୁ ସୃଷ୍ଟି ହୋଇଥିବା ଏହି ସିରିଜ୍‌ ପ୍ରଦର୍ଶନ, ଡିଜାଇନ୍‌, ପ୍ରଯୁକ୍ତି ଦୃଷ୍ଟିରୁ ନବସୃଜନରେ ଅଗ୍ରଣୀ ରହିଛି ଏବଂ ଏହାକୁ ଚାଳକଙ୍କ ସମ୍ପୃକ୍ତି, ସୁରକ୍ଷା ଓ ଆରାମ ଅନୁସାରେ ଡିଜାଇନ କରାଯାଇଛି।

ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ବ୍ୟବସାୟ ମୁଖ୍ୟ (ପ୍ରିମିୟମ୍‌) ବିମଳ ସୁମ୍ବଲି କହିଛନ୍ତି, ୪ ଦଶନ୍ଧି ଧରି ସମୃଦ୍ଧ ରେସିଂ ପରମ୍ପରାକୁ ନେଇ ଟିଭିଏସ୍‌ ଆପାଚି ସିରିଜ୍‌ ୫.୫ନିୟୁତ ଉତ୍ସାହୀଙ୍କ ଏକ ବିଶ୍ୱସ୍ତରୀୟ ଗୋଷ୍ଠୀରେ ପରିଣତ ହୋଇଥିବା ବେଳେ ଏହାକୁ ବିଶ୍ୱସ୍ତରରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରିମିୟମ ମୋଟରସାଇକେଲ ବ୍ରାଣ୍ଡ୍‌ରେ ପରିଣତ କରିଛି। ସେହିଭଳି ବ୍ରାଣ୍ଡ୍‌ର ପ୍ରଦର୍ଶନ ନିରନ୍ତର ସନ୍ଧାନକୁ ପ୍ରଦର୍ଶିତ କରି ଟିଭିଏସ୍‌ ଆପାଚି ସିରିଜ୍‌ ଉନ୍ନତ ପ୍ରଯୁକ୍ତିର ପ୍ରମାଣ ଭାବେ ଉଭା ହୋଇଛି। ବର୍ତ୍ତମାନ ଆକର୍ଷଣୀୟ ନୂଆ ବ୍ଲାକ୍‌ ଏଡିଶନ ସହ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌ ସହ ଏହା ଏକ ଶକ୍ତିଶାଳୀ ଓ ସ୍ପୋର୍ଟି ଲୁକ୍‌ ଜରିଆରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରସ୍ତୁତ ରହିଛି। ଅପରପକ୍ଷରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ଦିଲ୍ଲୀ) ୧.୨୦ ଲକ୍ଷ ଟଙ୍କା ଥିଲାବେଳେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ ୪ଭିର ପ୍ରାରମ୍ଭିକ ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ଦିଲ୍ଲୀ) ୧.୨୫ଲକ୍ଷ ଟଙ୍କା ରହିଛି।

The post ବଜାରରେ ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦ସିରିଜ୍‌, ବ୍ଲାକ୍‌ ଏଡିଶନର ଅନାବରଣ appeared first on Dharitri Odia News.