ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ ଉନ୍ମୋଚନ ଏବଂ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜେଏମ୍‌ଜି ଅଟୋମୋବାଇଲ କଟକ ପ୍ରଫେସରପଡ଼ାସ୍ଥିତ ଶୋ’ରୁମ୍‌ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜେଏମ୍‌ଜି ଅଟୋମୋବଇଲ କଟକର ଏମ୍‌ପି ପ୍ରଦୀପ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର […] The post ବଜାରରେ ହିରୋର ଦି ମାଭରିକ୍‌ ୪୪୦ appeared first on Dharitri Odia News.

ବଜାରରେ ହିରୋର ଦି ମାଭରିକ୍‌ ୪୪୦

ଭୁବନେଶ୍ୱର,୧୭।୪(ଅଭୟ ଦାଶ): ହିରୋ ମୋଟକର୍ପ ଲିମିଟେଡ୍‌ ବା ହିରୋର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଦି ମାଭରିକ୍‌ ୪୪୦’ର ସର୍ବଭାରତୀୟ ଉନ୍ମୋଚନ ଏବଂ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଜେଏମ୍‌ଜି ଅଟୋମୋବାଇଲ କଟକ ପ୍ରଫେସରପଡ଼ାସ୍ଥିତ ଶୋ’ରୁମ୍‌ ପରିସରରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜେଏମ୍‌ଜି ଅଟୋମୋବଇଲ କଟକର ଏମ୍‌ପି ପ୍ରଦୀପ ଅଗ୍ରଓ୍ବାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା ସହ ଆଶାୟୀ ବୁକିଂ ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏମ୍‌ଜି ଅଟୋମୋବଇଲର ମ୍ୟାନେଜର ଦିଲୀପ ରାଉତଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ, ଅଲ୍‌ ନ୍ୟୁ ଦି ମାଭରିକ ୪୪୦ ମଡେଲରେ ଅନେକ ଆଧୁନିକ ବୈଶିଷ୍ଟ୍ୟ ସହ ଅପର ପ୍ରିମିୟମ ସେଗ୍‌ମେଣ୍ଟ, ଆକର୍ଷଣୀୟ ଫିଚର ଓ ଡିଜାଇନ ଏବଂ ଆଧୁନିକ ସୁରକ୍ଷା ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ ରହିଛି। ସେହିଭଳି ୪୪୦ସିସି ଟର୍କ ଇଞ୍ଜିନ ସହିତ ଭିନ୍ନ ଭିନ୍ନ ପ୍ରକାରର ଫିଚର ସହ ୩ଟି ଭାରିଆଣ୍ଟ (ବେସ୍‌, ମିଡ୍‌ ଏବଂ ଟପ୍‌) ଓ ୩ଟି ଆକର୍ଷଣୀୟ କଲରରେ ଉକ୍ତ ମଡେଲ ଉପଲବ୍ଧ। ଏପରିକି ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ ୧.୯୯ ଲକ୍ଷ ରହିଛି।

The post ବଜାରରେ ହିରୋର ଦି ମାଭରିକ୍‌ ୪୪୦ appeared first on Dharitri Odia News.